କନକ ବ୍ୟୁରୋ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ଆସିବ ପରିବର୍ତ୍ତନ । ଏନ୍ସିଆରଟି ଢାଞ୍ଚାରେ ପ୍ରସ୍ତୁତ ହେବ ବହି, ଅକ୍ଟୋବର ସୁଦ୍ଧା ୫୫ଟି ପାଠ୍ୟପୁସ୍ତକର ହେବ ନବକଳେବର, ପ୍ରଶ୍ନ ଉଠାଇଲେ ଶିକ୍ଷାବିତ୍ ଓ ଅଭିଭାବକ ।
ଆଉ ରହିବନି ଦଦରା ରାସ୍ତା, ଗାଁ ଗାଁରେ ତିଆରି ହେବ ସହର ଭଳି ପିଚୁ ରୋଡ୍ । ଫୋକସ୍ରେ ବନ୍ୟା ଓ ବାତ୍ୟା ପ୍ରଭାବିତ ୧୫ ଜିଲ୍ଲା, ବିପର୍ଯ୍ୟୟର ମୁକାବିଲା କରିବ ମୁଖ୍ୟମନ୍ତ୍ରୀ ସଡ଼କ, ଖରାପ ହେଲେ ମରାମତି କରିବେ ଠିକା ସଂସ୍ଥା ।
ସୁବର୍ଣ୍ଣରେଖା ଓ ବୈତରଣୀରେ କମୁଛି ଜଳସ୍ତର । ତଥାପି ତଳିଆ ଅଞ୍ଚଳରେ କମିନି ଦୁର୍ଦ୍ଦଶା, ଦଶରଥପୁରରେ ବନ୍ୟା ପାଣିରେ ନିଖୋଜ କଲେଜ ଛାତ୍ରୀଙ୍କ ମିଳିଲା ମୃତଦେହ । ଉତ୍ତର ପରେ ଦକ୍ଷିଣରେ କଲବଲ କଲା ବର୍ଷା ।
ପୁରୀ ଶରଧାବାଲିରେ ବୁଲିଲା ଖଣ୍ଡା, ଖଜା ଦୋକାନୀଙ୍କୁ ଆକ୍ରମଣ କଲେ ୩ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା ସୂଚନା ।
ଜଳପ୍ରଳୟରେ ଥରହର ଅଧାଦେଶ । ଜମ୍ମୁ କାଶ୍ମୀରରେ ୫୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବୈଷ୍ଣୋଦେବୀ ରାସ୍ତାରେ ଭୂସ୍ଖଳନ ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା ।
ବିହାର ରାଲି ବଢ଼ାଇବ କି ଇଣ୍ଡିମେଣ୍ଟର ବଳ? ଭୋଟ୍ ଅଧିକାର ଯାତ୍ରାରେ ସାମିଲ ହେଉଛନ୍ତି ମେଣ୍ଟ ସହଯୋଗୀ ଦଳର ହେଭିୱେଟ ନେତା, ଦେଖିବାକୁ ମିଳିଲା ଶକ୍ତିପ୍ରଦର୍ଶନ ।
ପୁଣି ଥରେ ଶତ୍ରୁଦେଶକୁ ମାନବିକତା ଶିଖାଇଲା ଭାରତ । ତୱି ନଦୀରେ ଭୀଷଣ ବନ୍ୟା ଆଶଙ୍କା ନେଇ ପାକିସ୍ତାନକୁ କଲା ସତର୍କ, ବୁଡ଼ିଲା କରତାରପୁର ସାହେବ କରିଡର ।
ଲାଗିଲା ଆମେରିକାର ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ । ମୋଟ୍ ୫୦ ପ୍ରତିଶତ ଟାରିଫ୍ ପରେ ଖସିଲା ସେୟାର ବଜାର, ଭାରତୀୟ ବଜାର ପ୍ରଭାବିତ ହେବା ଆଶଙ୍କା ।
ବିଜ୍ଞାପନ କରି ଫସିଗଲେ ବଲିଉଡ୍ କଳାକାର । ଦୀପିକା ପାଦୁକୋନ, ଶାହାରୁଖ ଖାନଙ୍କ ନାଁରେ ଏତଲା, ଅଭିନେତା ପ୍ରମୋଟ୍ କରୁଥିବା କାରରେ ଯାନ୍ତ୍ରିକ ତ୍ରୁଟି ପରେ ରାଗିଲେ ଗ୍ରାହକ ।
ଗଣପତିଙ୍କ ଆଗମନରେ ଉତ୍ସବମୁଖର ସାରା ଦେଶ । ମୁମ୍ବାଇର ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସହ ବଲିଉଡ୍ କଳାକାର, ରାଜନେତା, କ୍ରିକେଟର ସାମିଲ ।