ଧୀମାନ ଚକମାଙ୍କୁ ଜାମିନ
ଆଇଏଏସ ଧୀମାନ ଚକମାଙ୍କୁ ସର୍ତ୍ତମୂଳକ ଜାମିନ । ଜାମିନ ପ୍ରଦାନ କଲେ ହାଇକୋର୍ଟ । ସାକ୍ଷୀ ପ୍ରମାଣକୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ।
ବନ୍ଦ ଘରୁ ଦିବ୍ୟାଙ୍ଗ ଯୁବତୀଙ୍କ ମୃତଦେହ
ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ବନ୍ଦ ଘରୁ ମିଳିଲା ମୃତଦେହ । ଦେଢ଼ ବର୍ଷ ହେଲା ଡମଣା ଅଞ୍ଚଳରେ ରହୁଥିଲେ ରାୟଗଡ଼ାର ଯୁବତୀ ।
ପ୍ରବଳ ବର୍ଷା ସମ୍ଭାବନା
ଲଘୁଚାପ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା । ରାଜ୍ୟର ୧୭ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ।
ପୀଡ଼ିତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା
ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି । ପୀଡ଼ିତାଙ୍କ ଏକାଦଶାହରେ ଜନ୍ମମାଟି ପଳାସିଆରେ ଶ୍ରଦ୍ଧାଞ୍ଜଳି ସଭା । ଯୋଗ ଦେଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ
ଅକ୍ସିଜେନ୍ ସପୋର୍ଟରେ ବଳଙ୍ଗା ପୀଡ଼ିତା
ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ । ଅସ୍ତ୍ରୋପଚାର ପରେ ଜ୍ବର ହୋଇଥିବା ସୂଚନା । ବର୍ତ୍ତମାନ ଅକ୍ସିଜେନ୍ ସପୋର୍ଟରେ ଥିବା ସ୍ବାସ୍ଥ୍ୟ ବୁଲେଟିନ୍ରେ ଉଲ୍ଲେଖ ।
ପୁଣି ବଡ଼ ବିମାନ ଦୁର୍ଘଟଣା
ରୁଷିଆରେ ବଡ଼ ବିମାନ ଦୁର୍ଘଟଣା । ୫୦ରୁ ଅଧିକ ଯାତ୍ରୀଙ୍କର ମିଳୁନି ପତ୍ତା । ରୁଷ ସୀମାରେ ବିମାନର କ୍ରାସ୍ ଲ୍ୟାଣ୍ଡିଂ ସୂଚନା
ବ୍ରିଟେନରେ ମୋଦୀ
ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଲଣ୍ଡନ ବିମାନବନ୍ଦରରେ ଭବ୍ୟ ସ୍ବାଗତ । ଦୁଇ ଦେଶ ମଧ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ଭାବନା
ରାଷ୍ଟ୍ରଦୂତ ନାଁରେ ଚାଲିଥିଲା ଠକେଇ
ଉତ୍ତର ପ୍ରଦେଶ ଗାଜିଆବାଦରେ ନକଲି ଦୂତାବାସ ଠାବ ଘଟଣା । ଏସଟିଏଫ୍ ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା । କାଳ୍ପନିକ ଦେଶ ନାଁରେ ଚାଲିଥିବା ଏମ୍ବାସି
ଚାଲିପାରୁନି ସଂସଦ
ଚତୁର୍ଥ ଦିନରେ ବି ସଂସଦ ଅଚଳ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ମୁଲତବୀ ଘୋଷଣା । ସଂସଦ ଭବନ ଆଗରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ବିକ୍ଷୋଭ ।
ଟିମ୍ ଇଣ୍ଡିଆକୁ ଝଟକା: ଖେଳିବେନି ପନ୍ତ
ମାଞ୍ଚେଷ୍ଟର ଟେଷ୍ଟରେ ଭାରତକୁ ବଡ଼ ଝଟକା । ଆଙ୍ଗୁଠିରେ ଆହତ ଯୋଗୁଁ ସିରିଜରୁ ବାଦ ପଡ଼ିଲେ ଋଷଭ ପନ୍ତ । ୬ ମାସ ଯାଏଁ ନେବେ ବିଶ୍ରାମ