ପେପରଲେସ୍ ହେବ କଲେକ୍ଟରେଟ୍
ଦୁର୍ନୀତି କମାଇବାକୁ କଡ଼ା ପଦକ୍ଷେପ । ପେପରଲେସ୍ ହେବ କଲେକ୍ଟରେଟ୍ । ଦକ୍ଷିଣାଞ୍ଚଳ ରାଜସ୍ୱ କମିସନରଙ୍କ କଡ଼ା ପଦକ୍ଷେପ । ସାଉଥ ଡିଭିଜନର ସବୁ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି ।
ଅଟୋରେ ଅସଦାଚରଣ
କଟକରେ ଚଳନ୍ତା ଅଟୋରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ । ଅଟୋ ଚାଳକଙ୍କୁ ଗିରଫ କଲା ପୁଲିସ । ଅଟୋ ଚାଳକ ଜଣଙ୍କ ଜଗତସିଂହପୁର ଜିଲ୍ଲାର ସୂଚନା ।
‘ନଭେମ୍ୱରରୁ ପିଏମ ଆବାସ ବଣ୍ଟନ’
ନଭେମ୍ୱରରୁ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ଦିଆଯିବ ଆବାସ ଘର । ଭାଗ ହୋଇଥିବା ହିତାଧିକାରୀଙ୍କୁ ଘର ମିଳିବ । ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ
ଏନଡିଏକୁ ସମର୍ଥନ କରିବେ କି ନବୀନ?
ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ରାଜନାଥ ସିଂ । ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ମାଗିଲେ ସମର୍ଥନ । ସିପି ରାଧାକ୍ରିଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ।
ଓପିଏସସିକୁ ଝଟକା
ଏସସିଏଫ ଓ ଫରେଷ୍ଟ ରେଞ୍ଜର ନିଯୁକ୍ତି ମାମଲା । ହାଇକୋର୍ଟରେ ଓପିଏସସିକୁ ଝଟକା । ଶାରୀରିକ ପରୀକ୍ଷାରୁ ବଞ୍ଚିତ ହୋଇପାରିବେନି ପରୀକ୍ଷାର୍ଥୀ । ଲିଖିତରେ କୃତକାର୍ଯ୍ୟ ଥିଲେ ଦେଇପାରିବେ ଶାରୀରିକ ପରୀକ୍ଷା ।
ଅପରେସନ ସିନ୍ଦୂର ବେଳେ ଲୁଚିଥିଲା ପାକିସ୍ତାନ!
ଭାରତୀୟ ମିସାଇଲରୁ ରକ୍ଷା ପାଇବାକୁ ଇରାନ ସୀମାରେ ଲୁଚିଥିଲା ପାକିସ୍ତାନ ଯୁଦ୍ଧ ଜାହଜ । ସାମ୍ନାକୁ ଆସିଲା ଅପରେସନ ସିନ୍ଦୂର ବେଳର ସାଟେଲାଇଟ ଚିତ୍ର । କେମିତି ଭାରତର ଆକ୍ରମଣରେ ପଛକୁ ହଟିଥିଲା ପାକିସ୍ତାନ ।
ଟିମ୍ ଇଣ୍ଡିଆ ଉପରେ ନଜର
ଏସିଆକପ ପାଇଁ କାଲି ହୋଇପାରେ ଭାରତୀୟ ଦଳ ଘୋଷଣା । କାହାକୁ ମିଳିବ ସୁଯୋଗ କିଏ ହେବେ ନିରାଶ? ଓ୍ୱିକେଟ କିପର ଚୟନ ନେଇ ଦ୍ୱନ୍ଦ୍ୱରେ ଚୟନକର୍ତ୍ତା ।
ବର୍ଷା ପରେ ବନ୍ୟା ସ୍ଥିତି
ବର୍ଷାରେ ବେହାଲ ସାରା ଭାରତ । ଉତ୍ତର ପ୍ରଦେଶ କୌନଜରେ ବନ୍ୟା ସ୍ଥିତି । ବଢୁଛି ଗଙ୍ଗାନଦୀର ଜଳସ୍ତର । ମୁମ୍ୱାଇରେ ସକାଳୁ ଛେଚୁଛି ବର୍ଷା ।
ବୋଟ୍ ବୁଡ଼ି 40ରୁ ଅଧିକ ନିଖୋଜ
ନାଇଜେରିଆରେ ବଡ଼ ଅଘଟଣ । ସୋକୋଟେରେ ବୋଟ୍ ବୁଡ଼ି 40ରୁ ଅଧିକ ନିଖୋଜ । 50ରୁ ଅଧିକ ଯାତ୍ରୀ ନେଇଯାଉଥିବାବେଳେ ଘଟିଲା ଦୁର୍ଘଟଣା ।
ଆଜି ଟ୍ରମ୍ପଙ୍କୁ ଭେଟିବେ ଜେଲେନସ୍କି
ଆଜି ଆମେରିକା-ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତକାର । ହ୍ୱାଇଟ ହାଉସରେ ହେବ ଟ୍ରମ୍ପ-ଜେଲେନସ୍କି ବୈଠକ । ଯୁକ୍ରେନ-ଋଷ ଯୁଦ୍ଧ ବିରତି ସମ୍ପର୍କରେ ହେବ ଆଲୋଚନା ।