କନକ ବ୍ୟୁରୋ: ଆସନ୍ତାକାଲି ପେଟ୍ରୋଲ ପମ୍ପରେ ମିଳିବନି ତେଲ । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ପମ୍ପ, ସୂଚନା ଦେଲେ ଡିଲର ଆସୋସିଏନ୍ ସଭାପତି । ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣାକୁ କାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।  

ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଏସପି ଇମାନ୍ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ବ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ସହଯୋଗ କରିବେ ଇନ୍ସପେକ୍ଟର ପାଞ୍ଚାଳୀ ରାଉତ । 

ଲୋକସେବା ଭବନ ଘେରିବାକୁ ମାଡିଆସିଲେ ବିଜେଡି କର୍ମୀ, ବ୍ୟାରିକେଡ ଡେଇଁବାବେଳେ ପୁଲିସ ସହ ମୁହାଁମୁହିଁ ।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ । ବାଲେଶ୍ବର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିରୋଧୀଙ୍କ ଗର୍ଜନକୁ କଟାକ୍ଷ କଲା ବିଜେପି ।  

ସନ୍ଦେହଘେରରେ ପୁଲିସର ଭୂମିକା ! ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଦୁର୍ବ୍ୟବହାର ନେଇ ସବୁ ଜାଣିଥିଲେ ସହଦେବଖୁଣ୍ଟା ଥାନା ଅଧିକାରୀ । ଡିଜିପି କହିଲେ, ତଦନ୍ତ କରିବେ ମହିଳା ବିରୋଧୀ ହିଂସା ଶାଖାର ଆଇଜି ।

ରାଜ୍ୟ କ୍ୟାବିନେଟ ବୈଠରେ ବଡ଼ ନିଷ୍ପତ୍ତି । ୧୧ ବିଭାଗର ୧୩ ପ୍ରସ୍ତାବକୁ ମୋହର, ଆଦର୍ଶ ସ୍କୁଲରେ ଛାତ୍ରଙ୍କ ଦେୟକୁ ଛାଡ଼ । ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ହେଲା ନିଷ୍ପତ୍ତି । 

୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପେଟ ଭୋକିଲା । ଇ-କେୱାଇସି ଅପଡେଟ୍ ହୋଇନଥିବାରୁ ଚାଉଳ ବନ୍ଦ କଲେ ସରକାର ।  ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଅପଡେଟ୍ ହୋଇପାରିନଥିବା କହି ଝାଡିଲେ ଅସନ୍ତୋଷ । 

ସିରିଆ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ । ଆକ୍ରମଣରେ ୨୦ରୁ ଅଧିକ ସିରିଆ ସୈନିକ ଓ ନାଗରିକଙ୍କ ମୃତ୍ୟୁ । ଡ୍ରୁଜ ଅଳ୍ପସଂଖ୍ୟକଙ୍କୁ ରକ୍ଷା ପାଇଁ ଆକ୍ରମଣ କରିଥିବା ଆଇଡିଏଫର ବୟାନ । 

ମୋଦୀଙ୍କଠାରୁ ଶାହା ପର୍ଯ୍ୟନ୍ତ କେହି କରିପାରିବେନି ରକ୍ଷା । ହିମନ୍ତ ବିଶ୍ବଶର୍ମା ଗିରଫ ହେବା ନେଇ ରାହୁଲ ଗାନ୍ଧୀଙ୍କ ଦମ୍ଭୋକ୍ତି, ପାଲଟା ଜବାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ । 

ରୁଷ ସହ ବ୍ୟବସାୟ କଲେ ଭାରତ,ବ୍ରାଜିଲ,ଚୀନକୁ ଦେବାକୁ ହେବ ୧୦୦% ଟାରିଫ୍ । ୟୁକ୍ରେନ ସହ ଯୁଦ୍ଧ ରୋକିବାକୁ ନାଟୋ ଆପଣାଇଛି ନୂଆ ଉପାୟ । 

ଭାରତୀୟ ପ୍ରତିରକ୍ଷା ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଁ ସିଡିଏସଙ୍କ ଗୁରୁତ୍ବ । ଜେନେରାଲ ଅନୀଲ ଚୌହ୍ବାନ କହିଲେ, ଅନ୍ୟରାଷ୍ଟ୍ର ଉପରେ ନିର୍ଭରଶୀଳ ନହୋଇ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉ ଭାରତ ।