ଦୀପାବଳି ପୂର୍ବରୁ ପୁଲିସର ଅପରେସନ୍ ‘ଅଗ୍ନି’ । ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଲାଣି କୋଟି କୋଟି ଟଙ୍କାର ବେଆଇନ୍ ବାଣ । ଜଗତସିଂହପୁରରୁ ଜଳେଶ୍ବର, ଭଦ୍ରକରୁ ବାଲିଗୁଡ଼ା ପର୍ୟ୍ୟନ୍ତ ପୁଲିସର ଚଢ଼ାଉ । ବେଆଇନ୍ ବାଣ ସହ ବିସ୍ଫୋରକ ସାମଗ୍ରୀ ଜବତ ।
ବିସିସିଆଇ ଚନୟକମିଟିରେ ଓଡ଼ିଆଙ୍କ ଦବଦବା । ଶିବସିନ୍ଦୁର ଦାସଙ୍କ ପରେ ପ୍ରଜ୍ଞାନ ଓଝା ଚୟନକମିଟି ସଦସ୍ୟ । ମିଥୁନ ମନହାସ ବିସିସିଆଇ ଅଧ୍ୟକ୍ଷ
ବିହାର ବିଧାନସଭା ସହ ହେବ ନୂଆପଡ଼ା ଉପନିର୍ବାଚନ । ସୂଚନା ଦେଲେ ଭାରତୀୟ ନିର୍ବାଚନ କମିସନ..ସେପଟେ, ନୂଆପଡ଼ା ଦଖଲ ପାଇଁ କସରତ । ବିଜେପି ସଭାପତି ମନମୋହନ ସାମଲ କହିଲେ, ଆମେ ନିଶ୍ଚିତ ଜିତିବୁ
ମମିତା ମେହେର ମୃତ୍ୟୁ ଘଟଣା,ଲୋକସେବା ଭବନରେ ଗୋବିନ୍ଦ ସାହୁଙ୍କ ପରିବାର ଲୋକ । ସ୍ବାମୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି ପତ୍ନୀ ।
ଓଡ଼ିଶା ଛତିଶଗଡ ସୀମାରେ ବଡ଼ ଏନକାଉଣ୍ଟର । କାଙ୍କେର-ଧମତରି ଜିଲ୍ଲା ସୀମାବର୍ତ୍ତୀ ଜଙ୍ଗଲରେ ଗୁଳିବିନିମୟ । ଘଟଣାସ୍ଥଳରୁ ୩ ମାଓବାଦୀଙ୍କ ଶବ ଉଦ୍ଧାର ।
କୂଳ ଖାଇ ଗାଁ ମୁହାଁ ହେଉଛି ସୁବର୍ଣ୍ଣରେଖା ନଦୀ । ପଥରବନ୍ଧ ନଥିବାରୁ ବଢ଼ୁଛି ବିପଦ ଭୟ , ଭୟଭୀତ ଜଳେଶ୍ବର ପାଇକଶିଦା ପଞ୍ଚାୟତର ଅନେକ ଗାଁ ।
ଭିତରକନିକା ଜାତୀୟ ଉଦ୍ୟାନରେ ରୋଚକ ଦୃଶ୍ୟ । ଜଙ୍ଗଲୀ ବାରହାକୁ ଶିକାର କଲା ବଉଳା କୁମ୍ଭୀର,ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ । ଆତଙ୍କିତ ଅବସ୍ଥାରେ ଅଛନ୍ତି ଞ୍ଚଳବାସୀ ।
ତାମିଲନାଡୁ ଦଳାଚକଟା ଘଟଣାରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ବିଜୟଙ୍କ ଦଳ । ଏସଆଇଟି କିମ୍ବା ସିବିଆଇ ତଦନ୍ତ ଦାବି । ସେପଟେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ଦେବେ ଅଭିନେତା ବିଜୟ । ଯାଇଛି ୩୯ ଜୀବନ, ଆହତ ହୋଇଛନ୍ତି ୯୫ ।
ଆଜି ଏସିଆ କପରେ ଟାଇଟଲ ଟକ୍କର , ୪୧ ବର୍ଷ ପରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ନବମ ଥର ଚାମ୍ପିଅନ ଲକ୍ଷ୍ୟରେ ଟିମ ଇଣ୍ଡିଆ , ଅଭିଷେକ ଶର୍ମାଙ୍କ ବ୍ୟାଟରୁ ଭଲ ରନ୍ ଆଶା ।
ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ,ଅନ୍ତୀରଣ ସଭାପତି ରାଜୀବ ଶୁକ୍ଳାଙ୍କୁ ବିସିସିଆଇର ନୂଆ ଉପାଧ୍ୟକ୍ଷ ଦାୟିତ୍ବ । ରଘୁରାମ ଭଟ୍ଟଙ୍କୁ ମିଳିଲା ବିସିସିଆଇ କୋଷାଧ୍ୟକ୍ଷ ପଦ, ଦେବଜିତ ସୌକିଆଙ୍କୁ ସଚିବ ଭାର ।