୧ . RPSCରୁ ଇସ୍ତଫା ଦେଲେ କୁମାର ବିଶ୍ବାସଙ୍କ ପତ୍ନୀ
ଲୋକପ୍ରିୟ କବି ତଥା ଆମ୍ ଆଦମି ପାର୍ଟିର ପୂର୍ବ ନେତା କୁମାର ବିଶ୍ବାସଙ୍କ ପତ୍ନୀ ମଞ୍ଜୁ ଶର୍ମା RPSC ରୁ ଦେଲେ ଇସ୍ତଫା,ପେପରଲିକ୍ ମାମଲାରେ ଆସିଥିଲା ନାଁ
୨ . ଦେବଭୂମିରେ ଚାରିଧାମ ଯାତ୍ରା ଉପରେ ରୋକ୍
ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାରେ ରୋକ ଲଗାଇଲା ପ୍ରଶାସନ : ହେମକୁଣ୍ଡ ସାହିବକୁ ଯିବାକୁ ମଧ୍ୟ ରୋକ୍ , ତ୍ରାହି ତ୍ରାହି ମଚାଇଛି ବର୍ଷା
୩ . ଶୁଳ୍କ ଛାଟ : ଟ୍ରମ୍ପଙ୍କ ସଫେଇ
ଭାରତ ଉପରେ ଶୁଳ୍କ ଲଗାଇବାକୁ ନେଇ ଡେନାଲ୍ଡ ଟ୍ରମ୍ପଙ୍କ ସଫେଇ : ଭାରତର ଅଧିକ ଶୁଳ୍କ ଯୋଗୁଁ ଆମେରିକା କମ୍ପାନୀ କରିପାରୁନାହାନ୍ତି ବ୍ୟବସାୟ , ଶୁଳ୍କ କମାଇବାକୁ ଭାରତ ପ୍ରସ୍ତାବ ଦେଇଥିଲେ ବି ହୋଇଯାଇଛି ବହୁ ବିଳମ୍ବ
୪ . ଓଟିଇଟି ପାସ ନକଲେ ଚାକିରି ଯିବ
ଶିକ୍ଷକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ୨୦୧୨ ପୂର୍ବରୁ ଚାକିରି କରୁଥିଲେ ବି ଦେବାକୁ ହେବ ଟିଚର୍ସ ଏଲିଜିବିଲିଟି ଟେଷ୍ଟ । ୨ ବର୍ଷରେ ପାସ ନକଲେ ହରାଇବେ ଚାକିରି । ମହାରାଷ୍ଟ୍ରର ଏକ ମାମଲାର ଶୁଣାଣି କରି କୋର୍ଟଙ୍କ ନିର୍ଦ୍ଦେଶ
୫ . ଥାନାରେ ଫିନାଇଲ ପିଇଲେ ନାବାଳିକା
ଗୋପାଳପୁର ଥାନାରେ ହାଇଡ୍ରାମା : ସାଙ୍ଗରେ ଆଣିଥିବା ଫିନାଇଲ ପିଇଲେ ନାବାଳିକା , ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି । ଏସଡିପିଓ କରିବେ ତଦନ୍ତ
୬ . ଚୌଟାଲାଙ୍କ ଫାର୍ମହାଉସରେ ରହୁଛନ୍ତି ଧନଖଡ଼
ଅଭୟ ଚୌଟାଲାଙ୍କ ଫାର୍ମହାଉସକୁ ସିଫ୍ଟ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପରିବାର ସହ ଯୋଗ ଏବଂ ଟେବୁଲ ଟେନିସରେ ବିତୁଛି ସମୟ
୭ . ଧୋଇଦେଲେ ମୋଦୀ , ମୁହଁ ଲୁଚାଇଲେ ଶେହବାଜ
ଆତଙ୍କବାଦକୁ ନେଇ SCO ମଞ୍ଚରେ ପାକିସ୍ତାନକୁ ନଗ୍ନ କଲେ ମୋଦି : ଭାଷଣ ଶୁଣି ମୁହଁ ଲୁଚାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
୮ . ଅଧାରେ ଅଟକିଲା ଶାହଙ୍କ ବିମାନ
ଜମ୍ମୁରୁ ଫେରୁଥିଲେ ଗୃହମନ୍ତ୍ରୀ ଅମିତ ଶାହ : ଖରାପ ପାଗ ଯୋଗୁ ଜୟପୁର ଏୟାରପୋର୍ଟରେ କରିବାକୁ ପଡ଼ିଲା ବିମାନର ଲ୍ୟାଣ୍ଡିଂ
୯ . ଆଫଗାନିସ୍ତାନ ଭୂମିକମ୍ପ : ୮୧୨ ମୃତ
ଆଫଗାନିସ୍ତାନ ଭୂମିକମ୍ପରେ ୮୧୨ ରୁ ଅଧିକ ଲୋକଙ୍କ ଗଲାଣି ଜୀବନ, ୨୮୦୦ ଆହତ ; ସାମ୍ନାକୁ ଆସୁଛି ଭୂମିକମ୍ପର ଭୟଙ୍କର ଚିତ୍ର
୧୦ . ଚର୍ଚ୍ଚାରେ ଚୀନ ରାଷ୍ଟ୍ରପତିଙ୍କ ପତ୍ନୀ
SCO ସମିଟ ଭିତରେ ଚର୍ଚ୍ଚାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପତ୍ନୀ : ସ୍ବାମୀଙ୍କ ସହ ସମ୍ମିଳନୀରେ ନଜର ଆସିଲେ ପେଙ୍ଗ୍ ଲିୟୁଆନ୍