୧.କବରରେ ପୀଡ଼ିତା, ରହସ୍ୟରେ ମୃତ୍ୟୁ 
ବଳଙ୍ଗା ନାବାଳିକାଙ୍କ ଶେଷକୃତ୍ୟ । ବାୟାବର ଗାଁରେ ପହଞ୍ଚି ସମ୍ପର୍କୀୟଙ୍କୁ ଭେଟିଲେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରହସ୍ୟରେ ରହିଗଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣା । 

Advertisment

୨. ଏଫଏମ୍‌ ଘଟଣା: ଗିରଫ ହେଲେ ଜ୍ୟୋତିପ୍ରକାଶ

ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ବଡ଼ କାର୍ୟ୍ୟାନୁଷ୍ଠାନ । ୨୩ଦିନ ପରେ ଦୁଇ ଛାତ୍ର ଗିରଫ । ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ବାଳଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ।

୩. ଆଜି ଶ୍ରାବଣ ମାସ ଶେଷ ସୋମବାର

ଆଜି ଶ୍ରାବଣ ମାସ ଶେଷ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ଜଳଲାଗି କରିବାକୁ ଲମ୍ବାଧାଡିରେ ଭକ୍ତ । ଧବଳେଶ୍ବର, ପଞ୍ଚଲଙ୍ଗେଶ୍ବର, କପିଳାସ, ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।

୪.ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା

ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲା । ଜେଲରେ କଟିଲା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ରାତି । ସେପଟେ ସାମ୍ନାକୁ ଆସିଲା ବଡ଼ କେଳେଙ୍କାରୀ । ପ୍ରଶ୍ନପତ୍ର ବିକ୍ରି ପାଇଁ କରିଥିଲେ ବଡ଼ ଡିଲ । ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା 

୫.ବାନ୍ଧିଲେ, ପିଟିଲେ, ଲୁଟିଲେ...

ପୁଣି ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ । ଦହିସଡ଼ା ଗାଁରେ ଜଣକ ଘରେ ପଶି ଗୋଡ଼ ହାତ ବାନ୍ଧି ଲୁଟ୍ କରିଛି ଲୁଟେରା । ୫୦ ଲକ୍ଷର ଗହଣା ଓ ନଗଦ ୬୦ ହଜାର ଟଙ୍କା ଲୁଟିନେଲେ ୫ ଦୁର୍ବୃତ୍ତ । 

୬.ବିସ୍ଫୋରଣରେ ୮ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବାପଟ୍‌ଲା ପଥର ଖାଦାନ ବିସ୍ଫୋରଣରେ ୮କୁ ବଢ଼ିଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ମୋହନାରୁ ୨ଜଣ, ଆସିକା ଓ ଦିଗପହଣ୍ଡିର ୪ ଜଣ । ଆଜି ଗାଁରେ ପହଂଚିବ ମୃତ ଶରୀର ।

୭.ଭୟଙ୍କର ଆଗ୍ନେୟ ଉଦ୍‌ଗୀରଣ

ରୁଷିଆ କାମଚଟ୍‌କାରେ ଭୟଙ୍କର ଆଗ୍ନେୟ ଉଦ୍‌ଗୀରଣ । ୬୦୦ ବର୍ଷ ପରେ କ୍ରାଶେନିନିକୋଭ୍‌ରେ ପ୍ରଥମ ବିସ୍ଫୋରଣ । ୬ ହଜାର ମିଟର ଉଚ୍ଚ ଉଠିଲା ଧୂଆଁ ଓ ପାଉଁଶ ।

୮.କିଏ ଜିତିବ ଓଭାଲ ଟେଷ୍ଟ? 

ରୋମାଞ୍ଚକର ସ୍ଥିତିରେ ଓଭାଲ ଟେଷ୍ଟ । ଶେଷ ଦିନରେ ଜିତିବାକୁ ଇଂଲଣ୍ଡକୁ ଦରକାର ୩୫ ରନ । ଭାରତକୁ ଆବଶ୍ୟକ ୪ ୱିକେଟ । ମ୍ୟାଚ ଜିତି ସିରିଜ ଡ୍ର ଲକ୍ଷ୍ୟରେ ଟିମ ଇଣ୍ଡିଆ ।

୯.‘୨ ଟଙ୍କିଆ’ ଡାକ୍ତରଙ୍କ ଦେହାନ୍ତ

କେରଳର ୨ ଟଙ୍କିଆ ଡାକ୍ତରଙ୍କ ଦେହାନ୍ତ । ୫୦ ବର୍ଷ ଧରି ୨ ଟଙ୍କାରେ ଯୋଗାଉଥିଲେ ସେବା । ୮୦ ବର୍ଷରେ ଆଖି ବୁଜିଲେ ଡାକ୍ତର ଏକେ ରାଇରୁ ଗୋପାଲ

୧୦.ବନ୍ୟାରେ ବୁଡ଼ିଲା ଉତ୍ତର ପ୍ରଦେଶ 

ଉତ୍ତର ପ୍ରଦେଶରେ ବନ୍ୟାସ୍ଥିତି ସଙ୍ଗୀନ । ପ୍ରୟାଗରାଜରେ ବୁଡ଼ିଲା ରାସ୍ତା-ଘାଟ, ଘର । ପାଣି ଘେରରେ ୧୭ ଜିଲ୍ଲା । ନବଜାତକୁ ହାତରେ ଧରି ସୁରକ୍ଷିତ ସ୍ଥାନକୁ ଗଲେ ବାପା, ମା’ ।