ସରି ଆସୁଛି ବର୍ଷ ୨୦୨୦, ନୂଆବର୍ଷ ପାଇଁ ଅବଗଣନା ଆରମ୍ଭ: କେଉଁ ଖବର ଥିଲା ଚର୍ଚ୍ଚାରେ, କିଏ ଥିଲେ ବର୍ଷର ଶ୍ରେଷ୍ଠ ନ୍ୟୁଜ୍ ମେକର?

ଆଜି ଆୟୋଜିତ ହେଉଛି କନକ ନ୍ୟୁଜର ବାର୍ଷିକ କାର୍ଯ୍ୟକ୍ରମ ନ୍ୟୁଜ୍ ମେକର ୨୦୨୦

73

କନକ ବ୍ୟୁରୋ: ସରି ଆସୁଛି ବର୍ଷ ୨୦୨୦, ନୂଆବର୍ଷ ପାଇଁ ଆରମ୍ଭ ହୋଇଛି ଅବଗଣନା । ୨୦୨୦ ବର୍ଷରେ କେଉଁ ଖବର ଥିଲା ସୁବୁଠୁ ଅଧିକ ବର୍ଚ୍ଚାରେ । କିଏ ଥିଲେ ବର୍ଷର ଶ୍ରେଷ୍ଠ ନ୍ୟୁଜ୍ ମେକର । ୨୦୨୦ର କିଛି ଶ୍ରେଷ୍ଠ ନ୍ୟୁଜ୍ ମେକରଙ୍କୁ ନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି କନକ ନ୍ୟୁଜର ବାର୍ଷିକ କାର୍ଯ୍ୟକ୍ରମ ନ୍ୟୁଜ୍ ମେକର ୨୦୨୦ । ବର୍ଷ ୨୦୨୦ରେ ଏମିତି ଘଟଣ-ଅଘଟଣ ଦେଖିବାକୁ ମିଳିଛି ଯାହା ମଣିଷ ସଭ୍ୟତା କେବେ ଦେଖିନଥିଲା କିମ୍ବା ଶୁଣି ନଥିଲା । କରୋନା, ଲକ୍ଡାଉନ୍, ସଟଡାଉନ୍, କ୍ୱାରେଂଟିନ୍ ସେଂଟର । ଏମିତି ଅନେକ । ଭୁତାଣୁର ଭୟ ମଣିଷକୁ ବଦଳିବାକୁ ବାଧ୍ୟ କରିଦେଲା ।

କୋଭିଡ୍ ଯୋଗୁଁ ପ୍ରବାସୀ ଶ୍ରମିକ ଶହ ଶହ କିଲୋମିଟର ବାଟ ଚାଲିଥିବା ବେଳେ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ସେହିପରି ଶ୍ରୀଜଗନ୍ନାଥଙ୍କ ରଥଯାତ୍ର ଏବଂ ବିରଳ ନାଗାର୍ଜୁନ ବେଶକୁ କଟକଣା ଭିତରେ ଆୟୋଜନ କରିବାକୁ ପଡ଼ିଲା । ଏମିତି କିଛି ଖବର ଏବଂ ଖବର ପଛର ଚେହେରାଙ୍କୁ ନେଇ ଆଜି ଆୟୋଜିତ ହେଉଛି ବର୍ଷିକ କାର୍ଯ୍ୟକ୍ରମ ନ୍ୟୁଜ୍ ମେକର ୨୦୨୦ ।