କନକ ବ୍ୟୁରୋ : ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ପୁଣି ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା, ଜୁନ୍ ୨୨ରେ ମୁମ୍ବାଇରେ ହୋଇଥିଲା ଅସ୍ତ୍ରୋପଚାର ।

Advertisment

ଭୋଟ ଚୋରି ଅଭିଯୋଗକୁ ବଳ ଦେବା ପାଇଁ ରାହୁଲଙ୍କ ଭୋଟ ଅଧିକାର ଯାତ୍ରା । ୧୬ଦିନରେ ବୁଲିବେ ୨୦ଜିଲ୍ଲାର ୧୩ଶହ କିଲୋମିଟର । ଏପଟେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗକୁ ଖଣ୍ଡନ କଲେ ନିର୍ବାଚନ କମିସନ, କହିଲେ, ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ।

ଚାଷୀ ଅସନ୍ତୋଷ ବଢ଼ିବା ପରେ ନିୟମ କୋହଳ କଲେ ସରକାର । ସରଳ ହେଲା ଖରିଫ ପଞ୍ଜିକରଣ ପ୍ରକ୍ରିୟା । ଆଉ ଦେବାକୁ ପଡ଼ିବନି ବଂଶାବଳୀ ପ୍ରମାଣପାତ୍ର, ସ୍ବାଗତ କଲେ ଚାଷୀ ।

ସଂଗଠନରେ ସୁଧାର ଆଣିବାକୁ ରାଜ୍ୟ କଂଗ୍ରେସର କସରତ । ଗତ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ୬ ମାସିଆ କଣ୍ଟ । ମାସକୁ ଅନ୍ୟୁନ୍ ୨୦ ଦିନ ଦଳକୁ ଦେବାକୁ ନିର୍ଦ୍ଦେଶ, ପ୍ରତି ମାସରେ ସଭାପତିଙ୍କୁ ଦେବାକୁ ପଡିବ ରିପୋର୍ଟ ।

ନାବାଳିକାଙ୍କ ଉପରେ ବଢୁଛି ବିପଦ । ହସ୍ତକ୍ଷେପ କରି ଜିଲ୍ଲା ଜଜ୍‌ କୋର୍ଟଙ୍କୁ ଚିଠି ଲେଖି ପ୍ରସ୍ତାବ ଓ ପରାମର୍ଶ ଆହ୍ୱାନ କଲେ ହାଇକୋର୍ଟ, ବୁଦ୍ଧିଜୀବୀ ଓ ବିଶେଷଜ୍ଞଙ୍କୁ ଡାକି କରିବେ ବୈଠକ ।

କେମିତି ରହିବ ପାଣିପାଗ? ଆଗାମୀ ୫ ଦିନ ପାଇଁ ଅନେକ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ୧୯ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ।

ରାୟପୁରରୁ ଆସି ଭୁବନେଶ୍ବରରେ ନିଖୋଜ ହୋଇଗଲେ ପ୍ରତିଷ୍ଠିତ ବ୍ୟବସାୟୀ । ୬ ମାସ ପରେ ବି ଖୋଜି ଖୋଜି ରେଳବାଇ ପୁଲିସ ହାଲିଆ, ସାରା ଦେଶରେ ସର୍କୁଲାର ଜାରି । ଅପହରଣ ସନ୍ଦେହ କରୁଛନ୍ତି ପରିବାର ।

ଦିଲ୍ଲୀକୁ ବଡ଼ ଉପହାର । ୧୧ ହଜାର କୋଟିର ଦୁଇଟି ରାଜପଥ ଯୋଜନା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୂରତା କମାଇବ ଦ୍ବାରକା ଏକ୍ସପ୍ରେସୱେ ଓ ଅର୍ବାନ ଏକ୍ସଟେନସେନ ରୋଡ । 

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ  ଆମେରିକା ଫାଷ୍ଟ ଲେଡିଙ୍କ ଭାବବିହ୍ବଳ ଚିଠି । ଯୁଦ୍ଧରେ ନିରୀହ ଶିଶୁଙ୍କ ପ୍ରାଣହାନି  ନେଇ ମେଲାନିଆ ଟ୍ରମ୍ପଙ୍କ ଚିନ୍ତା ପ୍ରକାଶ ।  ସୁରକ୍ଷା ଓ ମାନବିକତାକୁ ଦିଆଯାଉ ପ୍ରାଥମିକତା ।

ଏସିଆ କପ୍ ପାଇଁ ପାକିସ୍ତାନ ଟିମ୍ ଘୋଷଣା । ଷ୍ଟାର୍ ଖେଳାଳିଙ୍କୁ ପଚାରିଲାନି ପିସିବି, ବାବର ଓ ରିଜୱାନ ବାଦ୍ ପଡ଼ିବା ପରେ ଭାଗ ଭାଗ ହେଲେ ପାକ୍ ପ୍ରଶଂସକ ।