ସନ୍ଦେହ ଘେରରେ ବାପା!
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟୁନି ରହସ୍ୟ । ଛାତ୍ରୀଙ୍କ ଘରେ ଯାଇ ଖୋଳତାଡ଼ କଲେ କେନ୍ଦ୍ରାପଡ଼ା ଏସପି । ମୃତକଙ୍କ ବାପାଙ୍କ ଉପରେ ନଜର । ଯାଞ୍ଚ ହେଲା ପଡୋଶୀଙ୍କ ସିସିଟିଭି ।

Advertisment

ଓଡ଼ିଶା ଭଉଣୀଙ୍କୁ ସିଏମ ଦେଲେ ସୁଭଦ୍ରା ଟଙ୍କା 
ରାକ୍ଷୀ ପୂର୍ଣ୍ଣିମାରେ ଆସିଲା ସୁଭଦ୍ରା ଟଙ୍କା । ଜୟପୁରରେ ତୃତୀୟ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଗଲା ଟଙ୍କା 

ବାଇକରୁ ଧରାପଡ଼ିଲା ଗଞ୍ଜେଇ 
ବାଇକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଗଜପତି ଜିଲ୍ଲା ମୋହନାରେ ମାଡ଼ିବସିଲା ପୁଲିସ । ୩୦ କେଜି ଗଞ୍ଜେଇ ସହ ଡ୍ରାଇଭର ଗିରଫ । ଚେନ୍ନାଇ ଚାଲାଣ ପାଇଁ କରିଥିଲା ଯୋଜନା ।

କେବେ କମିବ ଦାଦନ ଦୁଃଖ? 
କମୁନି ଦାଦନ ଦୁଃଖ । ରାୟଗଡ଼ାର ଜଣେ ଶ୍ରମିକଙ୍କ ମୃତ୍ୟୁ । ଘର ପ୍ରତିପୋଷଣ ଓ ଦୁଇ ଭଉଣୀଙ୍କୁ ପାଠ ପଢାଇବାକୁ ମାସେ ତଳେ ଯାଇଥିଲେ ଆନ୍ଧ୍ରପ୍ରଦେଶ । 

ମାଟିତଳୁ ବାହାରିଲା ମୃତଦେହ
ଘରୋଇ କଳିକୁ ନେଇ ସାନ ଭାଇ ହତ୍ୟା କରି ପୋତି ଦେଇଥିଲା ବଡ଼ ଭାଇ । ମାସେ ପରେ ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୁଲିସ । ଟିଟିଲାଗଡ଼ ହାଟପଦା ପଡାରେ ଅଭାବନୀୟ ଘଟଣା ।

ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା
ବିଶ୍ବ ଆଦିବାସୀ ଦିବସ । ମାଲକାନଗିରି ଜିଲ୍ଲାରେ ୨୫ ହଜାର ଆଦିବାସୀଙ୍କ ସମାଗମ । ହାତରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ସହ ପାରମ୍ପାରିକ ବସ୍ତ୍ର ପିନ୍ଧି ବିରାଟ ଶୋଭାଯାତ୍ରା ।

୧୫ରେ ଟ୍ରମ୍ପ- ପୁଟିନ ସାକ୍ଷାତ  
ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିବେ ପୁଟିନ୍ । ଅଗଷ୍ଟ ୧୫ରେ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ । ଋଷ୍ ଯୁକ୍ରେନ ଯୁଦ୍ଧବିରତି ସମ୍ଭାବନା ନେଇ ଚର୍ଚ୍ଚା ।

କାହାକୁ ଉପହାର, କାହାକୁ ପାହାର?
କାହା ଉପରେ ବଢୁଛି ଆମେରିକା ଟାରିଫ୍, କାହା ଉପରେ କମୁଛି? ଡୋନାଲ୍ଡ ଟ୍ରମ୍ପଙ୍କ ଗିଫ୍ଟ ପଲିସିକୁ ନେଇ ଚର୍ଚ୍ଚା । ବଡ଼ ଉପହାର ଦେଇ ଛାଡ଼ ପାଉଛନ୍ତି ବଡ଼ ବଡ଼ କମ୍ପାନି ଓ ଦେଶ ।

ଲଗାଣ ବୁଡ଼ିଲା ଦିଲ୍ଲୀ
ପୁଣି ରାଜଧାନୀ ଦିଲ୍ଲୀକୁ ବେହାଲ କଲା ବର୍ଷା । ଶୁକ୍ରବାର ରାତିରୁ ବର୍ଷା ଜାରି । ରାସ୍ତାଘାଟ  ଜଳମଗ୍ନ । ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ । ଶହେରୁ ଅଧିକ ବିମାନର ଉଡ଼ାଣ ବାତିଲ ।

‘ଅଭୟା’କୁ ନ୍ୟାୟ କେବେ?
ଆରଜି କର ଦୁଷ୍କର୍ମ ଘଟଣାକୁ ପୂରିଲା ବର୍ଷେ । ନ୍ୟାୟ ଦାବିରେ ଆଜି ବି ଚାହିଁ ରହିଛି ପରିବାର । ସେପଟେ ମେଡିକାଲ କଲେଜ ପରିସରରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ।