କନକ ବ୍ୟୁରୋ: ନୂଆ ଖାଇଲେ ରାଜପରିବାର । ପାଟଣାଗଡ଼ରେ ରାଜପରିବାର ଖାଇଲେ ନବାନ୍ନ, ଏକାଠି ଖାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ବିଜେଡି ନେତା କଳିକେଶ ସିଂହଦେଓ ।

Advertisment

ଆସନ୍ତାକାଲି ଓଡିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧକ୍ଷ ହରିବଂଶ ନାରାୟଣ ସିଂହ ।  ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀରେ ହେବେ ସାମିଲ ।

ଚୋରି ଉପରେ ପ୍ରବଚନ ଦେଉଥିଲା ଚୋର, ରାଜଧାନୀରୁ ଭଦ୍ର ମୁଖା ପିନ୍ଧା ଚୋରକୁ ଗିରଫ କଲା ପୁଲିସ । ୧୦ରୁ ଅଧିକ ଅପରାଧରେ ଥିଲା ମୋଷ୍ଟ ୱାଣ୍ଟେଡ ।

ମହାନଦୀ ଜଳ ବିବାଦ ସମାଧାନ ଉଦ୍ୟମ ।  ରାୟପୁରରେ ଗୋଲ ଟେବୁଲ୍ ବୈଠକ, ଆସନ୍ତାକାଲି ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା, ଅଧ୍ୟକ୍ଷତା କରିବେ ଜଳ ମାନବ ରାଜେନ୍ଦ୍ର ସିଂହ ।

ନିର୍ବାଚନ ପୂର୍ବରୁ ବିହାରରେ ଆତଙ୍କୀ ଆକ୍ରମଣ ଆଶଙ୍କା । ଜୈସ୍-ଏ- ମହମ୍ମଦର ତିନି ଆତଙ୍କୀ ନେପାଳ ଦେଇ ଆସିଥିବା ଗୁଇନ୍ଦା ସୂଚନା, ହାଇଆଲର୍ଟ ଜାରି । ସୀମାରେ କଡ଼ା ପାଟ୍ରୋଲିଂ  ।

ଘାଟିରେ ସେନାକୁ ବଡ଼ ସଫଳତା । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଏଲଓସି ଅତିକ୍ରମ କରୁଥିବା ବେଳେ ଦୁଇ ଆତଙ୍କୀ ନିପାତ, ସର୍ଚ୍ଚ ଅପରେସନ ଜାରି ରହିଛି ।

ଉତ୍ତର ଭାରତରେ ଜାରି ରହିଛି ପ୍ରକୃତିର ତାଣ୍ଡବ ।  ତୁହାକୁ ତୁହା ବର୍ଷା ପରେ ବଢ଼ିଲା ଗଙ୍ଗା ଓ ଯମୁନାର ଜଳସ୍ତର, ଦିଲ୍ଲ୍ଲୀରେ ବିପଦ ସଙ୍କେତ ଟପିଲା ଯମୁନା, ୟୁପିରେ ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ ।

ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ଜାପାନ ଓ ଚୀନ ଗସ୍ତ । ୪ ଦିନିଆ ଗସ୍ତରେ ଦୁଇଦେଶରେ ବଡ଼ ବୈଠକ କରିବେ ମୋଦୀ, ଭାରତ-ଜାପାନ ବାର୍ଷିକ ଶିଖର ବୈଠକ ପରେ ଚୀନରେ ଏସସିଓ ବୈଠକରେ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ।

ରୁଟି, କ୍ଷୀର, ଛେନା ଭଳି ଖାଦ୍ୟ ଉପରେ ଛାଡ଼ ହେବ ଜିଏସଟି । ୫ରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ସାମଗ୍ରୀ  ହେବ ଜିଏସଟି ଶୂନ୍ୟ, ଅନେକ ଶିକ୍ଷା ସାମଗ୍ରୀ ଉପରେ ମଧ୍ୟ ଜିଏସ୍‌ଟି ହୋଇପାରେ ଛାଡ଼  ।  

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ସାମି । କାହିଁକି ହେଲେନି ମନୋନୀତ ଉଠାଇଲେ ପ୍ରଶ୍ନ, ଫିଟ୍‌ ଥିବା ସତ୍ତ୍ବେ ଦଳରୁ ବାଦ୍‌ ନେଇ କଲେ ସମାଲୋଚନା ।