କନକ ବ୍ୟୁରୋ: ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ବିଭାଗ, ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ । 
Advertisment
ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ମଞ୍ଜୁରୀ । ଇଲେକ୍ଟୋନୋକିକ୍ସ ଓ ଆଇଟି ବିଭାଗର ୨ଟି ପ୍ରସ୍ତାବ ପାରିତ । ସଂସଦୀୟ ବ୍ୟାପାର ଓ ଜିଏ ବିଭାଗର ଗୋଟିଏ ପ୍ରସ୍ତାବ ଅନୁମୋଦନ, ବିଧାନସଭା ଅଧିବେଶନ ନେଇ ପ୍ରସ୍ତାବ ପାରିତ ।
ଗାଁ ପୋଖରୀରୁ ଉଦ୍ଧାର ହେଲା ବଉଳା କୁମ୍ଭୀର । ରାଜନଗର ବ୍ଲକ ପେଣ୍ଠ ଗାଁରେ ବିରାଟକାୟ କୁମ୍ଭୀରକୁ ଦେଖି ଲୋକେ ଛାନିଆ, ଛେଳିକୁ ଖାଇବା ପରେ ବନ ବିଭାଗ ଜାଲ ପକାଇ କଲା ଉଦ୍ଧାର ।
ନୂଆଁଖାଇ ପାଇଁ ଗାଁକୁ ଫେରୁଛନ୍ତି ଦାଦନ । ଫିଟୁଛି ବନ୍ଦ ହୋଇ ରହିଥିବା ଘରର ତାଲା, ଏପଟେ ଦାଦନ ରୋକିବାକୁ ସରକାରଙ୍କ ବଡ଼ ଯୋଜନା, ଖଟିବାକୁ ଯାଉଥିବା ରାଜ୍ୟକୁ ଯାଇ କାରଣ ଖୋଜିବ ଟିମ୍ ।
ସାରାରାଜ୍ୟରେ ୧୦୮ ଆମ୍ବୁଲାନ୍ସର ଅବ୍ୟବସ୍ଥା  । ଗଡୁଛି କମ୍ ଅଟକୁଛି ବେଶୀ, ରୋଗୀ ପରିବହନରେ ଅବହେଳାରୁ ଚାଲି ଯାଉଛି ଜୀବନ । ଘରୋଇ ସଂସ୍ଥାକୁ ପରିଚାଳନା ଦାୟିତ୍ବ ଟେକି ଦେଇ ଚୁପ୍ ବସିଛନ୍ତି ସରକାର । 
ଆଇସିୟୁରେ ଆମ୍ବୁଲାନ୍ସ 
କଟକ ମେୟର- ଜିଲ୍ଲାପାଳ ମୁହାଁମୁହିଁ । ଅଣଦେଖା ଅଭିଯୋଗ ଆଣିଲେ ମେୟର, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ କରାଯାଇନି ନିମନ୍ତ୍ରଣ । ଏହା ଆଲୁମିନି ଆସୋସିଏସନର ନିଷ୍ପତ୍ତି ବୋଲି କହିଲେ ଜିଲ୍ଲାପାଳ ।
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବସରପ୍ରାପ୍ତ ବିଚାରପତିଙ୍କ ସମାଲୋଚନା । ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ  ସୁଦର୍ଶନ ରେଡ୍ଡୀଙ୍କ ଉପରେ ଅମିତ ଶାହଙ୍କ ଟିପ୍ପଣୀ ଦୁର୍ଭାଗ୍ୟଜନକ, ସାଲୱା ଜୁଡୁମ୍ ମାମଲାରେ ଜଷ୍ଟିସ୍ ରେଡ୍ଡୀଙ୍କୁ ପକ୍ଷଭୁକ୍ତ କହିଥିଲେ ଶାହ  । 
କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଜଳପ୍ରଳୟ । ଜମ୍ମୁରେ ୨୭ବର୍ଷର ରେକର୍ଡ ଭାଙ୍ଗିଲା ମୌସୁମୀ ବର୍ଷା, ବନ୍ୟାରେ ଭାସୁଛି ଉତ୍ତର ଓ ପଶ୍ଚିମ ଭାରତ । 
ରକ୍ତମୁଖା ଇସ୍ରାଏଲର ଡବଲ ଆଟାକ୍ । କାଲି ୟେମେନ, ଆଜି ଟାର୍ଗେଟରେ ଗାଜା, ହୁତି ଓ ହମାସକୁ ମାଟିରେ ମିଶାଇବାକୁ ଘନ ଘନ ରକେଟ୍ ଓ ମିସାଇଲ ମାଡ଼ । 
ସନ୍ଦେହର ଭୟଙ୍କର ପରିଣତି । ହାଇଦ୍ରାବାଦରେ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରି ୧୧ ଖଣ୍ଡ କଲା ସ୍ବାମୀ । ନଦୀରେ ଫିଙ୍ଗିଲା, ସିସିଟିଭି ଭିଡିଓ ପ୍ରମାଣରୁ ଧରାପଡ଼ିଲା ।