କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗର ନିକଟରେ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଅକ୍ଟୋବର ୧ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ନେଇପାରେ ଲଘୁଚାପର ରୂପ, ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା । 

Advertisment

ଦୁର୍ଗାପୂଜାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଉତ୍ସବମୁଖର । ଆକର୍ଷଣୀୟ ତୋରଣକୁ ବଳି ଯାଇଛି ମେଢ଼ ସଜା ଓ ଆଲୋକମାଳା, ହୋମ ଯଜ୍ଞ, ପୂଜାପାଠରେ କମ୍ପୁଛି ମଣ୍ଡପ  । ଚାଲିଛି ସପ୍ତମୀ ପୂଜା, ସେପଟେ ପୀଠରେ ଆଜି ମହାଷ୍ଟମୀ । ସବୁ ପ୍ରମୁଖ ଦେବୀ ପୀଠରେ ଭକ୍ତଙ୍କ ଗହଳି । 

ନୂଆପଡା ଉପନିର୍ବାଚନ ପ୍ରାର୍ଥୀ ଘୋଷଣା ହୋଇନି । ୩ ଦଳର ଟିକେଟ ଆଶାୟୀ କିନ୍ତୁ ବୁଲିଲେଣି ଘରକୁ ଘର ଓ ପୂଜା ମଣ୍ଡପ । ଚର୍ଚ୍ଚା ଚାଲିଛି ଘାସିରାମଙ୍କୁ କଂଗ୍ରେସ, ଜୟଙ୍କୁ ଟିକେଟ ଦେଇପାରେ ବିଜେଡି, ଅଭିନନ୍ଦନଙ୍କ ଆଶା ବିଜେପି ତାଙ୍କ କଥା ବିଚାର କରିବ । 

ସପ୍ତାହକରେ ୪୮ଘଂଟାରୁ ଅଧିକ ସମୟ କାମ ନେଇ ନାରାୟଣ ମୂର୍ତ୍ତିଙ୍କ ପ୍ରସ୍ତାବ ଉପରେ ଜାତୀୟ ସ୍ତରରେ ଚାଲିଛି ବିତର୍କ । ଏପଟେ ରାଜ୍ୟ କ୍ୟାବିନେଟ ବୈଠକରେ ନେଲେ ବଡ ନିଷ୍ପତ୍ତି ନେଲେ ମୋହନ ସରକାର, ଦୈନିକ ୯ଘଣ୍ଟା ବଦଳରେ କାମ କରିପାରିବେ ୧୦ଘଂଟା, ନିର୍ଦ୍ଧାରିତ ସମୟଠୁ ଅଧିକ କାମ କଲେ ମିଳିବ ୨ଗୁଣା ମଜୁରୀ । 

ଚର୍ଚ୍ଚାକୁ ଆସିଲା ମମିତା ମେହେର ହତ୍ୟା ମାମଲା  । ନ୍ୟାୟ ମିଳି ନାହିଁ ବୋଲି କହି ସାମନାକୁ ଆସିଲେ ମମିତାଙ୍କ ବାପା ମା । କହିଲେ, ଆମେ ବି ସିବିଆଇ ତଦନ୍ତ ଦାବି କରିଥିଲୁ, ପୁରୁଣା ସରକାର ଶୁଣିଲେନି , ଆଶା ରଖିଛୁ ନୂଆ ସରକାର ନ୍ୟାୟ ଦେବେ । 

ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଟିମ୍ ଇଣ୍ଡିଆ ଅଧିନାୟକଙ୍କ ପ୍ରତିକ୍ରିୟା । ସୂର୍ଯ୍ୟକୁମାର କହିଲେ, ଦେଶର ନେତା ଫ୍ରଣ୍ଟଫୁଟ୍‌ରେ ବ୍ୟାଟିଂ କଲେ ବଢ଼ିଯାଏ ଉତ୍ସାହ, ଦଳକୁ ଅଭିନନ୍ଦନ ଜଣାଇ ବିଜୟକୁ ଅପରେସନ ସିନ୍ଦୂର ସହିତ ତୁଳନା କରିଥିଲେ ମୋଦୀ । 

ହାରିବା ପରେ ଡ୍ରେସିଂରୁମରେ ଲୁଚିଥିଲା ପାକିସ୍ତାନ ଟିମ୍ ।  ମଞ୍ଚରେ ଅପେକ୍ଷା କରିଥିଲେ ଅତିଥି, ନକଭି ଫୋନ କରିବାରୁ ବାହାରିଥିଲେ ଖେଳାଳି । ସେପଟେ ଭାରତ ମନା କରିବା ପରେ ଟ୍ରଫିକୁ ଏସିସି ଅଧ୍ୟକ୍ଷ ଲୁଚାଇଥିବା ଚର୍ଚ୍ଚା । 


ଫିଟୁଛି ବାବା ଚୈତନ୍ୟାନ୍ଦଙ୍କ ଗୁମର । ଗିରଫ ଭୟରେ ୫୦ ଦିନରେ ବଦଳାଇଥିଲେ ୧୫ ହୋଟେଲ । ସୁରକ୍ଷିତ ମଣି  ବୃନ୍ଦାବନ, ମଥୁରା ପରି ଧାର୍ମିକସ୍ଥଳକୁ ବାଛିଥିଲେ, ଆଗ୍ରାରେ ମାଡିବସିଥିଲା ଦିଲ୍ଲୀ ପୁଲିସ । 


ଦରଦାମ ବୃଦ୍ଧି ଓ ନିର୍ଯାତନା ବିରୋଧରେ ପିଓକେରେ ବଡ଼ ଧରଣର ପ୍ରଦର୍ଶନ । ପାକ୍ ସେନା ଓ ସରକାରଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ଜାହିର  । ଇଣ୍ଟରନେଟ୍ ବନ୍ଦ, ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ।  

ଭାରତ - ଭୁଟାନ ମଧ୍ୟରେ ଗଡ଼ିବ ପ୍ରଥମ ଟ୍ରେନ । ସୀମାପାର ରେଳ ପ୍ରକଳ୍ପ ପାଇଁ ୪ ହଜାର ୩୩ କୋଟି ଟଙ୍କା ବ୍ୟୟ ବରାଦ, ପଶ୍ଚିମବଙ୍ଗର ବାନରହାଟରୁ ଆସାମର ଗଲେଫୁକୁ ସଂଯୋଗ କରିବ ରେଳପଥ ।