କନକ ବ୍ୟୁରୋ : ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ । ରାଜଧାନୀ ରାଜରାସ୍ତାରେ ଯୁବକ ଯୁବତୀଙ୍କ ଅଜବ କାରନାମା । ବିନା ହେଲମେଟ୍ ପିନ୍ଧି ଫୁ କରି ଉଡାଇଲେ ଟ୍ରାଫିକ୍ ନିୟମ, ଭିଡିଓ ଭାଇରାଲ ।
ସାପ କାମୁଡ଼ାରେ ସ୍ବାମୀ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ ମେଡିକାଲରେ ଭର୍ତ୍ତି, ନିଆଳି ଏକବାରୁଆ ଗାଁରୁ ଆସିଲା ଅଭାବନୀୟ ଖବର ।
ଆଗକୁ ପଞ୍ଚାୟତ ପରୀକ୍ଷା । ଘର ସଜାଡ଼ିବାକୁ ୩ ରାଜନୈତିକ ଦଳ ତତ୍ପର, ହେଲେ ସରୁନି ସାଙ୍ଗଠନିକ ପୁନର୍ବିନାସ, କର୍ମୀ ସଂଶୟରେ, ନେତା ଆଶଙ୍କାରେ ।
ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାକୁ ରାଜ୍ୟ ବିଜେପି ସଭାପତିଙ୍କ ବଡ଼ ବୟାନ । କହିଲେ, ଠିକ୍ ସମୟରେ ନିଆଯିବ ନିଷ୍ପତ୍ତି, ଦୋଷୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବିଧାୟକ ବାବୁ ସିଂ କହିଲେ, ଦୋଷୀକୁ ମାଟି ତଳୁ ଖୋଜି ବାହାର କରିବ ବିଜେପି ସରକାର ।
ବାଲିପାଟଣାରେ ସମ୍ପତ୍ତି ବିବାଦକୁ ନେଇ ଯୁବକଙ୍କୁ ଜାଳିଦେବା ଘଟଣା । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, ସାବତ ମାଆକୁ ଉଠାଇ ନେଇ ଜେରା କରୁଛି ପୁଲିସ ।
ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ ଜଣେ ପର୍ଯ୍ୟଟକ । ବେହେରଣ ଦ୍ବାର ପଟୁ ୭ ଫୁଟି ଚଢ଼ିଥିବା ଶ୍ରଦ୍ଧାଳୁଙ୍କୁ ଓହ୍ଲାଇଲା ଜେଟିପି, ପରେ ସିଂହଦ୍ବାର ପୁଲିସକୁ ହସ୍ତାନ୍ତର । ପ୍ରଶ୍ନ ଉଠିଲା, ବାରମ୍ବାର ଅଘଟଣ ପରେ ଚେତୁନି ପ୍ରଶାସନ?
ଝାରସୁଗୁଡ଼ାରେ ବେଆଇନ ବାଲି ଚୋରା ଚାଲାଣ । ଜମେରା ଗାଁରେ ବେଧଡ଼କ ଚାଲିଛି ବାଲି ଚୋରି, ଖଣି ବିଭାଗ କ’ଣ କରୁଛି ଉଠିଲା ପ୍ରଶ୍ନ ।
ସୁବର୍ଣ୍ଣପୁର ଝାରତରଭା ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି । କମ୍ପ୍ୟୁଟର, ପ୍ରିଣ୍ଟର, ଇନ୍ଭଟର, ୱାଇଫାଇ ପୋର୍ଟ ସହ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ଆଲାସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ । ସକାରାତ୍ମକ ଆଲୋଚନା ସତ୍ତ୍ବେ ଯୁଦ୍ଧବିରତି ପାଇଁ ହୋଇପାରିଲାନି ସହମତି । ପୁଟିନ୍ କହିଲେ, ବର୍ତ୍ତମାନର ପରିସ୍ଥିତି ପାଇଁ ୟୁକ୍ରେନ୍ ଦାୟୀ ।
କ୍ରିକେଟ୍ ଜଗତରେ ଆଲୋଡ଼ନ । ସେହ୍ବାଗଙ୍କ ପରେ ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଇରଫାନ୍ ପଠାନ୍ । କହିଲେ, ମୋତେ ଓ ମୋ ଭାଇକୁ ମ୍ୟାଚରୁ ଡ୍ରପ୍ କରିଥିଲେ ଧୋନୀ ।