କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ଆସାମ ଓ ତ୍ରିପୁରା ପାଇଁ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଘୋଷଣା । ମୋଟ୍ ୫ଟି ପ୍ରକଳ୍ପକୁ ଅନୁମୋଦନ । ଉଜ୍ଜ୍ୱଳା ଯୋଜନା ଗ୍ରାହକଙ୍କ ପାଇଁ ସବସିଡି ବାବଦରେ ଦିଆଯିବ ୧୨ ହଜାର କୋଟି ।

Advertisment

ପୁଲିସ ରାଡାରରେ କେନ୍ଦ୍ରାପଡ଼ା ଛାତ୍ରୀଙ୍କ ପରିବାର 
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା । ଏସପିଙ୍କ ନେତୃତ୍ୱରେ ଯାଞ୍ଚ ଜୋରଦାର । ଏଫଏମଟି ଟିମ୍ ଓ ସାଇଣ୍ଟିଫିକ୍ ଟିମର ଛାନଭିନ୍ । ମୃତ ଛାତ୍ରୀଙ୍କ ଭାଇର ମୋବାଇଲ ଯାଞ୍ଚ, ବାପାଙ୍କୁ ପଚରାଉଚରା । 

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଏସ.ଆଇ ନିଲମ୍ବିତ
ନାବାଳିକାକୁ ବିବାହ କରି ଫସିଗଲେ ପୁଲିସ ସବ୍‌ଇନିସପେକ୍ଟର । ଦଶମ ଶ୍ରେଣୀ ଝିଅକୁ ବିବାହ ପରେ ନିର୍ଯାତନା ଅଭିଯୋଗ । ଜଗତସିଂହପୁର ସଦର ଥାନାରେ ଅଭିଯୋଗ ପରେ ସସ୍‌ପେଣ୍ଡ ।


ସରକାରଙ୍କ ନିର୍ଦ୍ଦେଶ ମାନୁନି ପୁଲିସ୍ 
ଏଫଆଇଆର ନରଖିଲେ ନିଲମ୍ବିତ ହେବେ ଥାନା ବାବୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡାଇ ଦେଉଛି ପୁଲିସ । ପଟ୍ଟାମୁଣ୍ଡାଇର ପଲେଇ ବାବୁଙ୍କ ପରେ ଚର୍ଚ୍ଚାରେ ଭରତପୁରର ବୈକୁଣ୍ଠ ବାବୁ । 

ବିଜେଡିର ଉପରାଷ୍ଟ୍ରପତି ନିର୍ବାଚନ ଦ୍ବନ୍ଦ୍ବ
ୱାକଅଫ୍ ବିଲ ପରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଅଗ୍ନିପରୀକ୍ଷା । ନେତା କହିଲେଣି ଏନଡିଏ ପ୍ରାର୍ଥୀଙ୍କୁ କରିବୁନି ସମର୍ଥନ । ଏଯାଏଁ ଆଭିମୁଖ୍ୟ ସ୍ପଷ୍ଟ କରୁ ନାହାନ୍ତି ନବୀନ । 

ପୁଟିନଙ୍କ ସହ କଥାହେଲେ ମୋଦୀ
ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ । ପୁଟିନଙ୍କୁ ଭାରତ ଆସିବାକୁ କଲେ ନିମନ୍ତ୍ରଣ । ଆମେରିକାର ଟାରିଫ୍ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା । 

ଆମେରିକାକୁ ଘେରିବାକୁ ଭାରତର ରଣନୀତି 
ଟାରିଫ୍ ବିବାଦ ଭିତରେ ଆମେରିକାକୁ ଘେରିବା ପାଇଁ ଭାରତର କୂଟନୈତିକ ରଣନୀତି । ବ୍ରାଜିଲ, ଚୀନ ସହ ଆଲୋଚନା । ସେପଟେ ଟ୍ରମ୍ପଙ୍କୁ ବୁଝାଇବାକୁ ଆଗେଇ ଆସିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ।


ଇସିଆଇ-ରାହୁଲ ମୁହାଁମୁହିଁ
ଭୋଟ୍ ଚୋରି ଅଭିଯୋଗ, ନିର୍ବାଚନ କମିସନ- ରାହୁଲ ମୁହାଁମୁହିଁ । ଦେଶକୁ କ୍ଷମା ମାଗନ୍ତୁ, ନଚେତ ସତ୍ୟପାଠ ଜରିଆରେ ପ୍ରମାଣ ଦାଖଲ କରିବାକୁ କହିଲେ ଇସିଆଇ । ବିହାରରେ ବର୍ଷିଲେ ଅମିତ ଶାହା ।

ଆସିବ ନୂଆ ‘ଆୟକର ବିଲ୍’
ଆସିବ ନୂଆ ଇନକମ୍ ଟ୍ୟାକ୍ସ ବିଲ । ଲୋକସଭାରେ ଫେବ୍ରୁଆରିରେ ଆଗତ ବିଲ୍ ପ୍ରତ୍ୟାହୃତ । ଅଗଷ୍ଟ ୧୧ରେ ଆସିବ ନୂଆ ବିଧେୟକ । ୬୦ ଦଶକର ପୁରୁଣା ବିଲକୁ କରାଯାଉଛି ଅପସାରଣ ।

ଲରେନ୍ସ ଟାର୍ଗେଟରେ କପିଲ ଶର୍ମା 
ଅଭିନେତା ସଲମାନଙ୍କ ଉପରେ ରାଗ, କିନ୍ତୁ ଟାର୍ଗେଟରେ କପିଲ ଶର୍ମା । କାଫେ ଆକ୍ରମଣ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ହାତ । ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସର ଧମକପୂର୍ଣ୍ଣ ଅଡିଓ ।