କନକ ବ୍ୟୁରୋ: ନିଯୁକ୍ତି ପାଇବା ପରେ ପରିଚାଳନା କମିଟିର ପ୍ରଥମ ବୈଠକ । ନାଟମଣ୍ଡପରେ ପ୍ରସ୍ତାବିତ ଧାଡି ଦର୍ଶନକୁ କମିଟିର ଅନୁମୋଦନ, ସବୁ ସମସ୍ୟାର ସମାଧାନ ପାଇଁ ଗଠନ ହେଲା ୧୪ ସବ କମିଟି ।
ପ୍ରତ୍ୟାହାର ହେବ ଜନପ୍ରତିଧିଙ୍କ ଶିକ୍ଷକ ବଦଳି ସୁପାରିସ । ବିଧାନସଭା କମିଟିର ପ୍ରସ୍ତାବ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ସମସ୍ୟା ଭୋଗୁଛନ୍ତି ବିଧାୟକ ଓ ସାଂସଦ । ସରକାରଙ୍କ ପରବର୍ତ୍ତି ନିଷ୍ପତ୍ତି ଉପରେ ନଜର ।
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ ବିଜେଡି କିନ୍ତୁ ଏଯାଏଁ ଦଳର ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି ନବୀନ । ଓଡ଼ିଶା ସ୍ବାର୍ଥର ଆଳ ଦେଖାଇ ଉତ୍ତର ରଖୁଛନ୍ତି ସାଂସଦ ।
ଗାଁ ଠୁ ସହର ସବୁଠି ରାସ୍ତାର ଦୟନୀୟ ଅବସ୍ଥା । ଶାସକ-ବିରୋଧୀଙ୍କ ସମାନ ଅଭିଯୋଗ--ଅସନ୍ତୋଷ ପ୍ରକାଶ କଲା ବିଧାନସଭାର ଷ୍ଟାଣ୍ଡିଂ କମିଟି । ପୂଜା ପୂର୍ବରୁ ରାସ୍ତା ମରାମତି ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।
ଦିଲ୍ଲୀରେ ଆରମ୍ଭ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ` ମଧ୍ୟବିତ୍ତଙ୍କୁ ମିଳିପାରେ ବଡ ଆଶ୍ବସ୍ତି । ୨୮ପ୍ରତିଶତର ଉଚ୍ଚ ଟିକସରୁ କମି ୧୮ପ୍ରତିଶତ ସ୍ଲାବକୁ ଆସିପାରେ ଏକାଧିକ ସାମଗ୍ରୀ ।
ଉତ୍ତରଭାରତରେ ଜଳପ୍ରଳୟ ଜାରି, ହିମାଚଳ ମଣ୍ଡିରେ ପାହାଡ ଧସି ୬ ମୃତ । କାଶ୍ମୀରରେ ଭୂସ୍ଖଳନରେ ଦବିଗଲା ୫୦ ଘର, ଦିଲ୍ଲୀରେ ବିପଦ ସଙ୍କେତ ଟପିଲା ଯମୁନା, ପଂଜାବରେ ୮ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ ।
ତେଲେଙ୍ଗାନା ରାଜନୀତିରେ ହାଇଡ୍ରାମା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଆରସର ହାତ ଛାଡିଥିବା ଘୋଷଣା କଲେ କେ. କବିତା । କହିଲେ, ତାଙ୍କ ବରୁଦ୍ଧରେ ହୋଇଛି ବଡ଼ ଷଡ଼ଯନ୍ତ୍ର ।
ମୋଦୀଙ୍କ କୂଟନୀତିରେ ପାକିସ୍ତାନ ଛାନିଆ । ଚୀନରେ ବଦଳିଗଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବର, ପୁଟିନଙ୍କ ସହ ବନ୍ଧୁତା ପାଇଁ ଶେହବାଜ ନେଲେ ଭାରତର ନାଁ । କହିଲେ ଆମେ ବି ଚାହୁଛୁ ଭଲ ସମ୍ପର୍କ ।
ପୁଣି ଅଶାନ୍ତ ପାକିସ୍ତାନ । ବୋମା ବିସ୍ଫୋରଣରେ ଥରିଲା କ୍ବେଟା ସହର, ବଲୁଚ ପାର୍ଟିର ରାଜନୈତିକ ସଭାରେ ଆତ୍ମଘାତୀ ଆକ୍ରମଣ, ୨୫ରୁ ଅଧିକ ମୃତ, ବିସ୍ଫୋରଣରେ ପୂର୍ବତନ ସାଂସଦ ଓ ଦଳର ମୁଖ୍ୟ ଗୁରୁତର ।
ଚିନ୍ନାସ୍ବାମୀ ଦଳାଚକଟାର ୩ ମାସ ପରେ ମୁହଁ ଖୋଲିଲେ ବିରାଟ କୋହଲି ` କହିଲେ, ଏପରି ଘଟଣା ଘଟିବା ନେଇ କେହି କରିନଥିଲେ କଳ୍ପନା, ପ୍ରାଣ ହରାଇଥିବା ଲୋକଙ୍କ ପାଇଁ କଲେ ପ୍ରାର୍ଥନା...