୧ . ‘ଏକାଠି ହେବେ ଡ୍ରାଗନ୍ – ହାତୀ’
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଲେ ସି ଜିନପିଙ୍ଗ୍ : ‘ଡ୍ରାଗନ୍ – ହାତୀ ଏକାଠି ହେବେ’ .. ଘଣ୍ଟାଏ ବୈଠକରେ ଚାଲିଲା ଆଲୋଚନା

Advertisment

୨. ଓଡ଼ିଆ ଖେଳାଳିଙ୍କୁ ମୋଦୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ : ଓଡ଼ିଆ ନୌକା ଚାଳନା ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହେଲେ ମୋଦୀ , ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସରେ ଭାଗ ନେଇ ନାଁ କରିଥିବାରୁ ଜଣାଇଲେ ଶୁଭେଚ୍ଛା 

୩ . ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୬ ମୃତ 
ଲକ୍ଷ୍ନୌ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ: ୬ ମୃତ ,ମାଟି ତଳେ ଦବିଲେ ଅନେକ ଶ୍ରମିକ 

୪ . ଆରପାରିରେ ‘ପବିତ୍ର ରିସ୍ତା’ ଧାରାବାହିକର ଅଭିନେତ୍ରୀ
ଆରପାରିରେ ‘ପବିତ୍ର ରିସ୍ତା’ ଧାରାବାହିକର ଅଭିନେତ୍ରୀ ପ୍ରିୟା ମରାଠେ : ୩୮ ବର୍ଷ ବୟସରେ କ୍ୟାନ୍ସର କାରଣରୁ ବୁଜିଲେ ଆଖି

୫ . ସ୍ବାୟତ୍ତ ଶାସନ ଦିବସ
ରାଜ୍ୟ ପାଳୁଛି ସ୍ବାୟତ୍ତ ଶାସନ ଦିବସ : ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି ମୋହନ ମାଝୀ ।  ଆଜି ଆଉ କିଛି ଏନଏସି ନାଁ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

୬ . ବାଘଛାଲ କାରବାରରେ ଅବସରପ୍ରାପ୍ତ ପୁଲିସ
ବାଘଛାଲ ବେପାର କରୁଥିଲେ ପୁଲିସ ବାବୁ, ମାଡ଼ି ବସିଲା ବନ ବିଭାଗ : ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ । ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରେ ଗଜପତିର ଅବସରପ୍ରାପ୍ତ ପୁଲିସ ସବ୍‌ଇନସପେକ୍ଟର

୭ . କଟକରେ କଳାଧନ ବୈଠକ
କଳାଧନ ପ୍ରସଙ୍ଗରେ କଟକରେ ଏସଆଇଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧ୍ୟକ୍ଷତା କରୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ । ପୁଲିସ, ଭିଜିଲାନ୍ସ, ଆୟକର, ଇଡି ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ସାମିଲ୍

୮ . ସାର ପାଇଁ ରାସ୍ତାରେ ଚାଷୀ
ସାର ପାଇଁ ରାସ୍ତାରେ ଚାଷୀ : ମାଲକାନଗିରି ମୋଟୁ ନିକଟରେ ଜାତୀୟ ରାଜପଥ ଅବରୋଧ । ୟୁରିଆ କଳାବଜାରୀ ହେଉଥିବାରୁ ତୀବ୍ର ଅସନ୍ତୋଷ

୯ . ବାଘ ପାଦ ଚିହ୍ନକୁ ନେଇ ଆତଙ୍କ
ବଣାଇ ରେଞ୍ଜରେ ବାଘର ପାଦ ଚିହ୍ନକୁ ନେଇ ବଢିଲା ଭୟ । କେଉଁ ବାଘର ଚିହ୍ନ, ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ବନ ବିଭାଗ , ଚାଲିଛି କଡ଼ା ପାଟ୍ରୋଲିଂ 

୧୦ . ଉଦଳା ଗଣଦୁଷ୍କର୍ମ : ୨ ଗିରଫ
ମୟୂରଭଞ୍ଜ ଉଦଳାରେ ଗଣଦୁଷ୍କର୍ମ ଘଟଣା : ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ, ବାହାରେ ବୁଲୁଛନ୍ତି ଆଉ ତିନି , ଚାକିରି ଦେବାକୁ କହି ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଇଥିଲେ ୫ ଯୁବକ