କନକ ବ୍ୟୁରୋ: ବନ୍ୟାରେ ଭାସୁଛି ଉତ୍ତର ଓଡ଼ିଶା । ବୈତରଣୀ, ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା ଫଳରେ ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା । ଯାଜପୁର କାଣୀ ନଦୀରେ ଶହେ ଫୁଟର ଘାଇ ସୃଷ୍ଟି ପରେ ସ୍ଥିତି ଭୟଙ୍କର ।
ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ । ଚିଲିକାରେ ଚାଲିବ ସି’ପ୍ଲେନ୍, ହେଲି ଟ୍ୟାକ୍ସିରେ ବୁଲିବେ ପର୍ଯ୍ୟଟକ । ଓଡ଼ିଶାମୁହାଁ ପର୍ଯ୍ୟଟକଙ୍କୁ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ।
ନିଶା ମାଫିଆଙ୍କୁ ନିସ୍ତାର ନାହିଁ । ମାଷ୍ଟରମାଇଣ୍ଡ୍ଙ୍କୁ ଧରିବାକୁ ବଡ଼ ରଣନୀତି, ସହରରୁ ଗାଁ ଗହଳିକୁ ବି ମାଡ଼ିଗଲେଣି ନିଶା ମାଫିଆ । ନିଶାମୁକ୍ତ କଲେଜ କ୍ୟାମ୍ପସ ପାଇଁ ଅବକାରୀ ବିଭାଗ ଓ ଏସ୍ଟିଏଫ୍ ପକ୍ଷରୁ ଚଢ଼ାଉ ଜାରି ।
ଯାତ୍ରାରେ ଆଉ ଚାଲିବନି ମାଲିକଙ୍କ ମନମାନି । ଯାତ୍ରାରେ ଆସିବ ସଂସ୍କାର, କମିବ ଟିକେଟ୍ ଦର ! ଖୁବଶୀଘ୍ର ସମସ୍ତ ଯାତ୍ରା ମାଲିକଙ୍କୁ ଡାକି ଆଲୋଚନା କରିବ ଯାତ୍ରା କମିଟି ସୁରକ୍ଷା ମଞ୍ଚ ।
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବସରପ୍ରାପ୍ତ ବିଚାରପତିଙ୍କ ସମାଲୋଚନା । ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କ ଉପରେ ଅମିତ ଶାହଙ୍କ ଟିପ୍ପଣୀ ଦୁର୍ଭାଗ୍ୟଜନକ, ସାଲୱା ଜୁଡୁମ୍ ମାମଲାରେ ଜଷ୍ଟିସ୍ ରେଡ୍ଡୀଙ୍କୁ ପକ୍ଷଭୁକ୍ତ କହିଥିଲେ ଶାହ ।
କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଜଳପ୍ରଳୟ । ଜମ୍ମୁରେ ୨୭ବର୍ଷର ରେକର୍ଡ ଭାଙ୍ଗିଲା ମୌସୁମୀ ବର୍ଷା, ବନ୍ୟାରେ ଭାସୁଛି ଉତ୍ତର ଓ ପଶ୍ଚିମ ଭାରତ ।
କାନ୍ଦୁଛି କାଶ୍ମୀରରୁ କନ୍ୟାକୁମାରୀ
ରକ୍ତମୁଖା ଇସ୍ରାଏଲର ଡବଲ ଆଟାକ୍ । କାଲି ୟେମେନ, ଆଜି ଟାର୍ଗେଟରେ ଗାଜା, ହୁତି ଓ ହମାସକୁ ମାଟିରେ ମିଶାଇବାକୁ ଘନ ଘନ ରକେଟ୍ ଓ ମିସାଇଲ ମାଡ଼ ।
ରକ୍ତମୁଖା ଇସ୍ରାଏଲର ଘନଘନ ଆଟାକ୍
ନୋଏଡା ନିକ୍କି ମୃତ୍ୟୁ ମାମଲାରେ ନୂଆମୋଡ଼ । ହତ୍ୟା ନୁହେଁ, ଆତ୍ମହତ୍ୟା କହି ଅଭିଯୁକ୍ତଙ୍କ ସମର୍ଥନରେ ବାହାରିଲେ ଗ୍ରାମବାସୀ -- ସୋସିଆଲ ମିଡିଆରେ ଏଡିଟେଡ ଭିଡିଓ ଭାଇରାଲ ଅଭିଯୋଗ ।
ସନ୍ଦେହର ଭୟଙ୍କର ପରିଣତି । ହାଇଦ୍ରାବାଦରେ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରି ୧୧ ଖଣ୍ଡ କଲା ସ୍ବାମୀ । ନଦୀରେ ଫିଙ୍ଗିଲା, ସିସିଟିଭି ଭିଡିଓ ପ୍ରମାଣରୁ ଧରାପଡ଼ିଲା ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲା । ଡିଗ୍ରି ରେକର୍ଡ ସାର୍ବଜନୀନ କରିବା ନିର୍ଦ୍ଦେଶ ଖାରଜ, ୨୦୧୬ରେ କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ ।