କନକ ବ୍ୟୁରୋ: ରାଜ୍ୟରେ ବଢ଼ିଚାଲିଛି ଜମି ହଡ଼ପ, ଦାଦା ବଟି ଆଦାୟ ଓ ସୁପାରୀ ହତ୍ୟା ଭଳି ସଂଗଠିତ ଅପରାଧ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ୟୁପି ଷ୍ଟାଇଲରେ ଗ୍ୟାଙ୍ଗଷ୍ଟର ନିରୋଧୀ ଆଇନ ଆଣିବାକୁ ଜଣାଇଲେ ଦାବି ।

Advertisment

ଏସସିବିରୁ ଡିସଚାର୍ଜ ହେଲେ ବାଲେଶ୍ବର ଏଫଏମ୍ କଲେଜ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ । ସେଦିନର ଘଟଣା ସମ୍ପର୍କରେ କିଛି କହିଲେନି, ଏଫଏମ୍ ଛାତ୍ରୀ ଆତ୍ମାହୁତି ବେଳେ ଆହତ ହୋଇଥିଲେ ଜ୍ୟୋତି ।

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ହେଲା ତୃତୀୟ ଅସ୍ତ୍ରୋପଚାର । ସେପଟେ ପୀଡ଼ିତାଙ୍କ ବୟାନ ରେକର୍ଡ ହେବାର ସୂଚନା । ପୁରୀ ଡିଏସପି, ବଳଙ୍ଗା ଥାନା ଅଧିକାରୀ କରିପାରନ୍ତି ପଚରାଉଚରା ।

ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଚାର୍ଜସିଟ୍ ଦାଖଲ। ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ୫୭୪ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ପଲ୍ଲୀଠୁ ଦିଲ୍ଲୀ ଯାଏଁ ଝଡ଼ ଆଣିଥିଲା ଜୁନ ୧୫ରେ ବେଳାଭୂମିରେ ଘଟିଥିବା ଅଘଟଣ ।

କମୁଛି ପାଣି, ବଢୁଛି ଦୁର୍ଦ୍ଦଶା । ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଲେ, ବିପଦ ସଂକେତ ତଳେ ରହିଛି ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ । ହେଲେ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ଲାଗିବ ସମୟ ।

ଜମ୍ମୁକାଶ୍ମୀରରେ ସେନାର ଅପରେସନ୍ ମହାଦେବ । ଡାଚିଗାମ ଜଙ୍ଗଲରେ ଏନକାଉଣ୍ଟର, ୩ ଆତଙ୍କବାଦୀ ସଫା । ପହଲଗାମ ହମଲାରେ ସମ୍ପୃକ୍ତ ଆତଙ୍କୀ ମୁସା ଓ ସୁଲେମାନକୁ ମାରି ୯୬ ଦିନ ପରେ ପ୍ରତିଶୋଧ ନେଲା ସେନା ।

ଲୋକସଭାରେ ଅପରେସନ୍ ସିନ୍ଦୂରକୁ ନେଇ ମହାବିତର୍କ । ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ । କହିଲେ ଅପରେସନରେ ଶତାଧିକ ଆତଙ୍କବାଦୀ ସଫା, ପାକିସ୍ତାନ ଦୁଃସାହସ କଲେ ପୁଣି ହେବ ଅପରେସନ ସିନ୍ଦୁର । 

ଖାଦ୍ୟ, ରକ୍ତ ପରେ ଗାଜାରେ ପାଣି ସଂକଟ । ଯୁଦ୍ଧରେ ନଷ୍ଟ ହୋଇଛି ପମ୍ପ ହାଉସ୍‌, ପାଇପ୍‌ ଲାଇନ୍, ମରାମତି କରୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଛି ଇସ୍ରାଏଲ ।

ଶିବଭକ୍ତ ପାଲଟିଲେ ଜାପାନର କୋଟିପତି ବ୍ୟବସାୟୀ । କୋଟିକୋଟି ଟଙ୍କାର ବ୍ୟାବସାୟିକ ସାମ୍ରାଜ୍ୟକୁ ଛାଡ଼ି ଗ୍ରହଣ କଲେ ହିନ୍ଦୁଧର୍ମ, ପାଲଟିଲେ ବାଲା କୁମ୍ଭ ଗୁରୁମୁନି ।

୧୯ ବର୍ଷୀୟ ଦିବ୍ୟା ଦେଶମୁଖ ବନିଲେ ଚେସ୍ ରେ ବିଶ୍ବ ଚାମ୍ପିଅନ୍ । କୋନେରୁ ହମ୍ପିଙ୍କୁ ହରାଇ ରଚିଲେ ଇତିହାସ ।