କନକ ବ୍ୟୁରୋ: ଆଉ ଚାଲିବନି ବିସିସିଆଇର ମନମାନି । ଲୋକସଭାରେ ଉପସ୍ଥାପିତ ହେଲା ଜାତୀୟ କ୍ରୀଡ଼ା ବିଧେୟକ । ଆରଟିଆଇ ଅଧିନକୁ ଆସିବ ବିଶ୍ବର ଧନୀ କ୍ରିକେଟ ବୋର୍ଡ ।
ଓଡ଼ିଶାରେ ସବୁଦିନ ଆସୁଛି ଆତ୍ମହତ୍ୟା ଖବର । ଆଜି ଦିଗପହଣ୍ଡିରେ ନିଜେ ଜଳିଗଲେ ବୃଦ୍ଧ, ନବରଙ୍ଗପୁର ବିଷ ପିଇ ସଂଘର୍ଷ କରୁଛନ୍ତି ନର୍ସିଂ ଛାତ୍ରୀ ।
କେବେ ଖୋଲିବ ବାଲେଶ୍ବର ଗୁମର? ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାଦାହ ଘଟଣରେ ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ । ଏପଟେ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କୁ ଭେଟିଲେ ପରିବାର ଲୋକ ଓ ଉପମୁଖ୍ୟମନ୍ତ୍ରୀ ।
ମହିଳାଙ୍କୁ ସୁରକ୍ଷା ପାଇଁ ଲୋକସେବା ଭବନରେ କର୍ମଶାଳା । ଉପମୁଖ୍ୟମନ୍ତ୍ରୀ କହିଲେ, ମନ୍ଦ ଉଦ୍ଦେଶ୍ୟ ରଖି ସ୍ପର୍ଶ କଲେ କରନ୍ତୁ ପ୍ରତିବାଦ, ମିଛି ଅଭିଯୋଗ ଆଣିଲେ ମିଳିବ ଦଣ୍ଡ । ସେପଟେ ଅବହେଳିତଙ୍କ ସୁରକ୍ଷା ପାଇଁ କଂଗ୍ରେସ ଗଢ଼ିଲା ନାରୀ ନ୍ୟାୟ ବାହିନୀ ।
ବର୍ଷକର ବିଜେପି ସରକାରରେ ସବୁଠୁ ବଡ଼ ପ୍ରାଶାସନିକ ଅଦଳବଦଳ । ରାତରାତି ବଦଳିଗଲେ ୪୯ ଆଇଏଏସ୍, ପୁରୁଣାଙ୍କ ଅପେକ୍ଷା ନୂଆଙ୍କ ଉପରେ ଅଧିକ ଭରସା । ଆଗକୁ ସରକାର ଓ ସଂଗଠନରେ ଦେଖିବାକୁ ମିଳିବ କି ସମାନ ଛାପ?
କେମିତି ଖର୍ଚ୍ଚ କଲେ ସୁଭଦ୍ରା ଟଙ୍କା? ଜାଣିବାକୁ ଚାହୁଛନ୍ତି ସରକାର । ଦୁଇଟି କିସ୍ତିରେ ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀଙ୍କ ହେବ ସର୍ଭେ । ସେପଟେ ସର୍ଭେ କାମରେ ଛାତ୍ରଛାତ୍ରୀଙ୍କ ନିୟୋଜନ ନେଇ ପ୍ରଶ୍ନ ଉଠାଇଲା ଅଭିଭାବକ ସଂଘ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ । ସମାନ ସ୍ଥାନରେ କାର୍ଯ୍ୟରତ ଥିବାରୁ ବେଆଇନ ଦର୍ଶାଇଲେ କୋର୍ଟ । ଏପଟେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି ।
ବେଉଷଣ ବେଳେ ବିଲକୁ ନଯାଇ ଇ-କେୱାଇସି ପାଇଁ ଚାଷୀ ଲଗାଉଛି ଲମ୍ବା ଧାଡି । ଇଣ୍ଟରନେଟ୍ ସର୍ଭର ଡାଉନ ହେଲେ ହେଉଛନ୍ତି ନିରାଶ, ସରକାରଙ୍କ ନିୟମକୁ ନେଇ ଅସନ୍ତୋଷ ଝାଡିଲେ ଚାଷୀ ।
ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବେ ନିର୍ବାଚନ କମିସନ । ଚର୍ଚ୍ଚାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁରଙ୍କ ନାଁ ।
ବିହାର ଏନଡିଏ ବିଧାୟକ ଦଳ ବୈଠକରେ ଆମିଷ ଭୋଜନ ପରଷା ଯିବା ଘଟଣା । ତେଜସ୍ବୀଙ୍କ ବୟାନ, ସନାତନ ଧର୍ମୀ ବିଜେପି ଶ୍ରାବଣମାସରେ ଧାର୍ମିକ ମନୋଭାବକୁ ଦେଇଛି ଆଘାତ ।