୧ . ଉତ୍ପାତ ମଚାଇଲେ ମାତାଲ ଯୁବତୀ 

ରାଜଧାନୀ ରାସ୍ତାରେ ମାତାଲ ଯୁବତୀଙ୍କ ଉତ୍ପାତ । ବେପରୁଆ ଗାଡ଼ି ଚଳାଇ ଆତଙ୍କ ଖେଳାଇଲେ ନିଶାରେ ଚୁର ୩ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ । ସ୍ଥାନୀୟ ଲୋକେ ଅଟକାଇବାରୁ କଲେ ପାଟିତୁଣ୍ଡ, ଥାନାକୁ ଉଠାଇନେଲା ପୁଲିସ 

୨ . ପାଣି ପାଣି ହେଲା ପେଟ୍ରୋଲ ଟାଙ୍କି 

Advertisment

ଲଗାଣ ବର୍ଷାରେ ବୁଡ଼ିଲା ବାଲେଶ୍ୱର ସହର । ପେଟ୍ରୋଲ ଟାଙ୍କିରେ ପଶିଲା ପାଣି , ପାଇପ ଓ ହ୍ୟାଣ୍ଡ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ ଉଦ୍ୟମ । 

୩ . ଗଜପତିରେ ମାଡ଼ିଆସିଲା ପାହାଡ଼ ପାଣି 

ଗଜପତିରେ ପାହାଡ଼ ପାଣି ମାଡ଼ି ଆସିବାରୁ ଭୁଶୁଡ଼ିଲା ଘର କାନ୍ଥ । ଅଳ୍ପକେ ବର୍ତ୍ତିଲେ ୩ ପରିବାର 

୪ . ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ

ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ । ୧୨ ଓ ୨୮% ପ୍ରତିଶତ ସ୍ଲାବ ବଦଳରେ ଲାଗୁହେବ ୫ ଓ ୧୮ ପ୍ରତିଶତ ସ୍ଲାବ । କ୍ଷୀର, ପାଉଁରୁଟି, ପନିର, ପିଜା ବ୍ରେଡ ଓ ରୁଟିରେ ଲାଗିବନି କୌଣସି ଜିଏସଟି , ସ୍ବାସ୍ଥ୍ୟ ଓ ଜୀବନ ବୀମାରେ ଶୁଳ୍କ ଛାଡ଼ 

୫ . କ'ଣ ଶସ୍ତା, କ'ଣ ମହଙ୍ଗା? 

କାର, ବାଇକ, ସିମେଣ୍ଟ, ଏସି, ୱାସିଂ ମେସିନ ହେବ ଶସ୍ତା : ୨୮ ପ୍ରତିଶତ ବଦଳରେ ହେବ ୧୮ ପ୍ରତିଶତ । ସାମ୍ପୁ , ସାବୁନ, ଟୁଥପେଷ୍ଟ ଉପରେ ଲାଗିବ ୫ ପ୍ରତିଶତ ଜିଏସଟି । ବିଳାସପୂର୍ଣ୍ଣ କାର, ମଦ, ତମାଖୁ ଉପରେ ୪୦ ପ୍ରତିଶତ ଜିଏସଟି , ୨୨ ସେପ୍ଟେମ୍ବରରୁ ହେବ ଲାଗୁ

୬ . ଆଜି ବାମନ ଜନ୍ମନୀତି   

ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି : ସ୍ବତନ୍ତ୍ର ଓ ଦୀର୍ଘ ନୀତି ହୋଇଥିବାରୁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସନ୍ଧ୍ୟା ୫ ଟାରୁ ରାତି ୧୦ଟା ଯାଏଁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ 

୭ . ଅଧା ବୁଡ଼ିଛି ପଞ୍ଜାବ ଓ ଚଣ୍ଡିଗଡ଼ 

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଚଣ୍ଡିଗଡ଼ ଓ ପଞ୍ଜାବ : ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ୭ ତାରିଖ ଯାଏଁ ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା , ବନ୍ୟାରେ ଉବୁଟୁବୁ ପଞ୍ଜାବର ୧୪ଶହ ଗାଁ, ୩୦ ଜଣଙ୍କ ମୃତ୍ୟୁ ସୂଚନା

୮ . ହୀରାକୁଦରେ ଭାସମାନ ରେଷ୍ଟୁରାଣ୍ଟ!

ବଦଳିଯିବ ହୀରାକୁଦ ଜଳଭଣ୍ଡାରର ଚିତ୍ର : ନଭେମ୍ବର ୧୫ ତାରିଖରୁ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ରିଜର୍ଟ ଓ ୱାଟର ସ୍ପୋର୍ଟ୍ସ । ଚାଲିବ କ୍ରୁଜ୍ ଓ ବୋଟ ହାଉସ୍ , ଜଳ ସମ୍ପଦ ବିଭାଗକୁ ଅନୁମତି ମାଗିଲା ପର୍ଯ୍ୟଟନ ବିଭାଗ । ଇକୋ ରିଟ୍ରିଟରେ ନିଆରା ମଜା ପାଇବେ ପର୍ଯ୍ୟଟକ

୯ . ‘ଆପଣ ଅଲଗା କାମ ଖୋଜନ୍ତୁ’… 

ପୁଟିନଙ୍କ କଥା ପଚାରିବାରୁ ରିପୋର୍ଟରଙ୍କ ଉପରେ ରାଗିଗଲେ ଟ୍ରମ୍ପ… କଡ଼ା ଭାଷାରେ ଦେଲେ ଜବାବ...

୧୦ . ଅଭିନେତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ 

ଟିଭିର ଲୋକପ୍ରିୟ କଳାକାର ଆଶିଷ କପୁରଙ୍କ ଉପରେ ଲାଗିଲା ଦୁଷ୍କର୍ମ ଅଭିଯୋଗ … ପୁଣେରୁ ହେଲେ ଗିରଫ… ଦିଲ୍ଲୀର ଏକ ପାର୍ଟିରେ ହୋଇଥିଲା ଅଘଟଣ…