ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୬ ତାରିଖରେ ଅବପାତ, ୨୭ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ପୂର୍ବାନୁମାନ । ମତ୍ସ୍ୟଜବୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା ।
ପୁଣି ଆସୁଛି ଲଘୁଚାପ                       

Advertisment

33ଟି ଗାଡ଼ି ଦୁର୍ଘଟଣା ମାମଲାରେ ଜାଲ୍ ବୀମା ଦାବି ସନ୍ଦେହ । ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । 30ଟି ଥାନାରେ ହୋଇଥିବା ମାମଲାର ତଦନ୍ତ ନିର୍ଦ୍ଦେଶ । ଗାଡ଼ି ଦୁର୍ଘଟଣା ପରେ ଜାଲ ବୀମା କ୍ଲେମ୍ କରାଯାଇଥିବା ସନ୍ଦେହ । 
ଜାଲ୍ ବୀମା: ଘାଣ୍ଟିବ ସିବିଆଇ                             

ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ୮ ଗୁରୁତର । ପୁରୁଣାକଟକ ଥାନା ଜିଆକଟାରେ ବିସ୍ଫୋରଣ, ଭାଙ୍ଗିଗଲା ଅନେକ ଘର । ପୁଲିସ ଓ ଅଗ୍ନିଶମ ବାହିନୀର ଛାନବିନ୍ ।
ବୌଦ୍ଧରେ ବିସ୍ଫୋରଣ: ୨ମୃତ                                
 
ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଯୁବକଙ୍କୁ ମାଡ଼ । ଗୋଡ଼ରେ ବେଡ଼ି ପକାଇଲେ ଉତ୍ୟକ୍ତ ଲୋକ । ବାଲେଶ୍ୱର ଜିଲ୍ଲା ମଲିଚୁଆ ଗାଁରେ ଉତ୍ତେଜନା । ଉଦ୍ଧାର ପାଇଁ ଆସିଥିବା ପୁଲିସକୁ କାଠଗଡ଼ ପକାଇ ଅଟକାଇଲେ ଗ୍ରାମବାସୀ ।
ଗୁଣି ସନ୍ଦେହରେ ଗୋଡ଼ରେ ବେଡ଼ି                  

ନାଁ ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ଘଟଣା । ଖୋର୍ଦ୍ଧା ଓସ୍ତପୁର ବଜାରରେ ତୀବ୍ର ଉତ୍ତେଜନା । ନାମଫଳକ ପୋତିବାକୁ ବିରୋଧ । ପୁଲିସ ସହ ଗ୍ରାମବାସୀଙ୍କ କଥା କଟାକଟି । ବଜାରରେ ବଳବତ୍ତର ୧୬୩ ଧାରା ।
ନାଁ ପାଇଁ ଗାଁ ବିବାଦ                              

ରାଜଧାନୀରେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତଦେହ ମିଳିବା ଘଟଣା । ମୃତ୍ୟୁ ପଛରେ ଚାକିରି କେଳେଙ୍କାରୀ ନେଇ ବଡ଼ ଟ୍ବିଷ୍ଟ । ଚାକିରି ଦେବାକୁ କହି ଜଣେ ମହିଳା ୫ କୋଟିରୁ ଅଧିକ ଠକିଥିବା ଅଭିଯୋଗ ।
ମୃତ୍ୟୁ ପଛରେ ଚାକିରି କେଳେଙ୍କାରୀ!  

ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଜିଏସଟି ନା ଆଉ କେଉଁ ପ୍ରସଙ୍ଗ ଉପରେ କହିବେ ମୋଦୀ, ସମସ୍ତଙ୍କ ନଜର । କାଲିଠୁ ସାରା ଦେଶରେ ଲାଗୁ ହେବ ନୂଆ ଜିଏସଟି ସ୍ଲାବ୍ ।
କ’ଣ କହିବେ ମୋଦୀ?                        

ରାଜରାସ୍ତାରେ ଗୁରୁ । ଭୁବନେଶ୍ବର ଗାନ୍ଧୀମାର୍ଗରେ ଶିକ୍ଷକଙ୍କ ବିକ୍ଷୋଭ । କ୍ୟାଡର ପୁନର୍ଗଠନ ପାଇଁ ଧାରଣାରେ ବସିଛନ୍ତି ହଜାର ହଜାର ହାଇସ୍କୁଲ ଶିକ୍ଷକ । 
ରାଜଧାନୀରେ ଶିକ୍ଷକଙ୍କ ବିକ୍ଷୋଭ                   

ଏସିଆ କପ୍‌ରେ ଆଜି ହାଇଭୋଲଟେଜ ମୁକାବିଲା । ସନ୍ଧ୍ୟାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସୁପର-୪ ଲଢ଼େଇରେ ପରସ୍ପରକୁ ଭେଟିବେ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଆଜି ହାତ ମିଳାଇବେ ନା ନାହିଁ ତା ଉପରେ ନଜର ।   
ଆଜି ହ୍ୟାଣ୍ଡସେକ୍ କରିବ ତ ଭାରତ?                   

ଗାଜା ଉପରେ ଇସ୍ରାଏଲର ବଡ଼ ଆକ୍ରମଣ । ଉତ୍ତର ଗାଜାରେ ମିସାଇଲ ଓ ରକେଟ୍ ମାଡ଼ରେ ୯୧ ମୃତ । ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବା ପାଇଁ ଆଇଏଡିଏଫର ଅଭିଯାନ ।
ଇସ୍ରାଏଲର ‘ଗାଜା’ ଦଖଲ ଅଭିଯାନ