କନକ ବ୍ୟୁରୋ:  ଆୟୋଜିତ ହେଉଛି  ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨  । ଏଥିରେ ନିଜର ମତ ରଖିବାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ   । ଏହି ଅବସରରେ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ  ।

Advertisment

ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ରେ ସ୍ୱାଗତ ସମ୍ଭାଷଣ ଦେବା ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । କହିଛନ୍ତି, ଓଡ଼ିଶା ନିର୍ମାଣରେ କେନ୍ଦ୍ରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି ଅଶ୍ୱିନୀ ବୈଷ୍ଣବ । ଭାରତ ନିର୍ମାଣରେ ସେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଓଡିଶାରେ ଦୀର୍ଘ ଦିନ ନିଜର ନିଷ୍ଠାପର କାର୍ଯ୍ୟର ନିଦର୍ଶନ ଦେଖାଇଥିବା  ଅଶ୍ୱିନୀ ବୈଷ୍ଣବ ଆମ ରାଜ୍ୟ ପାଇଁ ଗର୍ବ ଗୌରବ  । ତାଙ୍କୁ ଆଜି ପାଖରେ ପାଇବା ଆମ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ।