ପ୍ରେମ ନିବେଦନ କରି ଫସିଲେ ହାବିଲଦାର 
ଅସହାୟ ମହିଳାଙ୍କୁ ପ୍ରେମ ନିବେଦନ କରି ଫସିଲେ ହାବିଲଦାର । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ହାବିଲଦାର ଅଜୟ ସାହୁଙ୍କ ବିରୋଧରେ ଅଭିଯୋଗ । ନିଛାଟିଆ ସ୍ଥାନରେ ମହିଳାଙ୍କୁ ଏକୁଟିଆ ଦେଖି ଅଶ୍ଳୀଳ ଇଂଗୀତ ସହ ମାଡ଼ ମାରିଥିବା ଅଭିଯୋଗ ।

Advertisment

କାଲି ଦିଲ୍ଲୀରେ ଓଡ଼ିଶା ବୈଠକ 
କାଲି ଦିଲ୍ଲୀରେ ବସିବ କଂଗ୍ରେସର ବଡ଼ ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ବୈଠକରେ ସାମିଲ ହେବେ ପିସିସି ସଭାପତି ଓ ଓଡ଼ିଶା ପ୍ରଭାରୀ । ଜିଲ୍ଲା ସଭାପତି ବାଛିବା ନେଇ ହୋଇପାରେ ଆଲୋଚନା ।

ଜୀବନ ବଞ୍ଚାଇଦେଲା ଗଛ 
ବନ୍ୟା ପାଣି ସ୍ରୋତରେ ଭାସିଗଲା ଡଙ୍ଗା । ଗଛକୁ ଧରି ଜୀବନ ବଞ୍ଚାଇଲେ ଲୋକେ । ଭୋଗରାଇ-ବାଲିଆପାଳକୁ ସଂଯୋଗ କରୁଥିବା ରସଲପୁର ରାସ୍ତାରେ ଅଭାବନୀୟ ଦୃଶ୍ୟ ।

ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା
ଫୁଲୁଛି ସୁବର୍ଣ୍ଣରେଖା ଓ ବୈତରଣୀ ନଦୀ । ବଂଶଧାରା ଓ ବୁଢାବଳଙ୍ଗରେ ବି ବଢୁଛି ଜଳସ୍ତର । ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

କାଞ୍ଜିପାଣି ଘାଟିରେ ଭୂସ୍ଖଳନ
ଲଗାଣ ବର୍ଷାରେ ବେହାଲ ଅଧା ରାଜ୍ୟ । କେନ୍ଦୁଝର କାଂଜିପାଣି ଘାଟିରେ ପଥର ଓ ମାଟି ଖସି ରାସ୍ତା ଅବରୋଧ । ଅନୁଗୁଳ ଜିଲ୍ଲା ନିଶାରେ କାନ୍ଥ ଭୁଶୁଡ଼ି ମହିଳାଙ୍କ ମୃତ୍ୟୁ ।

‘ସାର ପକାଇଲେ ଶରୀର ଖରାପ ହେବ’
ସାରକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୟାନ । କହିଲେ, ସାର ପ୍ରୟୋଗ କଲେ ଖରାପ ହେବ ଶରୀର । ରାଜ୍ୟରେ ସାର ସଙ୍କଟକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ

ପତ୍ନୀହନ୍ତା ସ୍ୱାମୀକୁ ଏନକାଉଣ୍ଟର
ଗ୍ରେଟର ନୋଏଡା ଯୌତୁକ ହତ୍ୟା ମାମଲାରେ ନୂଆ ମୋଡ । ଅଭିଯୁକ୍ତ ସ୍ବାମୀକୁ ୟୁପି ପୁଲିସର ଏନାକାଉଣ୍ଟର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ ପରେ ଆକ୍ସନ ସୂଚନା । ୩୫ଲକ୍ଷ ଟଙ୍କା ଦାବି କରି ସ୍ତ୍ରୀକୁ ମାରିଥିବା ଅଭିଯୋଗ ।

ଭାରତର ସୁରକ୍ଷା କବଚ ‘ସୁଦର୍ଶନ ଚକ୍ର’
ବଢ଼ିଲା ଭାରତୀୟ ସେନାର ସାମରିକ ବଳ । ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସୁଦର୍ଶନର ସଫଳ ପରୀକ୍ଷଣ । ଆକାଶରୁ ଶତ୍ରୁଙ୍କୁ ଆକ୍ରମଣକୁ କରିବ ପ୍ରତିହିତ ।

ଭାରତ ଆସିବେ ୟୁକ୍ରେନ ରାଷ୍ଟ୍ରପତି
ଖୁବଶୀଘ୍ର ଭାରତ ଆସିବେ ୟୁକ୍ରେନ ରାଷ୍ଟ୍ରପତି । ଯୁଦ୍ଧ ସମାଧାନ ପାଇଁ ମୋଦୀ ଓ ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ସମ୍ଭାବନା । ସେପଟେ ବର୍ଷ ଶେଷରେ ଦିଲ୍ଲୀଗସ୍ତ କରିପାରନ୍ତି ମସ୍କୋ ମୁଖ୍ୟ ପୁଟିନ ।

‘ଆଉ ଆଲୋଚନା ପାଇଁ ଭିକ ମାଗିବନି ପାକ୍’
ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡର ମୁହଁ ଫୁଟାଣି । ପିସିବି ମୁଖ୍ୟ ମୋହସିନ ନକଭି କହିଲେ ପାକିସ୍ତାନ ଆଉ ଆଲୋଚନା ପାଇଁ ମାଗିବ ନାହିଁ ଭିକ