୧ . ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ  
ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ । ଏନ୍‌ଡିଏର ସିପି ରାଧାକ୍ରିଷ୍ଣନ୍ ବନାମ ଇଣ୍ଡି ମେଣ୍ଟର ବି. ସୁଦର୍ଶନ ରେଡ୍ଡୀ । କିରଣ ରିଜିଜୁ, ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ସାଂସଦଙ୍କ ମେଳି

Advertisment

୨ . ଶ୍ରୀରାମଙ୍କ ଶରଣରେ ରାଧାକ୍ରିଷ୍ଣନ୍   
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାମଙ୍କ ଶରଣରେ ରାଧାକ୍ରିଷ୍ଣନ୍ । ଦିଲ୍ଲୀରେ ପୂଜା କରିବାକୁ ରାମ ମନ୍ଦିର ପହଞ୍ଚିଲେ ସି.ପି. ରାଧାକ୍ରିଷ୍ଣନ୍

୩ . HAPPY BIRTHDAY ଅକ୍ଷୟ କୁମାର   
ଆଜି ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଥାପିଲେ ଖିଲାଡ଼ି ଷ୍ଟାର୍ , ୧୫୦ ରୁ ଅଧିକ ସିନେମାରେ କାମ କରି ଦର୍ଶକଙ୍କ ଯୋଗାଇଛନ୍ତି ମନୋରଞ୍ଜନ 

୪ . ଗୁରୁଦ୍ବାରାକୁ ବୋମାରେ ଉଡ଼ାଇଦେବାକୁ ଧମକ   
ପାଟଣାର ହରମନ୍ଦିର ସାହିବ୍ ଗୁରୁଦ୍ବାରାକୁ ବୋମାରେ ଉଡ଼ାଇଦେବାକୁ ମିଳିଲା ଧମକ । ଲଙ୍ଗର୍ ହଲରେ ୪ RDX ରଖିଛୁ ବୋଲି ଆସିଲା ଫୋନ୍ କଲ୍ 

୫. ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ   
 ଶ୍ରୀମନ୍ଦିରର ଭିତର କାଠ ନିକଟରେ ଛେପ ଖଙ୍କାର ପଡ଼ିବା ପରେ ବଡ଼ମହାସ୍ନାନ ନୀତି । ୧ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ , ସୋସିଆଲ ମିଡିଆରେ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସନ

୬ . ପାଣିରେ ବୁଡ଼ିଲା ପରିବା ଚାଷ    
ପାଣିରେ ବୁଡ଼ିଲା ପରିବା ଚାଷ । ମହାନଦୀରେ ଜଳସ୍ତର ବଢ଼ିବାରୁ ଶାଖା ନଦୀ ଲୁଣା, ଚିତ୍ରୋତ୍ପଳା ଓ କରାଣ୍ଡିଆ ନଦୀରେ ବଢ଼ି ପଣି , କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ୍‌ରେ ବ୍ୟାପକ ଫସଲ ନଷ୍ଟ

୭ . ନେପାଳରେ ନିଆଁ   
ସୋସିଆଲ ମିଡିଆ ବ୍ୟାନ୍‌ ପରେ ନେପାଳରେ ଭୟଙ୍କର ବିକ୍ଷୋଭ । ପୁଲିସ ଗୁଳିରେ ୨୦ ମୃତ୍ୟୁ, ୩୦୦ ରୁ ଅଧିକ ଆହତ । କ୍ୟାବିନେଟ ବୈଠକ ଡାକି ନିଷ୍ପତ୍ତି ପ୍ରତ୍ୟାହାର କଲେ ସରକାର , ଗୃହମନ୍ତ୍ରୀଙ୍କ ଇସ୍ତଫା

୮. ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ଅଡୁଆ  
ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ଅଡୁଆ । ୬୦ କୋଟି ଟଙ୍କାର ହେରଫେର ମାମଲାକୁ ନେଇ ୧୫ ସେପ୍ଟେମ୍ବରରେ ହେବ ପଚରାଉଚରା 

୯ . ଭୋଟ୍‌ ଦେବନି ବିଜେଡି, ବିଆରଏସ୍    
ଉପରାଷ୍ଟ୍ରପତି ନିର୍ବାଚନରୁ ନିବୃତ ରହିବ ବିଜେଡି । ଭୋଟ୍ ନଦେବାକୁ ଭାରତ ରାଷ୍ଟ୍ରସମିତିର ନିଷ୍ପତ୍ତି , ସିରୋମଣି ଅକାଳୀ ଦଳ ମଧ୍ୟ ଦେବନି ମତଦାନ । ମୋଟ ୧୨ ସାଂସଦ ରହିବେ ଅନୁପସ୍ଥିତ

୧୦ . ପିଅନ କଲେ ଚିକିତ୍ସା    
କୋରାପୁଟ ଲମତାପୁଟ ସଦର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଜବ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ ପିଅନ କଲେ ଚିକିତ୍ସା , ଗତକାଲି ରାତିରେ ଦୁର୍ଘଟଣାରେ ଗୁରୁତରଙ୍କୁ ମୋବାଇଲ ଲାଇଟ୍‌ରେ ପିଅନ ଚିକିତ୍ସା କରୁଥିବାର ଭିଡିଓ ଭାଇରାଲ୍