୧ . ୨୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ଜମ୍ମୁ-କାଶ୍ମୀରରେ ବର୍ଷା ଭାଙ୍ଗିଲା ୨୭ ବର୍ଷର ରେକର୍ଡ : ବନ୍ୟାରେ ଭାସୁଛି ପାହାଡ଼ିଆ ରାଜ୍ୟର ଅନେକ ଜିଲ୍ଲା
୨ . ମା’ ହେବେ ପରିଣୀତି
ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ଘରେ ଖୁସିର ଲହରି । ମା’ହେବାକୁ ଯାଉଛନ୍ତି ପରିଣୀତି , ସୋସିଆଲ୍ ମିଡିଆରେ ଖୁସିଖବର ସେୟାର କଲେ ଦମ୍ପତି
୩ . ଭାରତରେ ଅଫିସ ଖୋଲିବ Chat-Gpt
ଭାରତରେ ପ୍ରବେଶ କରିବାକୁ ଯାଉଛି ଏଆଇ ଜଏଣ୍ଟ ଓପନ AI : ଶୀଘ୍ର ଦିଲ୍ଲୀରେ ଖୋଲିବ ପ୍ରଥମ ଅଫିସ , ଭାରତରେ ମାର୍କେଟିଂ ଲିଡ୍ ଭାବେ ଓଡ଼ିଶାର ଶୀଲାଦିତ୍ୟ ମହାନ୍ତିଙ୍କୁ ଦାୟିତ୍ବ
୪ . ବିଶ୍ବ ମଞ୍ଚରେ ପଣ୍ଡା ଭଉଣୀ
ଆଜିଠୁ ପ୍ୟାରିସରେ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ : ଭାଗ ନେଉଛନ୍ତି ଦୁଇ ଓଡ଼ିଆ ଝିଅ, ଋତାପର୍ଣ୍ଣା ଓ ଶ୍ବେତପର୍ଣ୍ଣାଙ୍କ ଉପରେ ସମସ୍ତଙ୍କ ନଜର
୫ . ଉବୁଟୁବୁ ଉତ୍ତର ଓଡ଼ିଶା
ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା : ବାଲେଶ୍ୱରର ୪ଟି ବ୍ଲକ, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୩ଟି ଲେଖାଏଁ ବ୍ଲକର ଚାଷ ପ୍ରଭାବିତ, ବନ୍ୟା ପାଣି ଭିତରେ ଚାଲିଛି ପୂଜାର୍ଚ୍ଚନା
୬ . ନୂଆ ଖାଇ ପାରିବେନି ଦାଦନ !
ଦୁଇଦିନ ପରେ ନୂଆଁଖାଇ : କଳାହାଣ୍ଡି ଜିଲ୍ଲାରୁ ଆସିଛି ଅଭାବନୀୟ ଦୃଶ୍ୟ ,ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଯୁବକଯୁବତୀ ଫେରିନାହାନ୍ତି ଘରକୁ । ଏପଟେ ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବ୍ଲ୍ୟୁ-ପ୍ରିଣ୍ଟ
୭ . ଚାଷୀଙ୍କୁ କାଳ ନକଲି ସାର
ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ସାର ବିକ୍ରିର ଅଭିଯୋଗ : ସାର ନପାଇ କିଏ ରାଜରାସ୍ତାରେ ତ କିଏ ଅଭିନବ ଢଙ୍ଗରେ କରୁଛି ପ୍ରତିବାଦ । ଏପଟେ ରାଜ୍ୟରେ ସାର ସଂକଟ ଭିତରେ କୃଷି ମନ୍ତ୍ରୀଙ୍କ କଡ଼ା ନିଷ୍ପତ୍ତି । ନକଲି ସାର ବିକିଲେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
୮ . ‘କାର୍ଯ୍ୟରେ ଯୋଗ ଦିଅନ୍ତୁ ଅମଲା’
ଅମଲାଙ୍କୁ ଅପିଲ କଲେ ରାଜସ୍ବ ମନ୍ତ୍ରୀ : କହିଲେ , ଦାବି ପୂରଣ ନେଇ ସରକାରୀ ସ୍ତରରେ ଚାଲିଛି ବିଚାରବିମର୍ଶ ; କାମରେ ଦିଅନ୍ତୁ ଯୋଗ । ୧୫ ଦିନ ହେବ ୧୦ ଦଫା ଦାବି ନେଇ ଚାଲିଛି କାର୍ଯ୍ୟବନ୍ଦ ଆନ୍ଦୋଳନ
୯ . ଦାଦା ହେବେ ହେଡ୍ କୋଚ୍
ପ୍ରଥମଥର ପାଇଁ ହେଡ୍ କୋଚ ହେବେ ସୌରଭ ଗାଙ୍ଗୁଲି : ପ୍ରିଟୋରିଆ କ୍ୟାପିଟାଲ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ହେବେ ଦାଦା
୧୦ . ପୁଣି ବିବାଦରେ ସମୟ ରୈନା
ଦିବ୍ୟାଙ୍ଗଙ୍କୁ ପରିହାସ କଲେ ୟୁଟ୍ୟୁବର୍ ସମୟ ରୈନା , ରାଗିଗଲେ ସୁପ୍ରିମକୋର୍ଟ ଜଜ୍ .. କମେଡିର ବୁଝାଇଲେ ଅର୍ଥ