୧.କଳିଙ୍ଗା ଘାଟିରେ ଚାଲିଲା ଗାଡ଼ି
କଳିଙ୍ଗା ଘାଟିରେ ଟ୍ରାଏଲ ରନରେ ଚାଲିଲା ଗାଡ଼ି । ଠିକା କମ୍ପାନିର ହାଇୱା ଗାଡ଼ିକୁ ଭଞ୍ଜନଗରରୁ କଳିଙ୍ଗା ଘାଟି ନିଆଯାଇଥିଲା । ଟ୍ରାଏଲ ରନ୍ ସଫଳ ହୋଇଥିବା କହିଛନ୍ତି ପ୍ରୋଜେକ୍ଚ ମ୍ୟାନେଜର । ଭୂସ୍ଖଳନ ଯୋଗୁ ଅଧାରେ ଅଟକିଥିଲା କାମ
୨.ଟର୍ଚ୍ଚ ଜଳିଲା,ରୋଗୀ ସେବା ହେଲା
ଟର୍ଟ୍ଟ ଆଲୁଅରେ ରୋଗୀ ଚିକିତ୍ସା । ମୟୂରଭଞ୍ଜ ଜିଲ୍ଲା ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ଦେଢ଼ଘଣ୍ଟା କାଳ ବିଜୁଳି ନଥିଲା । ଟର୍ଚ୍ଚ ଆଲୁଅରେ ହେଲା ରୋଗୀ ସେବା । ସ୍ୱାସ୍ଥ୍ୟବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
୩.ଗୋଦାମରେ ଗଦା ଗଦା ବାଣ
କଳାହାଣ୍ଡି ଜୟପାଟଣାରେ ବେଆଇନ ବାଣ ଗୋଦାମରେ ଚଢ଼ାଉ । ବଜରଙ୍ଗ ଅଗ୍ରୱାଲ ବେଆଇନ ଭାବେ ଘରେ ରଖିଥିଲେ ବାଣ । ମାଡ଼ି ବସିଲା ପୁଲିସ । ୨ଟି ମିନିଟ୍ରକ୍ ସହ ଗୋଦାମରେ ଗଚ୍ଛିତ ପୁଳା ପୁଳା ବାଣ
୪.ପାଣି ପଶିଲା,କଲବଲ କଲା
ନୂଆପଡ଼ାରେ କଲବଲ କରୁଛି ବର୍ଷା । ଘର, ଦୋକାନ, ମନ୍ଦିର ସବୁଠି ପସିଲା ପାଣି । ପମ୍ପ ଲଗାଇ ମନ୍ଦିରରୁ କଢ଼ାଯାଉଛି ପାଣି । ସେପଟେ ସ୍କୁଲରେ ପାଣି ପଶିବାରୁ ଗାଁମୁଣ୍ଡ ଯଜ୍ଞ ମଣ୍ଡପରେ ଚାଲିଛି ପାଠପଢ଼ା
୫. କାର୍ ଚୋରି କରି ଚୋର ଛୁ
ବାରିପଦାରେ ଅଭିନବ ଉପାୟରେ ଚୋରି । ଟାଇଲ୍ ଖୋଲି ଘର ଭିତରେ ପଶିଲା ଚୋର । ଚାବି ନେଇ କାର ଚୋରି କରି ଛୁ ମାରିଲା । ଥାନାରେ ଅଭିଯୋଗ ପରେ ସିସିଟିଭି ଯାଞ୍ଚ କରି ପୁଲିସ କରୁଛି ତଦନ୍ତ
୬. ପ୍ରତିଶ୍ରୁତି ପରେ ସ୍ୱାସ୍ଥ୍ୟସେବା ଆରମ୍ଭ
ସୁନ୍ଦରଗଡ଼ରେ ସ୍ୱାଭାବିକ ହେଲା ରୋଗୀ ସେବା । ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିବା ଘଟଣାରେ ରାତି ତମାମ ଆନ୍ଦୋଳନରେ ବସିଥିଲେ ଡାକ୍ତର । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ସ୍ୱାଭାବିକ ହେଲା ସ୍ୱାସ୍ଥ୍ୟସେବା
୭.ଶାହରୁଖଙ୍କ ଫ୍ୟାନ୍ ହେଲେ ପ୍ରକୃତି
ଶାହରୁଖଙ୍କ ଫ୍ୟାନ୍ ହେଲେ ପ୍ରକୃତି ମିଶ୍ର , ହାତ ମିଳାଇ କହିଲେ ହାତ ଧୋଇବିନି ..
୮.ବୃନ୍ଦାବନରେ ମହାମହିମ
ବୃନ୍ଦାବନରେ ପହଞ୍ଚି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି । ପରିବେଶ ସୁରକ୍ଷା ବାର୍ତ୍ତା ଦେଇ କଲେ କଳ୍ପବୃକ୍ଷ ଚାରା ରୋପଣ
୯.ବଢ଼ିଲା ଶାହରୁଖଙ୍କ ଅଡୁଆ
ଶାହରୁଖ ଖାନ୍ ଏବଂ ପତ୍ନୀଙ୍କ କମ୍ପାନି ନାଁରେ ମାନହାନି ମକଦ୍ଦମା : ସମୀର ୱାଙ୍ଖଡେ ଆଣିଲେ ଅଭିଯୋଗ
୧୦.ୱାଙ୍ଗଚୁକଙ୍କ ଏନଜିଓ ଲାଇସେନ୍ସ ରଦ୍ଦ
ସୋନମ୍ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ । ଲେହ ହିଂସା ପରେ MHA ପକ୍ଷରୁ କାର୍ଯ୍ୟାନୁଷ୍ଠାନ