ଏସପି ଅଫିସ ପରିସରରେ ଆତ୍ମାହୁତି ଉଦ୍ୟମ
ଥାନାରୁ ପାଇଲେନି ନ୍ୟାୟ । ଢେଙ୍କାନାଳ ଏସ୍‌ପିଙ୍କ ଅଫିସ୍ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । କାବୁ କରିନେଲେ ପୁଲିସ । ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ୟାତନା ସହିନପାରି ହୋଇଥିଲେ ଥାନାର ଦ୍ବାରସ୍ଥ । 

Advertisment

ବିପଦ ସଙ୍କେତ ଉପରେ ବୈତରଣୀ 
ଭଦ୍ରକ ଆଖୁଆପଦା ନିକଟରେ ବିପଦ ସଙ୍କେତ ଉପରେ ବୈତରଣୀ । ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର । ବର୍ତ୍ତମାନ ୧୮.୫୦ ମିଟର ଉପରେ ପ୍ରବାହିତ ହେଉଛି ପାଣି । 

୩୦୦ ଅଗ୍ନିଶମ ପଦବୀ ପୂରଣ ହେବ
ଡିସେମ୍ୱର ସୁଦ୍ଧା ପୂରଣ ହେବ ୩୦୦ ଅଗ୍ନିଶମ ପଦବୀ । ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଉନ୍ନତ ପ୍ରଶିକ୍ଷଣ ପାଇଁ ୧୦ କୋଟିରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ସିମୁଲେଟର । 

ନବୀନଙ୍କୁ ଭେଟିଲେ ମୋହନ 
ରାଜନୀତିର ରୋଚକ ଦୃଶ୍ୟ । ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଲେ ମୋହନ ମାଝୀ । ୧୦ ମିନିଟ୍ ଧରି ଆଲୋଚନା କଲେ ଦୁଇ ନେତା । ସ୍ବାସ୍ଥ୍ୟବସ୍ଥା କେମିତି ଅଛି ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ 

‘ଅମଲା ଆନ୍ଦୋଳନ ପଛରେ ବିଜେଡି’
ରାଜସ୍ବ ଅମଲା ଆନ୍ଦୋଳନରେ ବିଜେଡିକୁ ଟାଣିଲେ ରାଜସ୍ବମନ୍ତ୍ରୀ । କହିଲେ, ବିଜେଡି ମାର୍କା ଅଫିସର ଚାହୁନାହାନ୍ତି ସମାଧାନ । ବିଜେଡିର ଜବାବ, ଚାଲି ନଜାଣି ବାଟର ଦୋଷ ଦିଅନ୍ତୁନି ମନ୍ତ୍ରୀ ।

ହଜାରେ ମହିଳାଙ୍କ ସୁଭଦ୍ରା ଟଙ୍କା ଚଳୁ
ମହିଳାଙ୍କୁ ସ୍ବାବଲମ୍ବୀ ହେବାକୁ ସରକାର ଦେଇଥିଲେ ସୁଭଦ୍ରା ସହାୟତା । ଲୋଭ ଦେଖାଇ ସବୁ ଟଙ୍କା ଚଳୁ କରି ନେଇଗଲା ଅନଲାଇନ ଗେମିଂ ସଂସ୍ଥା ହ୍ୟୁଜ୍ ଆପ୍ । ଠକେଇର ଶିକାର ହେଲେ ଜଗତସିଂହପୁର ବାଲିକୁଦା ଅଂଚଳର ଶହ ଶହ ମହିଳା 

ଇଡି ଜାଲରେ କଂଗ୍ରେସର କୁବେର ନେତା
ଇଡି ହାତରେ କଂଗ୍ରେସର କୁବେର ନେତା । ଘରୁ ମିଳିଲା ୧୨କୋଟି ନଗଦ ଟଙ୍କା, ୬ କୋଟି ମୂଲ୍ୟର ସୁନାଗହଣା, ବିଦେଶୀ ମୁଦ୍ରା । ଦେଶବିଦେଶରେ ଅନଲାଇନ ଗେମରେ ଆୟ କରୁଥିଲେ କଳାଧନ ।

ଧରାଲି ପରେ ଥରିଲା ଥରାଲି
ଉତ୍ତରାଖଣ୍ଡରେ ବାରମ୍ବାର ଦାଉ ସାଧୁଛି ପ୍ରକୃତି । ଧରାଲି ପରେ ଥରିଲା ଥରାଲି । ରାତି ଅଧରେ ବାଦଲଫଟା ବର୍ଷା । ଭାସିଲା ଘରଦ୍ବାର, ଧସିଲା ମାଟି - ୨ମୃତ, ବହୁ କ୍ଷୟକ୍ଷତି ।

ବଢୁଛି ଅମ୍ବାନୀଙ୍କ ଅଡୁଆ
ବଢୁଛି ବିଶିଷ୍ଠ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଅଡୁଆ । ୨ ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ହେରଫେର ମାମଲାରେ ୬ ଠିକଣାରେ ସିବିଆଇର ଚଢ଼ାଉ । ପୂର୍ବରୁ ଇଡି କରୁଛି ତନାଘନା ।

ଭାରତ କରିବ ମହାକାଶ କେନ୍ଦ୍ର  
ମହାକାଶରେ ନିଜର ସ୍ପେସ୍ ଷ୍ଟେସନ ନିର୍ମାଣ କରିବ ଭାରତ । ୨୦୨୮ ସୁଦ୍ଧା ପଠାଯିବ ମଡ୍ୟୁଲ୍ । ଜାତୀୟ ମହାକାଶ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ସେପଟେ ଖୁବଶୀଘ୍ର ପୁଣି କରାଯିବ ଗଗନଯାନ ଲଞ୍ଚ୍ ।

ଆମେରିକାର ମନମାନି, ଭାରତର ଜବାବ
ଆମେରିକାର ଦୋମୁହାଁ ନୀତିକୁ ଭାରତର ଟାର୍ଗେଟ୍ । ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ପ୍ରଶ୍ନ, ରୁଷଠାରୁ ଚୀନ ଅଧିକ ତେଲ କିଣୁଥିଲେ ମଧ୍ୟ ଟାରିଫ୍ କାହିଁକି କମ୍ ।