କନକ ବ୍ୟୁରୋ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆଇସିୟୁ ଭିତରକୁ ନଛାଡ଼ିବା ପ୍ରସଙ୍ଗ । ପିସିସି ସଭାପତି ଭକ୍ତ ଦାସ କହିଲେ, ଖବରକାଗଜରେ ବାହାରିଥିବା ଖବର ମିଛ, ପାଣ୍ଡିଆନ ନୁହେଁ, ଡାକ୍ତର ମନା କରିବାରୁ ନବୀନଙ୍କୁ କରିପାରିଲିନି ସାକ୍ଷାତ ।
ଉପ-ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥାହେଲେ ରାଜନାଥ ସିଂ, ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ମାଗିଲେ ସହଯୋଗ ।
ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । ତିନିଦିନିଆ ରିମାଣ୍ଡରେ ଯିବେ ସମୀର ସାହୁ, କ୍ରାଇମବ୍ରାଞ୍ଚର ଆବେଦନକୁ ମଞ୍ଜୁର କଲେ କୋର୍ଟ ।
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ରେଡ୍ ।
ବର୍ଷାରେ ବେହାଲ ମାଲକାନଗିରି । ଭୁଶୁଡ଼ିଲା ଏୟାରପୋର୍ଟ ପାଚେରୀ, ପୋଲ ଉପରେ ଚାଲୁଛି ପାଣି, ଏପଟେ ବଙ୍ଗୋପସାଗରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରଭାବରେ ସାରା ରାଜ୍ୟରେ ବର୍ଷା ।
ଇଣ୍ଡିମେଣ୍ଟରୁ କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ? ଚାଲିଛି କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ କାର୍ଯ୍ୟାଳୟରେ ବୈଠକ, ସି.ପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ଘୋଷଣା କରିସାରିଛି ଉପରାଷ୍ଟ୍ରପତି ପ୍ରାର୍ଥୀ ।
ବର୍ଷାରେ ବେହାଲ ସାରା ଭାରତ । ଉତ୍ତରପ୍ରଦେଶ କନୌଜରେ ବନ୍ୟା ସ୍ଥିତି, ବଢୁଛି ଗଙ୍ଗାନଦୀର ଜଳ ସ୍ତର । ମୁମ୍ବାଇ ଓ କର୍ଣ୍ଣାଟକରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାରେ ଟ୍ରାଫିକ୍ ଜାମ୍ ।
ଭୋଟ୍ ଚୋରି ବିବାଦରେ ଭିନ୍ନମୋଡ଼ । ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀଙ୍କ ଯୋଜନା, ଗତକାଲି ପ୍ରେସମିଟରେ ଭୋଟ୍ ଚୋରି ଅଭିଯାଗକୁ ଖଣ୍ଡନ କରିଥିଲେ ଇସିଆଇ ।
ଆଜି ଆମେରିକା ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ । ହ୍ବାଇଟ ହାଉସ୍ରେ ହେବ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକ, ୟୁକ୍ରେନ-ରୁଷ୍ ଯୁଦ୍ଧବିରତି ପ୍ରସଙ୍ଗରେ ହେବ ଆଲୋଚନା ।
ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କ ଜଲୱା ଜାରି । ପୂରଣ କଲେ ୧୭ ବର୍ଷ, ୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ ଡେବ୍ୟୁ ୨୦୧୧ ବିଶ୍ବକପ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/18/ww-2025-08-18-14-08-33.webp)