୧. ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ପୂଜାରା
ଭୁଶୁଡ଼ିଗଲା ଟିମ୍ ଇଣ୍ଡିଆର ଆଉ ଏକ ପାଚେରୀ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
୨. ଜୀବନ ବଞ୍ଚାଇଲା ଗଛ
ବନ୍ୟା ପାଣି ସ୍ରୋତରେ ଭାସିଗଲା ଡଙ୍ଗା : ଗଛକୁ ଧରି ଜୀବନ ବଞ୍ଚାଇଲେ ଲୋକେ । ଭୋଗରାଇ-ବାଲିଆପାଳକୁ ସଂଯୋଗ କରୁଥିବା ରସଲପୁର ରାସ୍ତାରେ ଅଭାବନୀୟ ଦୃଶ୍ୟ
୩ . ଫୁଲୁଛି ୨ ନଦୀ
ଫୁଲୁଛି ସୁବର୍ଣ୍ଣରେଖା ଓ ବୈତରଣୀ ନଦୀ । ବଂଶଧାରା ଓ ବୁଢାବଳଙ୍ଗରେ ବି ବଢୁଛି ଜଳସ୍ତର , ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
୪ . ହୀରାକୁଦରେ ଖୋଲିଲା ୧୨ଟି ଗେଟ୍
ରାଜ୍ୟରେ ଜାରି ରହିଛି ବର୍ଷା ସ୍ଥିତି । ହୀରାକୁଦର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ
୫ . କାଞ୍ଜିପାଣି ଘାଟିରୁ ଖସୁଛି ମାଟି, ପଥର
ଲଗାଣ ବର୍ଷାରେ ବେହାଲ ଅଧା ରାଜ୍ୟ । କେନ୍ଦୁଝର କାଞ୍ଜିପାଣି ଘାଟିରେ ପଥର ଓ ମାଟି ଖସି ରାସ୍ତା ଅବରୋଧ ।
୬ . ‘ସାର ପକାଇଲେ ଶରୀର ଖରାପ ହେବ’
ସାରକୁ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୟାନ । କହିଲେ, ସାର ପ୍ରୟୋଗ କଲେ ଖରାପ ହେବ ଶରୀର । ରାଜ୍ୟରେ ସାର ସଙ୍କଟକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ
୭ . ପୁରୀରେ ପାର୍କିଂରୁ ଖସିପଡ଼ିଲା ବୋଲେରୋ
ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ଶ୍ରୀସେତୁ ସଂଲଗ୍ନ ପାର୍କିଂରୁ ଗାଡ଼ି ସହ ତଳକୁ ଖସିପଡ଼ିଲେ ଡ୍ରାଇଭର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
୮ . ପୁଲିସ ASIଙ୍କୁ ପିଟିଲା ଅଜଣା ଗାଡ଼ି
ଅନୁଗୁଳରେ ପୁଲିସ ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ । ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ପିଟିଲା ଅଜଣା ଗାଡ଼ି । ଢେଙ୍କାନାଳ କାମାକ୍ଷାନଗରରେ ଦୁର୍ଘଟଣା । ତଦନ୍ତ କରୁଛି ପୁଲିସ
୯ . ମହାନଦୀକୁ ଡେଇଁଥିବା ଛାତ୍ରୀ ଉଦ୍ଧାର
ମହାନଦୀକୁ ଡେଇଁ ପଡ଼ିଥିବା ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର । ଚାଉଁରପୁର ବ୍ରିଜ ଉପରୁ ଡେଇଁଥିଲେ, ଗୋବିନ୍ଦତଲା ନିକଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
୧୦ . ଦେଖି ହେଉନି ଦେବଭୂମିର ଦୁର୍ଦ୍ଦଶା
ଉତ୍ତରାଖଣ୍ଡରେ ମୌସୁମୀ ବିପର୍ଯ୍ୟୟ ଜାରି । ଆସିଲା ପ୍ରାଥମିକ ରିପୋର୍ଟ । ଧରାଲି ପରେ ଥରାଲିରେ ମାଟିରେ ମିଶିଲା ୮୦ ଘର, ବ୍ୟାପକ କ୍ଷୟକ୍ଷତି ।