୧. ଗାୟକଙ୍କୁ ହତ୍ୟା କରିବାକୁ ଆସିଥିଲେ ୫ ସୁଟର୍
ବଲିଉଡ୍ ସିଙ୍ଗର୍ ରାହୁଲ୍ ଫଜିଲପୁରିୟାଙ୍କ ହତ୍ୟା କରିବାକୁ ଆସିଥିବା ୫ ସୁଟର୍ ଗିରଫ
୨ . ଆଜି ରିଲିଜ୍ ହେବ ଡେଲିଭରି ବୟ-୨
ଆଜି ରିଲିଜ୍ ହେବ ଓଡ଼ିଆ ସିନେମା ଡେଲିଭରି ବୟ-୨। ମଙ୍ଗଳବାର ସିନେମାର ହୋଇଯାଇଛି ସ୍କ୍ରିନିଙ୍ଗ୍ । ପରଦାରେ ଯାଦୁ ଦେଖାଇବେ ଅର୍ଚ୍ଚିତା , ବୁଦ୍ଧାଦିତ୍ୟ , ଶୈଳେନ୍ଦ୍ର ,ପ୍ରିୟମ୍ବଦା, ଶ୍ରୀତମ , ପୁପିନ୍ଦର ଓ ସୁଶାନ୍ତ ଦାସ ମହାପାତ୍ର
୩ . ଅଗ୍ରପୂଜ୍ୟଙ୍କୁ ଆରାଧନା : ୯.୧
ଆଜି ପବିତ୍ର ଗଣେଶ ପୂଜା । ଅଗ୍ରପୂଜ୍ୟଙ୍କୁ ଆରାଧନା କରୁଛି ସାରା ଦେଶ
୪ . ବୈଷ୍ଣୋଦେବୀ ଭୂସ୍ଖଳନ : ମୃତ୍ୟୁ ସଂଖ୍ୟା ୩୦
ଜମ୍ମୁ କଟରା ବୈଷ୍ଣୋଦେବୀ ଧାମରେ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା : ସ୍ଥାନୀୟ ଏସ୍ଏସ୍ପିଙ୍କ ସୂଚନା ମୃତ୍ୟୁ ସଂଖ୍ୟା ୩୦ ପାର , ମୃତକଙ୍କ ମଧ୍ୟରେ ଏକାଧିକ ଶ୍ରଦ୍ଧାଳୁ । ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ
୫ . କାନ୍ଦୁଛି କୁଲ୍ଲୁ-ମନାଲି
ହିମାଚଳରେ ମୋବାଇଲ୍ ସିଗନାଲ୍ ମିଳୁନି , ପ୍ରବଳ ବର୍ଷାରେ ୪ ଜାତୀୟ ରାଜପଥ ଓ ୬୭୭ ରୋଡରେ ଗାଡ଼ି ଚଳାଚଳ ବନ୍ଦ । କାନ୍ଦୁଛି କୁଲ୍ଲୁ-ମନାଲି
୬ . ପାକିସ୍ତାନକୁ ବର୍ବାଦ କରିଦେଲେ ମୁନିର
ପାକିସ୍ତାନକୁ ବର୍ବାଦ କରିଦେଲେ ଆସିମ୍ ମୁନିର .. ଜେଲରେ ରହି ପାକିସ୍ତାନ ଆର୍ମି ଉପରେ ଗର୍ଜିଲେ ଇମରାନ୍ ଖାନ୍। କହିଲେ , ନା’ ନ୍ୟାୟ ବଞ୍ଚିଲା ନା’ ଆଇନ
୭ . ବନ୍ୟା ଭିତରେ ଗଣେଶ ପୂଜା
ବନ୍ୟା ଭିତରେ ଗଣେଶ ପୂଜା : ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଭୋଗରାଇ ବ୍ଲକର ୧୫ଟି ସ୍କୁଲରେ ପାଣି । ପ୍ରଥା ରଖିବାକୁ ପାଣିରେ ବୁଡ଼ି ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି ଛାତ୍ରଛାତ୍ରୀ
୮ . ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା
ଚାଷୀଙ୍କୁ ନୂଆଁଖାଇ ଭେଟି : ୫୧ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ୍ କିଷାନ୍ ଟଙ୍କା , ଉପକୃତ ହେବେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକ ପରିବାର
୯ . ନିଖୋଜ ୟୁଟ୍ୟୁବର ସୁରକ୍ଷିତ ଉଦ୍ଧାର
ଅମାନିଆ ୟୁଟ୍ୟୁବର, ଅସୁରକ୍ଷିତ ଜଳପ୍ରପାତ : ବଣଭୋଜି କରିବାକୁ ଯାଇ ଗଞ୍ଜାମ ପୋଲସରାର ୟୁଟ୍ୟୁବର ନରେନ୍ଦ୍ର ସାହୁ ନିଖୋଜ । ୨ ଦିନ ତଳେ ଡୁଡୁମାରେ ବୁଡ଼ି ଯାଇଥିଲେ ୟୁଟ୍ୟୁବର
୧୦ . ଆଜିଠୁ ୫୦% ଶୁଳ୍କ
ଚରମ ସୀମାରେ ଭାରତ-ଆମେରିକା ବାଣିଜ୍ୟିକ ବିବାଦ : ଆଜିଠୁ ଭାରତ ଉପରେ ଆମେରିକାର ଶୁଳ୍କ ବୋମା । ଲାଗୁ ହେଲା ୫୦ ପ୍ରତିଶତ ଟାରିଫ୍