୧. ବଲାଙ୍ଗୀର କଣ୍ଟାବାଞ୍ଜୀ ଡାକ୍ତରଖାନାରୁ ଆସିଲା ସାଙ୍ଘାତିକ ଅଭିଯୋଗ । ପ୍ରସୂତିଙ୍କଠାରୁ ଲାଞ୍ଚ ନେବା ଭିଡିଓ ଭାଇରାଲ । ଘଟଣାର ସତ୍ୟାସତ୍ୟ ଅସ୍ପଷ୍ଟ ।
ପ୍ରସୂତିଙ୍କଠାରୁ ନେଲେ ଲାଞ୍ଚ !
୨. ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା । ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଲା । ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ସେପଟେ ବୁଢ଼ାବଳଙ୍ଗ ଓ ଜଳକା ବି ବିପଦ ସଂକେତ ଉପରେ । ବନ୍ୟା ଭୟ ଭିତରେ ଆସୁଛି ଆଉ ଏକ ଲଘୁଚାପ ।
ହୀରାକୁଦର ୨୦ ଗେଟ୍ ଖୋଲିଲା
୩. ମେଡିକାଲ ଲିଫ୍ଟରେ ଫସିଗଲେ ୨୫ ଜଣ । ଅଧାରେ ଅଟକିଲା ମାଲକାନଗିରି ଡାକ୍ତରଖାନା ଲିଫ୍ଟ । ଅଳ୍ପକେ ବର୍ତ୍ତିଲେ ଲୋକ । ୧୫ ଜଣ କ୍ଷମତା ସମ୍ପନ୍ନ ଲିଫ୍ଟରେ ପଶିଥିଲେ ୨୫ରୁ ଅଧିକ ।
ଅଧାରେ ଅଟକିଗଲା ଲିଫ୍ଟ
୪. ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ପୁଲିସକୁ ଆକ୍ରମଣ । ବିରିପାଲିର ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ । ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ବେଳେ ଗାଁଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ପୁଲିସ କର୍ମଚାରୀ ।
ପୁଲିସକୁ ପିଟି ବନ୍ଧା ହେଲେ
୫. ଶସ୍ତାରେ ସୁନା ଦେବାର ଲୋଭ ଦେଖାଇ ଛୁରାମାଡ଼ । ୧୬ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବାଲେଶ୍ୱର ବରହମପୁର ପୁଲିସର ତଦନ୍ତ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ତନାଘନା ।
ସୁନା ଲୋଭରେ ଛୁରାମାଡ଼
୬. ଦିଲ୍ଲୀ ରାସ୍ତାରେ ଲହଡ଼ି ମାରୁଛି ଯମୁନା ପାଣି ।ଏବେ ବି ଯମୁନା ବିପଦ ସଂକେତ ଉପରେ ପ୍ରବାହିତ ।ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା । ବୁଡ଼ିଗଲା ୧୩୦ରୁ ଅଧିକ ଗାଁ ।
ଦିଲ୍ଲୀ ରାସ୍ତାରେ ଯମୁନା ପାଣି
୭. ଦିଲ୍ଲୀ ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ । ଦେଲେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା ।
ରାଷ୍ଟ୍ରପତିଙ୍କୁ ଭେଟିଲେ ମୋହନ
୮. ପୁଣି ଦୋହଲିଲା ଆଫଗାନିସ୍ତାନ । ଦକ୍ଷିଣ-ପୂର୍ବ ଅଂଚଳରେ ୬.୨ ତୀବ୍ରତାର ଭୂକମ୍ପ ଝଟକା । ଅଗଷ୍ଟ ୩୧ରେ ଭୂମିକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା । ଏଯାଏଁ ୨୨ଶହ ଲୋକଙ୍କ ଜୀବନ ଗଲାଣି, ୪ହଜାରରୁ ଅଧିକ ଆହତ । ଉପୁଜିପାରେ ଖାଦ୍ୟ ଏବଂ ଔଷଧର --
ମୃତ୍ୟୁସଂଖ୍ୟା ୨୨୦୦ ଛୁଇଁଲା
୯. ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତର ଅପରାଜେୟ ଧାରା ଜାରି । ୪-୧ ଗୋଲ୍ରେ ଫର୍ମରେ ଥିବା ମାଲେସିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ ।
ଧୂଳି ଚାଟିଲା ମାଲେସିଆ
୧୦. ପଞ୍ଜାବରେ ବନ୍ୟା ପୀଡ଼ିତଙ୍କ ପାଖରେ ପହଞ୍ଚିଲେ ରଣଦୀପ ହୁଡ୍ଡା । ବନ୍ୟା ପୀଡ଼ିତଙ୍କୁ ଯୋଗାଇ ଦେଉଛନ୍ତି ସହାୟତା । ବନ୍ୟା ଯୋଗୁଁ ୧୪୦୦ରୁ ଅଧିକ ଗାଁରେ ପଶିଛି ପାଣି
ଦେବଦୂତ ସାଜିଲେ ରଣଦୀପ