ପତାକା ଉତ୍ତୋଳନ କଲେ ମୋହନ
ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଡ଼ା ସୁରକ୍ଷା ବଳୟ ଭିତରେ ଗାନ୍ଧୀ ମାର୍ଗ । ଦେଶ ପାଳୁଛି ୭୯ ତମ ସ୍ୱାଧୀନତା ଦିବସ ।
ମୋଦୀ କଲେ ପତାକା ଉତ୍ତୋଳନ
ଦେଶ ପାଳୁଛି ୭୯ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରୁ ମୋଦୀ କଲେ ପତାକା ଉତ୍ତୋଳନ । ଅଭିଭାଷଣରେ କଲେ ବଡ଼ ଘୋଷଣା
ମୋଦୀ ଦେବେ ୧୫ ହଜାର
ଲାଲକିଲ୍ଲାରୁ ମୋଦୀଙ୍କ ଉପହାର । ଆଜିଠୁ ଲାଗୁ ହେବ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନା । ପ୍ରାଇଭେଟ୍ ଚାକିରି ପରେ ଯୁବବର୍ଗଙ୍କୁ ମିଳିବ ୧୫ ହଜାର ଟଙ୍କା ।
ମୋଦୀ କଲେ ସେନାର ପ୍ରଶଂସା
ସ୍ୱାଧୀନତା ଦିବସ ଅଭିଭାଷଣରେ ମୋଦୀ କହିଲେ ଅପରେସନ୍ ସିନ୍ଦୂର କଥା । ସେନାକୁ କଲେ ଭୂରି ଭୂରି ପ୍ରଶଂସା । ଜିଏସଟି ବିଲରେ ସୁଧାର ନେଇ ବି ଘୋଷଣା
ଦେଶକୁ ସୁରକ୍ଷିତ ରଖିବ ସୁଦର୍ଶନ ଚକ୍ର
୧୦ ବର୍ଷରେ ସୁରକ୍ଷିତ ହେବ ଦେଶର ଗୁରୁତ୍ୱପୂର୍ଣ୍ଣ ଠିକଣା । ରାଷ୍ଟ୍ରୀୟ ସୁରକ୍ଷା କବଚ ସୁଦର୍ଶନର ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଶତ୍ରୁର ଆକ୍ରମଣକୁ ବିଫଳ କରିବ ଏହି ସିଷ୍ଟମ ।
ବୋର୍ଡ ଉପସଭାପତି ଅମୂଲ୍ୟ ପ୍ରଧାନ
ମାଧ୍ୟମିକ ଶିକ୍ଷା ବୋର୍ଡରେ ଉପସଭାପତି ହେଲେ ଅମୂଲ୍ୟ ପ୍ରଧାନ । ଚକ୍ରଧର ବେହେରା ନୂଆ ଡେପୁଟି କଂଟ୍ରୋଲର, ଅମ୍ରିତା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବ । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ନିଲମ୍ବିତ ହୋଇଛନ୍ତି ନିହାର ମହାନ୍ତି ।
କୋଟିଆ ବିକାଶ ପାଇଁ ବ୍ଲୁପ୍ରିଣ୍ଟ୍
କୋଟିଆର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁପ୍ରିଣ୍ଟ୍ । ସୀମାନ୍ତରେ ସବୁଦିନିଆ ରାସ୍ତା ନିର୍ମାଣ କରୁଛନ୍ତି ଓଡ଼ିଶା ସରକାର । ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଲକ୍ଷ୍ୟ ।
ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ ଟ୍ରମ୍ପ
ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ପୁଣିଥରେ ଦାବି କଲେ ଡୋନାଲ୍ଡ ଟ୍ରମ୍ପ । କହିଲେ, ଦୁଇ ଦେଶର ଲଢେଇରେ ଖସିଥିଲା ୬ରୁ ୭ଟି ବିମାନ । ସଂଘର୍ଷ ପରମାଣୁ ଯୁଦ୍ଧ ଆଡ଼କୁ ଯାଉଥିବା ବେଳେ ରୋକିଥିଲା ଆମେରିକା ।
ପୁଟିନ୍ଙ୍କୁ ଭେଟିବେ ଟ୍ରମ୍ପ, ବନ୍ଦ ହେବ କି ଯୁଦ୍ଧ?
ବନ୍ଦ ହେବ କି ୩ବର୍ଷ ଧରି ଚାଲିଥିବା ଯୁଦ୍ଧ? ରୁଷ-ୟୁକ୍ରେନ ଲଢେଇରେ ଲାଗିବ କି ରୋକ୍? ଆଲାସ୍କାରେ ଆଜି ରାତିରେ ଡୋନାଲ୍ଡ ଟ୍ରମ୍ପ-ଭ୍ଲାଦିମିର୍ ପୁଟିନ୍ଙ୍କ ଭେଟଘାଟ
ଆଜି ପବିତ୍ର ଜନ୍ମାଷ୍ଟମୀ
ଆଜି ପବିତ୍ର ଜନ୍ମାଷ୍ଟମୀ । ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ସବୁଠି ଭକ୍ତିମୟ ପରିବେଶ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି