ବାପାଙ୍କୁ ଛାଡ଼ିବାକୁ ପୁଅର ନିବେଦନ
ଯାତ୍ରା କଳାକାର ସୋନାଲି ଓ ଶ୍ରୀକ୍ଷେତ୍ରଙ୍କ ମାମଲାରେ ନୂଆ ମୋଡ଼ । ବାପାକୁ ନିର୍ଦ୍ଦୋଷରେ ଛାଡ଼ିବାକୁ କୃଷ୍ଣପ୍ରସାଦ ଥାନାରେ ନାବାଳକ ପୁଅର ଗୁହାରି ।  ପୁଅକୁ ଛାଡ଼ିବା ପାଇଁ ଶ୍ରୀକ୍ଷେତ୍ରଙ୍କ ନିବେଦନ ।  

Advertisment

'ଆମ ପୁଅ ନିର୍ଦ୍ଦୋଷ'
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା । ଗିରଫ ପୁରୁଷବନ୍ଧୁଙ୍କ ବାପା- ମା’ ଆଣିଲେ ସାଙ୍ଘାତିକ  ଅଭିଯୋଗ । କହିଲେ ଆମ ପୁଅ ନିର୍ଦ୍ଦୋଷ ।

ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନାହିଁ 
ବିଜେଡି ନେତା ମହେଶ ସାହୁ ବଡ ବୟାନ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି କରିବନି ସମର୍ଥନ । କହିଲେ ଏଥର ବିରୋଧ ହେବ ।

୨ ଯବାନ ଗୁରୁତର  
ପୁଣି ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ । ତିରିଲିପୋଷି ଜଙ୍ଗଲରେ ୨ ସିଆରପିଏଫ ଯବାନ ଗୁରୁତର । ସର୍ଚ୍ଚ ଅପରେସନ ଜୋରଦାର ।

ଜରୁରୀ ବୈଠକ କରିବେ ମୋହନ
ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ପୋଲିସ ଡିଜି, ଗୃହ ସଚିବ ଉପସ୍ଥିତ ରହିବେ । କଡ଼ା ଆଭିମୁଖ୍ୟ ପରେ ପୁଲିସ ବିଭାଗରେ କମ୍ପନ ।

ବାବୁ ମାନୁନାହାନ୍ତି ସରକାରୀ ନିର୍ଦ୍ଦେଶ  
ବାବୁ ମାନୁନାହାନ୍ତି ସରକାରୀ ନିର୍ଦ୍ଦେଶ । ଦାୟିତ୍ୱକୁ ଠିକ୍ ଭାବେ ତୁଲାଉନଥିବା ଅଭିଯୋଗ । ସମ୍ପତ୍ତି ତାଲିକା ଦେବାକୁ ହେଉଛନ୍ତି କୁନ୍ଥୁକୁନ୍ଥୁ ।

ସୁରକ୍ଷିତ ନାହାନ୍ତି ନାବାଳିକା 
ବାଲେଶ୍ୱରରେ ଅଭାବନୀୟ ଘଟଣା । ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବନ୍ଧାହେଲା ସମ୍ପର୍କୀୟ ପିଉସା । ସେପଟେ ଜଗତସିଂହପୁର ନାବାଳିକାଙ୍କୁ ବିବାହ କରି ପୁଲିସ ଏସଆଇ ନିଲମ୍ବିତ ।

ପୁଟିନଙ୍କୁ ଭେଟିଲେ ଡୋଭାଲ 
ଆମେରିକୀୟ ଶୁଳ୍କ ଚାପ ମଧ୍ୟରେ ଭାରତ-ଋଷ ସମ୍ପର୍କ ମଜଭୁତ । ପୁଟିନଙ୍କୁ ଭେଟିଲେ ଡୋଭାଲ । ଆମେରିକା କଟକଣା ଲଗାଇବାକୁ ଧମକ ଦେଇଛି ।

ଏସିଆ କପ୍‌ ଖେଳିବେନି ପନ୍ତ  
ଭାରତୀୟ ଦଳ ପାଇଁ ଖରାପ ଖବର । ଏସିଆ କପରୁ ବାଦ ପଡ଼ିଲେ ୱିକେଟକିପର ଋଷଭ ପନ୍ତ । ମାଞ୍ଚେଷ୍ଟର ଟେଷ୍ଟ୍‌ରେ ହୋଇଥିଲେ ଆହତ ।

'କୁଲି' ପାଇଁ କ୍ରେଜ୍  
ରଜନୀକାନ୍ତଙ୍କ 'କୁଲି' ପାଇଁ ଜବରଦସ୍ତ କ୍ରେଜ୍ । ରିଲିଜ୍ ପୂର୍ବରୁ ଭାଇରାଲ୍ ହେଲା ପ୍ରଥମ ରିଭ୍ୟୁ । ରିଲିଜ୍‌କୁ ଅପେକ୍ଷା କରିଛନ୍ତି ଦର୍ଶକ ।