୧ . ନବୀନ ନିବାସରେ ହଲଚଲ
ନବୀନ ନିବାସରେ ହଲଚଲ । ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ବିଧାୟକ । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବିଜେଡି କରିବ କି ସମର୍ଥନ?
୨ . ଓକିଲ ନାହିଁ , କାନ୍ଦିଲା ଦୀପକ
ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତ୍ୟୁ ଘଟଣା । କୋର୍ଟ ରୁମର କାଠଗଡ଼ାରେ ଛିଡ଼ା ହୋଇଥିଲା ସଇତାନ ସ୍ବାମୀ ଦୀପକ ରାଉତ । ସେପଟେ ସାମ୍ନାକୁ ଆସିଲା ଶୁଭମିତ୍ରାଙ୍କ ଶେଷ ପ୍ରେସକ୍ରିପ୍ସନ୍ , ବିଭିନ୍ନ ସମସ୍ୟା ନେଇ ଯାଇଥିଲେ ଡାକ୍ତରଖାନା
୩ . ଦୁର୍ଘଟଣାର ଦୁଃଖ, ସ୍ୱାମୀ ଛାଡ଼ିଲା ହାତ
ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇବା ପରେ ସ୍ତ୍ରୀଙ୍କ ହାତ ଛାଡ଼ିଦେଲେ ଯବାନ ସ୍ୱାମୀ । ମୟୂରଭଞ୍ଜ ଖୁଣ୍ଟା ବ୍ଲକରେ ଅଭାବନୀୟ ଘଟଣା । ନ୍ୟାୟ ପାଇଁ ବାର ଦୁଆର ବୁଲୁଛନ୍ତି ପତ୍ନୀ । ଜିଲ୍ଲାପାଳଙ୍କୁ ଭେଟି କଲେ ଗୁହାରି
୪ . କୁକୁରକୁ କଟକଣା, ଘର ଛାଡ଼ିବେ ମାଲିକ
ବୁଲାକୁକୁର ଉପରେ କଟକଣା ପ୍ରସଙ୍ଗ । କୁକୁରଙ୍କ ସପକ୍ଷରେ ବାହାରିଲେ ସୁପ୍ରିମକୋର୍ଟ । ଏପଟେ ବ୍ରହ୍ମପୁରରେ ସୀମା ଟପିଲା ଅତ୍ୟାଚାର । ଏକ ଆପାର୍ଟମେଣ୍ଟ ଲିଫ୍ଟରେ କୁକୁରଙ୍କୁ ମନା
୫ . ନ୍ୟାୟ ପାଇଁ ଚାଲିଲେ ୧୨ କି.ମି.
ନ୍ୟାୟ ପାଇଁ ୧୨ କିଲୋମିଟର ଚାଲି ଚାଲି ଏସ୍ପିଙ୍କ ଦ୍ବାରସ୍ଥ ହେଲେ ପରିବାର । ଅନୁଗୁଳ ଶ୍ୟାମସୁନ୍ଦରପୁର ମୃତ ନାବାଳିକା ଜସ୍ମିନ ସେଠଙ୍କୁ ନ୍ୟାୟ ଦାବି । ଘଟଣାକୁ ୧୨ ଦିନ ବିତିଥିଲେ ବି ଖୋଲୁନି ମୃତ୍ୟୁ ରହସ୍ୟ
୬ . ଆମ ବସ୍ କର୍ମଚାରୀଙ୍କ ଦାଦାଗିରି
ରାଜଧାନୀରେ ପୁଣି ଆମ ବସ୍ କର୍ମଚାରୀଙ୍କ ଦାଦାଗିରି । ସାମାନ୍ୟ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଆକ୍ରମଣ କଲେ ଆମ ବସ୍ କଣ୍ଡକ୍ଟର । ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ
୭ . ଟାରିଫ୍ କମାଇପାରେ ଆମେରିକା
ଟାରିଫ୍ କମାଇପାରେ ଆମେରିକା । ୫୦ରୁ କମି ହୋଇପାରେ ୨୫% । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନଙ୍କ ସୂଚନା । ସେହିପରି ଜବାବି ଶୁଳ୍କ କମି ୧୦ରୁ ୧୫% ହେବା ସୂଚନା
୮. ନିରାଶ କଲେ ନୀରଜ
ବିଶ୍ବ ଆଥଲେଟିକ୍ ଚାମ୍ପିଅନସିପ୍ ୨୦୨୫ରେ ନୀରଜ ଚୋପ୍ରା-ଅର୍ଶଦ ନଦିମଙ୍କ ପରାଜୟ, ସଚିନ ଯାଦବ ୪୦ ସେଣ୍ଟିମିଟର ପାଇଁ ପଦକରୁ ବଞ୍ଚିତ
୯ . ‘ଇସ୍ତଫା ଦିଅ , ହେଲିକପ୍ଟର ଦେବୁ’
Gen Z ଆନ୍ଦୋଳନ ବେଳେ ଯେତେବେଳେ ପ୍ରଧାନମନ୍ତ୍ରୀ ଓଲି ମାଗିଥିଲେ ହେଲିକପ୍ଟର । ସେନା ପ୍ରମୁଖ ଆଗରେ ରଖିଥିଲେ ସର୍ତ୍ତ । ‘ଇସ୍ତଫା ଦିଅ , ହେଲିକପ୍ଟର ଦେବୁ’
୧୦ . କଙ୍ଗନାଙ୍କୁ ଦେଖାଇଲେ କଳାପତାକା
ମନାଲିରେ ପହଞ୍ଚିଲେ କଙ୍ଗନା ରଣାୱତ । ଗୋ ବ୍ୟାକ୍ ନାରା ଦେଇ କଳା ପତାକା ପ୍ରଦର୍ଶନ , ବିଜେପି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି