୧. ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗରେ ଜବାବ ରଖିଲେ ନିର୍ବାଚନ କମିସନ । କହିଲେ, ଭୋଟ୍ ଚୋରି ଶବ୍ଦ ସମ୍ପୂର୍ଣ୍ଣ ଭୁଲ । ଆମ ପାଇଁ କେହି ପକ୍ଷ-ବିପକ୍ଷ ନାହାନ୍ତି, ବରଂ ସବୁ ସମାନ ।  
ଜବାବ ରଖିଲେ ଇସିଆଇ

Advertisment

୨. ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ନେବ ଅବପାତର ରୂପ । ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।  ଆସନ୍ତାକାଲି ପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ୍ ଆଲର୍ଟ । 
୩ ଜିଲ୍ଲାରେ ପ୍ରବଳ ବର୍ଷିବ ! 

୩. ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ଭିଡିଓ ଭାଇରାଲ୍ । ରାଜ୍ୟ ସରକାର ଏବଂ ଓଡ଼ିଶା ପୁଲିସକୁ ଟାର୍ଗେଟ୍‌ କଲା ବଜେଡି । ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବାକୁ ଦାବି । 
'କେମିତି ଭାଇରାଲ ହେଲା ଭିଡିଓ ?' 

୪. ଏଣିକି ନିଜସ୍ୱ ଘୋଷଣାନାମାରେ କରିହେବ ଖରିଫ ପଞ୍ଚିକରଣ  । ଆଉ ଦେବାକୁ ପଡିବନି ବଂଶାବଳୀ ପ୍ରମାଣ ପତ୍ର । ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଆସିଲା ବିଧିବଦ୍ଧ ବିଜ୍ଞପ୍ତି । 
ଚାଷୀଙ୍କ ଟେନ୍‌ସନ୍‌ ଗଲା 

୫. ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ରେଞ୍ଜ  । ଗାଡି ଛାଡିବା ପାଇଁ କାଠ ମାଫିଆଠୁ ୫ ହଜାର ଟଙ୍କା ନେଉଥିଲେ ବୁଗୁଡ଼ା ରେଞ୍ଜର  । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।
ଲାଞ୍ଚ ନେଉଥିଲେ ରେଞ୍ଜର 

୬. ଅପରେସନ ସିନ୍ଦୂରରେ ଯାଇଛି ପାକିସ୍ତାନ ସେନାର ୧୫୦ ସୈନିକଙ୍କ ଜୀବନ । ମରଣୋତ୍ତର ସର୍ବୋଚ୍ଚ  ସମ୍ମାନ ଦେଲେ ପାକ୍ ସରକାର । ସତ ପଦାରେ ପକାଇଲା ପାକ୍ ଟିଭି ଚ୍ୟାନେଲ । 
୧୫୦ ପାକ୍‌ ସୈନିକ ମୃତ   

୭. ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଆଜି ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଏନଡିଏ । ବିଜେପି ସଂସଦୀୟ ଦଳ ବୈଠକରେ ବାଜିପାରେ ମୋହର । 
ଜଣାପଡ଼ିବ ପ୍ରାର୍ଥୀ କିଏ !  

୮. ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ସହ ଖେଳୁଥିବା ଅଭିଯୋଗ । GST ସଂସ୍କାର ଏବଂ 'ମେଡ୍ ଇନ୍ ଇଣ୍ଡିଆ' ଉତ୍ପାଦକୁ ସମର୍ଥନ ପାଇଁ ଆହ୍ୱାନ ।    
'ସମ୍ବିଧାନ ସହ ଖେଳୁଛନ୍ତି ବିରୋଧୀ'  

୯. ଏସିଆ କପ୍‌ ପାଇଁ ଘୋଷଣା ହେଲା ପାକିସ୍ତାନ ଦଳ । ଟିମ୍‌ରେ ବାବର ଓ ରିଜ୍‌ୱାନ୍‌ଙ୍କୁ ମିଳିଲାନି ସ୍ଥାନ । ଖୁବଶୀଘ୍ର ଅବସର ନେବା ନେଇ ଉଠିଲା ଚର୍ଚ୍ଚା ।  ଅବସର ନେବେ ବାବର ରିଜ୍‌ୱାନ୍‌ ! 

୧୦. ପ୍ରାୟ ୨୦୦ କୋଟି ଆୟ କଲା ରଜନୀକାନ୍ତଙ୍କ 'କୁଲି' ଫିଲ୍ମ । ପ୍ରଥମ ଦିନରେ ୬୫ କୋଟି ଆୟ କରିଥିଲା । ପଛରେ ପଡ଼ିଲା ହ୍ରିତିକ୍‌-ଏନ୍‌ଟିଆର୍‌ଙ୍କ ୱାର-୨ । 
ବକ୍ସ ଅଫିସ୍‌ରେ 'କୁଲି' ର କମାଲ