କନକ ବ୍ୟୁରୋ: ସରିଗଲା ଦୁର୍ଗାପୂଜା, ମେଲାଣି ନେଉଛନ୍ତି ମାଆ । ଅଶ୍ରୁଳ ଆଖିରେ ସିଂହବାହିନୀଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ । କଟକ ଓ ଭୁବନେଶ୍ବରରେ ବିନା ଡିଜେରେ ଚାଲିଛି ଭସାଣ ଉତ୍ସବ । 

Advertisment

ସରିନି ବର୍ଷା ବିତ୍ପାତ । ପୁଣି ଡରାଇଲା ପାଣିପାଗ ବିଭାଗର ଆକଳନ । ଲୋକେ ଜଳବନ୍ଦୀରୁ ବାହାରି ନଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ । ଅକ୍ଟୋବର ୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । 

ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ମାଟି ଅତଡ଼ା । ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଲିବାଡ ଗାଁ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ, ୫ ଗାଁକୁ ଯୋଗାଯୋଗ ବିଛିନ୍ନ । 

ଘରକୁ ଫେରିବା ବେଳେ ମାରିଦେଲେ ମହୁମାଛି । ୩ ଶିଶୁଙ୍କ ସମେତ ୬ ଜଣ ଗୁରୁତର, କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରେ ଅଘଟଣ । ଡାକ୍ତରଖାନାରେ ଚାଲିଛି ଗୁରୁତରଙ୍କ ଚିକିତ୍ସା । 

ଖଲ୍ଲିକୋଟ କୋଚିଂ ସେଣ୍ଟର ରେ ଛାତ୍ର କୁ ମରଣାନ୍ତକ ମାଡ଼ । ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି, କୋଚିଂ ଯାଇନଥିବାରୁ ଛାତ୍ର କୁ ଉଠାଇ ନେଇ କୋଚିଂ ସେଣ୍ଟର ପିଟିଲେ ସାର୍ ।

ଜେଲ କର୍ତ୍ତୁପକ୍ଷଙ୍କୁ ଚକମା ଦେଇ ଚୌଦ୍ବାର ଜେଲରୁ ଚମ୍ପଟ ମାରିଲେ କୁଖ୍ୟାତ ଅପରାଧୀ । କମ୍ବଳରେ ଦଉଡ଼ି ବନାଇ ଡେଇଁଲେ ପାଚେରୀ । ଆରିରେ କାଟିଥିଲେ ସେଲ୍‌, ଉଠିଲା ପ୍ରଶ୍ନ, କଏଦୀଙ୍କୁ ପାଖକୁ କେଉଁଠୁ ଆସିଲା ଆରି । 

ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଡିଲ କରିଥିବା ଆଶାୟୀ ଓ ଦଲାଲଙ୍କୁ ବାନ୍ଧି ଘାଣ୍ଟୁଛି କ୍ରାଇମବ୍ରାଂଚ, ପରୀକ୍ଷାର୍ଥୀ ଲାଂଚ ଦେବାକୁ ନେଇ ଉଠିଲାଣି ପ୍ରଶ୍ନ ।  ଚାକିରି ପୂର୍ବରୁ ଯଦି ଏମିତି, ପରେ କରିଥାନ୍ତେ କଣ?  

ଓଡ଼ିଶା ରାଜନୀତିର ହଟସ୍ପଟ ପାଲଟିଛି ନୂଆପଡା । ଉପନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ, ପ୍ରାର୍ଥୀଙ୍କୁ ଧରି ପ୍ରଚାରକୁ ଓହ୍ଲାଇଲେ ମନ୍ତ୍ରୀ । ବିଜେପିର ଦମ୍ଭୋକ୍ତି, ଜିତିବ ଶାସକ ଦଳ , ବିଜେଡି-କଂଗ୍ରେସର ବି ସମାନ ଦାବି ।

ବିଷାକ୍ତ ହେଉଛି ନଦୀର ପାଣି । ତଥାପି ସଚେତନ ହେଉନାହାନ୍ତି ଲୋକେ, ପାର୍ବଣ ଆଳରେ ଜଳାଶୟରେ ଫିଙ୍ଗୁଛନ୍ତି ପୁଳା ପୁଳା ପୂଜା ସାମଗ୍ରୀ ଓ ପଲିଥିନ୍ । ମାଇକ୍ରୋ ପ୍ଲାଷ୍ଟିକରେ ପରିଣତ ହୋଇ ଆଣିପାରେ ବଡ ବିପଦ ।

ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି  । ରାଧା ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ, କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଲାଗି ହେବ ବାଳଭୋଗ । ଏବର୍ଷ ବି ହବିଷ୍ୟାଳିଙ୍କ ରହଣି ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।