କନକ ବ୍ୟୁରୋ: ଲାଲବାହିନୀକୁ ଶକ୍ତ ଝଟକା । କୋଇଡ଼ାରେ ମାଟି ତଳୁ ମାଓବାଦୀଙ୍କ ୩୫ ଲକ୍ଷ ଟଙ୍କା ଜବତ କଲା ପୁଲିସ । ସେପଟେ ଆନ୍ଧ୍ର ଡିଜିପିଙ୍କ ପାଖରେ ଆତ୍ମସମର୍ପଣ କଲେ କୁଖ୍ୟାତ ମାଓ ଦମ୍ପତି, ୩୦ ବର୍ଷ ହେଲା ମାଓ ସଂଗଠନରେ ଥିଲେ ସକ୍ରିୟ ।

Advertisment

ଭୁବନେଶ୍ୱର କର୍ପୋରେଟର ଅମରେଶ ଜେନା ଗିରଫ । ୧୯ ବର୍ଷିୟ ଯୁବତୀଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଅମରେଶଙ୍କ ସ୍ତ୍ରୀ କହିଲେ, ଗିରଫ ନୁହେଁ, କରିଛନ୍ତି ଆତ୍ମସମର୍ପଣ । ଏପଟେ ବାୟାଁଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି ।

ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା । ୬ ଜିଲ୍ଲାର ବନ୍ୟା ସ୍ଥିତିକୁ ନେଇ ଏସଆରସି କହିଲେ, ପ୍ରଭାବିତ ହୋଇଛନ୍ତି ୧୧ ହଜାର ଲୋକ, ଆଶ୍ରୟସ୍ଥଳୀକୁ ୧ ହଜାର ଲୋକଙ୍କୁ ସ୍ଥାନାନ୍ତର । ପ୍ରଭାବିତ ଅଞ୍ଚଳରେ ୮୬ ଟିମ ନିୟୋଜିତ ।

ଓଡ଼ିଶାରେ ବଡ଼ ବନ୍ୟା । ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା । ମୁଣ୍ଡଳିରେ ସେକେଣ୍ଡକୁ ପ୍ରବାହିତ ହେଉଛି ୪ଲକ୍ଷ କ୍ୟୁସେକ୍ ପାଣି, ତଳିଆ ଅଞ୍ଚଳର ବିଭିନ୍ନ ଗାଁରେ ପଶିଲା ବନ୍ୟା ପାଣି ।

‘ମୋଦୀଙ୍କ ମନ କି ବାତ୍’ରେ ଓଡ଼ିଶା କଥା । ମୟୂରଭଞ୍ଜର ସାନ୍ତାଳୀ ଶାଢ଼ୀ କଥା କହିଲେ ପ୍ରଧାନମନ୍ତ୍ରୀ, କେନ୍ଦୁଝର ପ୍ରମିଳା ପ୍ରଧାନଙ୍କୁ କଲେ ପ୍ରଶଂସା, କୀର୍ତ୍ତନ ଜରିଆରେ ଜଙ୍ଗଲ ନିଆଁ ଲିଭାଇବା ସଚେତନତା କରି ଚର୍ଚ୍ଚାକୁ ଆସିଥିଲେ ପ୍ରମିଳା ।

ହରିଦ୍ବାର ମନସା ଦେବୀ ମନ୍ଦିରରେ ଦଳାଚକଟା । ୮ ମୃତ, ୨୫ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ । କେଉଁଠି ରହିଲା ତ୍ରୁଟି, ରାଜ୍ୟ ସରକାରଙ୍କ ତନାଘନା ।

ଦେଶ ବଡ଼ ନା' ଖେଳ ? ପହଲଗାମ୍ ଆକ୍ରମଣର କେଇ ମାସ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ପାଇଁ ତାରିଖ ଘୋଷଣା, ବିଭିନ୍ନ ମହଲରେ ବିରୋଧ ।

କାଲି ଯୁଦ୍ଧ ବିରତି ଘୋଷଣା, ଆଜି ପୁଣି ଯୁଦ୍ଧ । ଟ୍ରମ୍ପଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥାଇଲାଣ୍ଡ ଓ କାମ୍ୱୋଡିଆ ମଧ୍ୟରେ ଫେରିପାରିନି ଶାନ୍ତି  ।

କାନ୍ଦୁଛି ଗାଜା । ଇସ୍ରାଏଲ୍ ଆକ୍ରମଣରେ ହାହାକାର ପରିସ୍ଥିତି । ଭୋକ ଉପାସ ଓ ରୋଗରେ ପୋକମାଛି ପରି ମରୁଛନ୍ତି ଲୋକ ।  ୫୦ ଗ୍ରାମ୍ ବିସ୍କୁଟର ଦାମ୍ ୭ଶହ ୫୦ ଟଙ୍କା ।

ବିଦେଶରେ ବଢୁଛି ଭାରତୀୟଙ୍କ ଉପରେ ଆକ୍ରମଣ । ଅଷ୍ଟ୍ରେଲିଆ ମେଲବର୍ଣ୍ଣର ସେଣ୍ଟ୍ରାଲ୍ ସ୍କୋୟାର ସପିଂ ସେଣ୍ଟର ବାହାରେ କାଟିଲେ ହାତ । ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଅଟକ ।