ଯୁବକ ମୃତ: ସାବତ ମା’ ଅଟକ
ବାଲିପାଟଣାରେ ସମ୍ପତ୍ତି ବିବାଦକୁ ନେଇ ଯୁବକଙ୍କୁ ଜାଳିଦେବା ଘଟଣା । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ସାବତ ମାଆକୁ ଉଠାଇ ନେଇ ଜେରା କରୁଛି ପୁଲିସ । ବାପା, ସାବତ ମା’ ଓ ସାନ ଭାଇ ପେଟ୍ରୋଲ ଢାଳି ଜାଳିଦେଇଥିବା ଅଭିଯୋଗ ।
ବୁଡ଼ିଲା ପୋଲ, ଧସିଲା ମାଟି
ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଧସିଲା ମାଟି ଅତଡ଼ା । ବିଜାଘାଟି ଓ କେରଙ୍ଗା ପାହାଡ଼ ରାସ୍ତାରେ ଭୂସ୍ଖଳନ । ରାଜ୍ୟ ରାଜପଥ ଅବରୋଧ ଯୋଗୁଁ କୋରାପୁଟ ନାରାୟଣପାଟଣ ।
ସଙ୍ଗଠନ ସଜାଡ଼ିବାକୁ କଂଗ୍ରେସର କସରତ
ସଙ୍ଗଠନ ସଜାଡିବା ପାଇଁ କଂଗ୍ରେସର ପ୍ରସ୍ତୁତି । ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ୟ୍ୟବେକ୍ଷକ ନିଯୁକ୍ତ କଲେ ଦଳର ଜାତୀୟ ଅଧ୍ୟକ୍ଷ । ଓଡ଼ିଶା ପାଇଁ ୩୫ ପର୍ୟ୍ୟବେକ୍ଷକ ନିଯୁକ୍ତ
ଦାଦନ-ଦରିଦ୍ର-ଦୁଃଖ
ସୁରଟରେ ଦାଦନ ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଛି ପୂରା ପରିବାର । ସ୍ବାମୀର ମୃତଦେହ କେମିତି ପହଞ୍ଚିବ, ଚିନ୍ତାରେ ପତ୍ନୀ ଓ ୫ ପିଲା ।
ଲାଲଗଡ଼ରେ ବେଆଇନ ପଥର ବ୍ଲାଷ୍ଟିଂ!
ଲାଲଗଡ଼ରେ ବେଆଇନ୍ ପଥର ବ୍ଲାଷ୍ଟିଂ । ତୁଳସୀ ପାହାଡ଼ରେ ବ୍ଲାଷ୍ଟିଂ କରି କ୍ରସର କରୁଛି ଆନ୍ଧ୍ର ପ୍ରଦେଶର କମ୍ପାନି । ଆତଙ୍କରେ ଲାଲଗଡ଼ବାସୀ । ବିରୋଧ କରି ଶୋଭାଯାତ୍ରା କଲେ ଗ୍ରାମବାସୀ ।
ୟୁକ୍ରେନକୁ ଦୋଷ ଦେଲେ ପୁଟିନ୍
ଆଲାସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ । ସକାରାତ୍ମକ ଆଲୋଚନା ସତ୍ତ୍ବେ ଯୁଦ୍ଧବିରତି ପାଇଁ ହୋଇପାରିଲାନି ସହମତି । ପୁଟିନ୍ କହିଲେ, ବର୍ତ୍ତମାନର ପରିସ୍ଥିତି ପାଇଁ ୟୁକ୍ରେନ୍ ଦାୟୀ ।
ମାଟି ତଳେ ଜୀବନ ଖୋଜା
ଜମ୍ମୁ-କାଶ୍ମୀର କିସ୍ତୱାଡ଼ ପ୍ରଳୟ । ଏବେ ବି ଚାଲିଛି ମାଟି ତଳୁ ଜୀବନ ଖୋଜା । ବାଦଲ ଫଟା ବର୍ଷା ପରେ ବନ୍ୟାରେ ଭାସିଗଲେ ଶତାଧିକ । ୬୦ରୁ ଅଧିକ ମୃତ, ୨୦୦ରୁ ଅଧିକ ନିଖୋଜ ।
ମନେ ପଡ଼ନ୍ତି ବାଜପେୟୀ
ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି । ସମାଧିସ୍ଥଳ ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ସପ୍ତମ ଶ୍ରାଦ୍ଧ ବାର୍ଷିକୀରେ ମନେ ପକାଉଛି ସାରା ଦେଶ ।
ଶ୍ରୀମନ୍ଦିରରେ ନନ୍ଦୋତ୍ସବ
ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ସ୍ବତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା । ଏପଟେ ଇସ୍କନରେ କୃଷ୍ଣ ଜନ୍ମ ପାଇଁ ଶ୍ରଦ୍ଧାଳୁଙ୍କ ଜମୁଛି ଗହଳି ।
ଏସିଆ କପ୍: କେମିତି ରହିବ ଟିମ୍?
ଏସିଆକପରେ କଣ ରହିବ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ । ଗିଲ୍-ଜୟସ୍ୱାଲ, କିଏ କରିବ ଓପନିଂ? ରେସରେ ଆଗରେ ରହିଛନ୍ତି ଅଭିଷେକ-ସାମସନ୍ ।