୧ . ଜ୍ୟୋତିଙ୍କ ବିପକ୍ଷରେ ୨୫୦୦ ପେଜର ଚାର୍ଜସିଟ୍
ଜ୍ୟୋତି ମଲହୋତ୍ରାଙ୍କ ବିପକ୍ଷରେ SIT ଜାରି କଲା ୨୫୦୦ ପେଜ୍ ର ଚାର୍ଜସିଟ୍ ; ଭାରତର ଗୁରୁତ୍ବପୂର୍ଣ୍ଣ ଡାଟାକୁ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟକୁ ଦେଇ ହୋଇଥିଲେ ଗିରଫ
୨ . ବଙ୍ଗାଲ୍ ଫାଇଲ୍ସର ଟ୍ରେଲର୍ ଲଞ୍ଚ୍ : କୋଲକାତାରେ ହଙ୍ଗାମା
ବଙ୍ଗାଲ୍ ଫାଇଲ୍ସର ଟ୍ରେଲର୍ ଲଞ୍ଚ୍ ବେଳେ କୋଲକାତାରେ ହଙ୍ଗାମା; ଡାକିବାକୁ ପଡ଼ିଲା ପୁଲିସ
୩ . ସମ୍ପତ୍ତି ପାଇଁ ହତ୍ୟା, ୩ ଗିରଫ
ବାଲିପାଟଣାରେ ସମ୍ପତ୍ତି ବିବାଦକୁ ନେଇ ଯୁବକଙ୍କୁ ଜାଳିଦେବା ଘଟଣା : ବାପା, ମାଆ ଓ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । ସେପଟେ ସ୍ତ୍ରୀ କହିଲେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ବି ହୋଇନଥିଲା କାର୍ଯ୍ୟାନୁଷ୍ଠାନ
୪ . ସହିପାରିଲେନି ସ୍ବାମୀ ମୃତ୍ୟୁ...
ସାପ କାମୁଡ଼ାରେ ସ୍ବାମୀ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ ମେଡିକାଲରେ ଭର୍ତ୍ତି , କଟକ ନିଆଳି ଏକବାରୁଆ ଗାଁରୁ ଆସିଲା ଅଭାବନୀୟ ଖବର
୫ . ମାଟି ତଳୁ ଖୋଜି ବାହାର କରିବୁ …
ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାକୁ ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ବୟାନ । କହିଲେ, ଠିକ୍ ସମୟରେ ନିଆଯିବ ନିଷ୍ପତ୍ତି, ଦୋଷୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବିଧାୟକ ବାବୁ ସିଂ କହିଲେ, ହତ୍ୟାକାରୀଙ୍କୁ ମାଟି ତଳୁ ଖୋଜି ବାହାର କରିବ ବିଜେପି ସରକାର
୬ . ରଙ୍ଗିଲା ବାବାଙ୍କ କଳାକାରନାମା
ବାବାଙ୍କ ନାଁରେ ଦୁଷ୍କର୍ମ ଓ ଅସଦାଚରଣ ଅଭିଯୋଗ ଘଟଣା : ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରେ ଥିବା ଆଶ୍ରମରେ ସାଇଣ୍ଟିଫିକ୍ ଟିମ୍ର ଛାନଭିନ୍ । ଅନ୍ତେବାସୀଙ୍କ ଅଭିଯୋଗ ପରେ ବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
୭ . ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ୍
ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ । ରାଜଧାନୀ ରାଜ ରାସ୍ତାରେ ଯୁବକ ଯୁବତୀଙ୍କ ଅଜବ କାରନାମା । ବିନା ହେଲମେଟ୍ ପିନ୍ଧି ଫୁ କରି ଉଡାଇଲେ ଟ୍ରାଫିକ୍ ନିୟମ । ଭିଡିଓ ଭାଇରାଲ
୮. ଶ୍ରୀମନ୍ଦିର ଉପରେ ଚଢୁଥିଲେ ପର୍ଯ୍ୟଟକ
ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ ଜଣେ ପର୍ଯ୍ୟଟକ । ବେହେରଣ ଦ୍ବାର ପଟୁ ୭ ଫୁଟ ଚଢ଼ିଥିବା ଶ୍ରଦ୍ଧାଳୁଙ୍କୁ ଓହ୍ଲାଇଲା ଜେଟିପି । ପରେ ସିଂହଦ୍ବାର ପୁଲିସକୁ ହସ୍ତାନ୍ତର
୯ . ଝାରସୁଗୁଡ଼ାରେ ବେଆଇନ୍ ବାଲି ଚାଲାଣ!
ଝାରସୁଗୁଡ଼ାରେ ବେଆଇନ ବାଲି ଚୋରା ଚାଲାଣ । ଜମେରା ଗାଁରେ ବେଧଡ଼କ ଚାଲିଛି ବାଲି ଚୋରି , ଖଣି ବିଭାଗ କ’ଣ କରୁଛି ଉଠିଲା ପ୍ରଶ୍ନ
୧୦ . ଶେଷ ହୋଇଗଲା ରଘୁ ଦହିବରାର ଯୁଗ
ଆଉ ନାହାନ୍ତି କଟକ ସ୍ପେଶାଲ୍ ଦହିବରା ମ୍ୟାନ୍ ରଘୁ ମଉସା । ଶେଷ ହୋଇଗଲା ରଘୁ ଦହିବରାର ଯୁଗ , ସ୍ବାଦକୁ ଝୁରିବ କଟକ