କନକ ବ୍ୟୁରୋ: ଶ୍ରୀମନ୍ଦିର ନିକଟରେ ସେବାୟତ ଓ ଅଣସେବାୟତ ମାରପିଟ୍ । ଶ୍ରଦ୍ଧାଳୁଙ୍କ ଦର୍ଶନକୁ ନେଇ ହାତାହାତି ହୋଇଥିବା ସୂଚନା, ଆକ୍ରମଣରେ ସେବାୟତ ଆହତ, ସିଂହଦ୍ବାର ଥାନାରେ ମାମଲା ।

Advertisment

ରାଜ୍ୟରେ ବଢ଼ୁଛି ସହର ସଂଖ୍ୟା । ହେଲେ ସରୁନି ସହରବାସୀଙ୍କ ସମସ୍ୟା, ଡ୍ରେନେଜ, ଟ୍ରାଫିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକ । ଘୋଷଣାରେ ସୀମିତ ନରଖି କାର୍ଯ୍ୟକାରୀ କରିବାକୁ ଲୋକଙ୍କ ଦାବି ।

ନାବାର୍ଡ ରିପୋର୍ଟରେ ଚାଂଚଲ୍ୟକର ତଥ୍ୟ । ଅନୁଗୁଳ ଜିଲ୍ଲାର ମାତ୍ର ୯୫ଜଣ ଜମିଦାରଙ୍କ ପାଖରେ ଅଛି ୩୧ ପ୍ରତିଶତ ଜମିର ମାଲିକାନା, ଗରିବ ଚାଷୀଙ୍କ ଭାଗରେ ଅଢ଼େଇ ଏକରରୁ କମ୍ । ସ୍ଥିତି ପରିବର୍ତ୍ତନ ନହେଲେ ଦେଖାଦେବ ଖାଦ୍ୟ ସଂକଟ  ।

ମହାନଦୀ ନଦୀ ବିବାଦର ସମାଧାନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଏକ୍ସ ପୋଷ୍ଟରୁ ବଢିଲା ଚର୍ଚ୍ଚା । ଡିସେମ୍ବରରେ ହୋଇପାରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା । ପ୍ରଶ୍ନ, ବ୍ୟାରେଜ କରିସାରିଥିବାବେଳେ କି ସର୍ତ୍ତ ରଖିବ ଓଡିଶା । ୪ ଦାବି ଉପରେ ଦେଇପାରେ ଜୋର ।

ଢେଙ୍କାନାଳରେ ଚାଞ୍ଚଲ୍ୟ । ଘର ଭିତରୁ ଦେଢ଼ ବର୍ଷର ଶିଶୁପୁତ୍ର ନିଖୋଜ । ଥାନାରେ ଅଭିଯୋଗ, ହିନ୍ଦୋଳ ବ୍ଲକ କନକା ଗ୍ରାମରେ ଅଭାବନୀୟ ଘଟଣା ।

ତିଆନଜିନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଦ୍ୱିପାକ୍ଷିକ ଆଲୋଚନା । ଆତଙ୍କବାଦ ବିରୋଧୀ ଲଢେଇରେ ଭାରତକୁ ସହଯୋଗ କରିବାକୁ ଜିନପିଙ୍ଗଙ୍କୁ ନିବେଦନ କଲେ ମୋଦୀ ।

ଜନ୍ମଦିନ ଉପହାର ପାଇଁ ପତ୍ନୀ ଓ ଶାଶୂଙ୍କୁ ବିଭତ୍ସ ହତ୍ୟା କଲା ସ୍ବାମୀ । ଝିଅ ଜନ୍ମଦିନରେ ଶାଶୂ ଭଲ ଉପହାର ଦେଇନଥିବାରୁ ହତ୍ୟା କରିଥିବା ସନ୍ଦେହ, ଛାତି ଦୋହଲାଇଦେଲା ଦିଲ୍ଲୀ ଘଟଣା ।

୧୨୫ତମ ମନ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଦୈବଦୁର୍ବିପାକଠୁ ନେଇ ଆତ୍ମନିର୍ଭର ଭାରତ ଉପରେ ଆଲୋଚନା, ଓଡ଼ିଆ ସନ୍ତରଣକାରୀ ରଶ୍ମିତା ସାହୁଙ୍କୁ ପ୍ରଶଂସା ।

ଟିମ୍ ଇଣ୍ଡିଆର ସ୍ପନସରରୁ ଡ୍ରିମ୍-୧୧ ବାହାରିବା ପରେ ନୂଆ ସ୍ପନସରସିପ୍ ଖୋଜୁଛି ବିସିସିଆଇ । ଅନେକ ବଡ଼ ବଡ଼ କମ୍ପାନି ବିଡ୍ ଲଗାଇଥିବା ଚର୍ଚ୍ଚା ।

ଷ୍ଟେଜ୍‌ ଉପରେ ଅଭିନେତ୍ରୀଙ୍କୁ ଅସଦାଚରଣ... ଭୁଲ ମାଗିଲେ ଭୋଜପୁରୀ ଅଭିନେତା ପବନ ସିଂ.... ଅଭିନେତ୍ରୀ କହିଲେ ଆଉ ଭୋଜପୁରୀ ଇଣ୍ଡଷ୍ଟ୍ରି କାମ କରିବିନି...