କନକ ବ୍ୟୁରୋ:  ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ । ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା, ୭ ଦିନିଆ କାର୍ଯ୍ୟ ଦିବସରେ ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।  

Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା । ଶୃଙ୍ଖଳା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଆଇଡି କାର୍ଡ ନଥିଲେ କ୍ୟାମ୍ପସକୁ ପ୍ରବେଶ ନିଷେଧ । ୫ ଛାତ୍ରଙ୍କୁ କାରଣଦର୍ଶାଅ ନୋଟିସ ।

ରାଜଧାନୀ ରାଜରାସ୍ତାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ । ମର୍ଯ୍ୟାଦା ପାଇଁ ବର୍ଷାରେ ଭିଜି ଭିଜି ପ୍ରତିବାଦ କରୁଛନ୍ତି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ, ଲୋୟର ପିଏମ୍‌ଜିରେ ଆମରଣ ଅନଶନ ।

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆତଙ୍କ ! ଡେରାବିଶରେ ଶହ ଶହ କୁକୁଡ଼ା ମଡ଼କ ପରେ ବଢିଲା ଭୟ, ଫାର୍ମ ଗୁଡିକରୁ ସ୍ବାବ୍‌ ସଂଗ୍ରହ କରୁଛନ୍ତି ପ୍ରାଣୀଧନ ଚିକିତ୍ସକ  ।

ସବ୍‌ସିଡିକୁ ନେଇ ତେଜିଲା ରାଜନୀତି । ଧାନ ବ୍ୟତୀତ ଅନ୍ୟ ଚାଷକୁ ମିଳିବ ପ୍ରୋତ୍ସାହନ । ସରକାର ବିଚାର କରୁଥିବା ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ, କଟାକ୍ଷ କରି ବିଜେଡି କହିଲା, ନିଜ ଗୋଡରେ କୁରାଢି ମାରିଛନ୍ତି ସରକାର ।

ଏସିଆ କପ୍‌ ପରେ ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି ! ଦିନିକିଆ ଅଧିନାୟତ୍ବ ଛାଡ଼ିବେ ରୋହିତ୍‌ ଶର୍ମା, ଶ୍ରେୟସଙ୍କ ହାତରେ ରହିପାରେ ମଙ୍ଗ, ବିଶ୍ବକପ୍‌ରୁ ଦୃଷ୍ଟିରେ ରଖି ବଦଳିପାରେ ଅଧିନାୟକ ।

ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । କଂଗ୍ରେସ ଓ ଅନ୍ୟ ଦଳର ସାଂସଦଙ୍କ ଉପସ୍ଥିତରେ ଭରିଲେ ନାମାଙ୍କନ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଭାବେ ତୁଲାଇଛନ୍ତି ଦାୟିତ୍ବ ।

ଜାତିସଂଘରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହାଲେଙ୍କ ଚେତାବନୀ । କହିଲେ, ଆମେରିକା-ଭାରତ ସମ୍ପର୍କ ଭୁଶୁଡ଼ିବାକୁ ବସିଛି, ଚୀନ୍ ଆକାଂକ୍ଷାକୁ ରୋକିବାକୁ ଭାରତ ସହ କରନି ସମ୍ପର୍କ ଖରାପ ।

ଚାନ୍ଦା ମାଗୁଛି ଆତଙ୍କୀ ମସୁଦ ଅଜହର । ଅପରେସନ ସିନ୍ଦୂରରେ ନଷ୍ଟ ହୋଇଥିବା ଶିବିରକୁ କରୁଛି ପୁନରୁଦ୍ଧାର, ପାକିସ୍ତାନର ଡିଜିଟାଲ୍ ପେମେଣ୍ଟ ଆପରେ ଠୁଳ କରୁଛି ଅର୍ଥ ।

ଦକ୍ଷିଣ ଗାଜାରେ ଆଇଡିଏଫ୍ ଉପରେ ହମାସର ଆକ୍ରମଣ ଜାରି । ଆଇଡିଏଫର ୪ ଆହତ, ଜଣଙ୍କ ଅବସ୍ଥା ଗୁରୁତର, ପାଲଟା ଆକ୍ରମଣରେ ୧୦ ଜଣ ହମାସ୍ ଆତଙ୍କୀ ନିପାତ ।