୧. ଧନୀ ତାଲିକାରୁ ମସ୍କ ଆଉଟ୍
ଧନୀ ତାଲିକାରୁ ହଟିଲେ ଏଲନ ମସ୍କ । ମସ୍କଙ୍କୁ ପଛରେ ପକାଇଲେ ଲାରୀ ଏଲିସନ୍
୨ . ବିଦେଶରେ ବିରାଟ-ଅନୁଷ୍କାଙ୍କୁ ଅପମାନ
ବିଦେଶରେ ଅପମାନର ସାମ୍ନା କରିଥିଲେ ବିରାଟ-ଅନୁଷ୍କା । ରେଷ୍ଟୁରାଣ୍ଟରୁ ଦମ୍ପତିଙ୍କୁ କରାଯାଇଥିଲା ବାହାର , ଭାରତୀୟ ମହିଳା କ୍ରିକେଟ ଷ୍ଟାର୍ ଜେମିମା ରୋଡ୍ରିଗ୍ସ କରିଥିଲେ ଖୁଲାସା
୩ . ହେଡ୍ କୋଚ୍ ହେବାକୁ ଚାହାନ୍ତି ଚେତେଶ୍ବର
ଇଣ୍ଡିଆନ୍ କ୍ରିକେଟ ଟିମର ହେଡ୍ କୋଚ୍ ହେବାକୁ ଚାହାନ୍ତି ଚେତେଶ୍ବର ପୂଜାରା । ଗୌତମ ଗମ୍ଭୀରଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ
୪ . ବିମାନରେ ନିଆଁ
ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ବିମାନରେ ନିଆଁ । ଅଧାବାଟରୁ ଫେରିଲା ବିମାନ
୫ . ସୋନିଆ ଗାନ୍ଧୀଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି
ସୋନିଆ ଗାନ୍ଧୀଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ନାଗରିକତା ପୂର୍ବରୁ ଭୋଟର ଆଇଡି ପ୍ରସ୍ତୁତ କରିବାକୁ ନେଇ ହୋଇଥିଲା ଅଭିଯୋଗ
୬ . ପୁରୀରେ ନିଶା ମାଫିଆଙ୍କ ରାଜ୍
ପୁରୀରେ ବଢ଼ୁଛି ନିଶା କାରବାର । ଆଡ୍ଡା ଜମାଇଛନ୍ତି ଡ୍ରଗ୍ସ ମାଫିଆ । ୩ ବର୍ଷରେ ଗିରଫ ହେଲେଣି ୩ ହଜାରରୁ ଅଧିକ ନିଶା ମାଫିଆ, ଅଧିକାଂଶ ମହିଳା
୭ . ଖାଲି ହେଲା ବାଣୀବିହାର କ୍ବାର୍ଟର୍ସ
ବାଣୀବିହାରରେ ଅପରେସନ୍ ଅଲ୍ଆଉଟ୍ । ହଷ୍ଟେଲ ପରେ ପଡ଼ିଲା କ୍ବାର୍ଟର୍ସ ପାଳି । ନୋଟିସ୍ ପରେ କ୍ବାର୍ଟର୍ସ ଖାଲି କଲେ ଭଡ଼ାରେ ରହୁଥିବା ଲୋକ
୮. ପାର୍ବଣ ପୂର୍ବରୁ ବଡ଼ ରେଡ୍
ପାର୍ବଣ ପୂର୍ବରୁ ଅବକାରୀ ବିଭାଗର ବଡ଼ ରେଡ୍ : ବ୍ରହ୍ମପୁରରେ ଗୋଟିଏ ଦିନରେ ଧରା ହେଲେ ୧୦ ନିଶା ବେପାରୀ, ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ
୯. ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା
ସମ୍ୱଲପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ନାହିଁ ନାହିଁରେ ଚାଲିଛି ରୋଗୀସେବା । ଡାକ୍ତର ଅଭାବ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ । ଚିକିତ୍ସା ପାଇଁ କରିବାକୁ ପଡୁଛି ଘଣ୍ଟା ଘଣ୍ଟା ଅପେକ୍ଷା
୧୦.ନୂଆ ସହରକୁ ନେଇ ଉତ୍କଣ୍ଠା
୮ ଶହ ଏକର ଜାଗାରେ ହେବ ନୂଆ ଭୁବନେଶ୍ବର । ଡିପିଆର ପ୍ରସ୍ତୁତ କରୁଛି ସିଙ୍ଗାପୁରର ଏକ କମ୍ପାନି । ନଗର ଉନ୍ନୟନ ମନ୍ତ୍ରୀ କହିଲେ ଖୁବଶୀଘ୍ର ଜଙ୍ଗଲ ଜମି ଓ ଘରୋଇ ଜାଗା ଅଧିଗ୍ରହଣ ପାଇଁ ଚାଲିଛି ଯୋଜନା