୩ ବରିଷ୍ଠ ଅଧିକାରୀଙ୍କୁ ଜବାବ ତଲବ
ମହଙ୍ଗା ପଡ଼ିଲା ମେଗା ପାଇପ୍ ଜଳଯୋଗାଣ କାର୍ଯ୍ୟରେ ଅବହେଳା । ୩ ବରିଷ୍ଠ ଅଧିକାରୀଙ୍କୁ ଜବାବତଲବ କଲେ ସରକାର । କହିଲେ, କାରଣ ଦର୍ଶାଅ ନୋଟିସ୍ର ଉତ୍ତର ସନ୍ତୋଷଜନକ ନୁହେଁ । କାହିଁକି କାମ ଧିମେଇଲା ସିଧା ସିଧା ଜଣାଅ ।
ଯୁବତୀଙ୍କୁ ନିର୍ଯାତନା ଦେଉଥିଲେ ସରକାରୀ ବାବୁ!
ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ । ସରକାରୀ ବାବୁଙ୍କ ନାଁରେ ସାଂଘାତିକ ଅଭିଯୋଗ । ମିଛ କହି ନାବାଳିକାଙ୍କୁ ଘରୁ ଆଣି ଦେଉଥିଲେ ଶାରିରୀକ ନିର୍ଯାତନା । ଥାନାରେ ମାମଲା ପରେ ପୁଲିସ ତଦନ୍ତ ଜାରି ।
ଦୟାନଦୀରେ ବୁଡିଗଲେ ୨ ଛାତ୍ର
ଭୁବନେଶ୍ୱର ଦୟାନଦୀରେ ଭାସିଗଲେ ୨ ଅଷ୍ଟମ ଶ୍ରେଣୀ ଛାତ୍ର । ଗାଧୋଇବାକୁ ଯାଇଥିବାବେଳେ ଘଟିଲା ଅଘଟଣ । ଜଣେ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର ।
ପିଏମ୍, ସିଏମ୍ଙ୍କ ଟାର୍ଗେଟ୍ରେ ବିରୋଧୀ
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ରେ ବିରୋଧୀ । ସ୍ବାଧିନତା ଦିବସ ଅଭିଭାଷଣରେ କଲେ ଭର୍ତ୍ସନା । ଜରୁରୀ ପରିସ୍ଥିତି କଥା ଉଠାଇ ବିରୋଧୀଙ୍କୁ ନିନ୍ଦା କଲେ ମୋଦୀ । ସେପଟେ ରାଜ୍ୟ ବିକାଶ କଥା ଉଠାଇ ପୂର୍ବ ସରକାରକୁ ସମାଲୋଚନା କଲେ ମୋହନ ।
ଲାଲକିଲ୍ଲାରୁ ମୋଦୀଙ୍କ ଘୋଷଣା
୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀ ଲାଲକିଲ୍ଲାରୁ ଦୁଇଟି ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ଦିପାବଳୀରେ ଜିଏସ୍ଟିରେ ଆଣିବୁ ସଂସ୍କାର । ଆଜିଠୁ ଲାଗୁ ହେବ ବିକଶିତ ଭାରତ ରୋଜଗାର ଯୋଜନା ।
'ଓଡ଼ିଶା ହେବ ଫାର୍ମା ହବ୍'
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ । ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ଓଡ଼ିଶା ହେବ ଫାର୍ମା ହବ୍ । ଖୋଲିବ ଆଉ ୪ ମେଡିକାଲ କଲେଜ ।
‘ଆଲାସ୍କା’ଉପରେ ବିଶ୍ବ ନଜର
ବନ୍ଦ ହେବ କି ଋଷ - ୟୁକ୍ରେନ ଯୁଦ୍ଧ । ଟ୍ରମ୍ପ-ପୁଟିନଙ୍କ ଆଲାସ୍କା ବୈଠକ ଉପରେ ସାରା ବିଶ୍ବର ନଜର । ଲଢ଼େଇ ବନ୍ଦ ପାଇଁ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା । କଡ଼ା ସୁରକ୍ଷା ଭିତରେ ରୁଷରୁ ଆଲାସ୍କାରେ ପହଞ୍ଚିବେ ପୁଟିନ ।
ଭାରତ ସହ ବାଣିଜ୍ୟ କରିବ ଚୀନ୍!
ଆମେରିକାର ଟାରିଫ୍ ଟେନସନ ଭିତରେ ଭାରତ ପ୍ରତି ବଦଳୁଛି ଚୀନର ସ୍ବର । ଦିଲ୍ଲୀ ସହ ପୁଣି ବାଣିଜ୍ୟ କରିବାକୁ ବେଜିଂର ଆଗ୍ରହ । ଖୁବଶୀଘ୍ର ଉଭୟ ଦେଶ ମଧ୍ୟରେ ବସିପାରେ ବଡ ବୈଠକ ।
ବିଦେଶରେ ବଢୁଛି ଭାରତୀୟଙ୍କୁ ଆକ୍ରମଣ
ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କୁ ଆକ୍ରମଣ । ୨୬ବର୍ଷ ଧରି ରହୁଥିବା ମହିଳାଙ୍କୁ ଆକ୍ରମଣ କରି ଲୁଟିଲେ ଦୃର୍ବୃତ୍ତ । ୨୫ ଦିନରେ ୫ ଜଣଙ୍କୁ ଟାର୍ଗେଟ୍ । ବିରୋଧ ସହ ଉଠୁଛି ପ୍ରଶ୍ନ ।
‘ଧୋନୀ ମୋତେ ଟିମରୁ ବାହାର କରିଦେଇଥିଲେ’
ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସେହଓ୍ୱାଗଙ୍କ ବଡ଼ ଅଭିଯୋଗ । କହିଲେ, ଟିମରୁ ବାହାର କରିଦେଇଥିଲେ ଧୋନୀ । ଅବସର ନେବାକୁ କରୁଥିଲେ ଚିନ୍ତା । ୧୭ବର୍ଷ ପରେ ମୁହଁ ଖୋଲିଲେ ଭୀରୁ