କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବ । ସାରା ଓଡ଼ିଶାରେ ପ୍ରବଳ ବର୍ଷା । ୧୨ ଘଣ୍ଟାରେ ନେବ ଅବପାତର ରୂପ, କିଛି ସମୟ ପରେ ମୁଖ୍ୟମନ୍ତ୍ରୀ କରିବେ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା । 

Advertisment

ପ୍ରକାଶ ପାଇଲା ଓପିଏସସି ପରୀକ୍ଷା ଫଳ । ଟପ୍ପର ହେଲେ ପ୍ରିୟାଂଶୁ ପାଲ, ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର । ତୃତୀୟରେ ଶୋଭନ ପଟ୍ଟନାୟକ, ପ୍ରଥମ ୧୦ ଜଣଙ୍କ ଭିତରେ ଜଣେ ଝିଅ । 

କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଦୁଃଖ ସାଜିଛି ବଙ୍ଗଳାଗୁଡ଼ା ସେତୁ । ବର୍ଷା ହେଲେ ଜାତୀୟ ରାଜପଥ ଠପ୍, ଲାଗୁଛି ଲମ୍ବା ଧାଡ଼ିରେ ଗାଡ଼ି, ଦୁଃଖ ପାଉଛନ୍ତି ଯାତ୍ରୀ । ବର୍ଷାକୁ ଦୋଷ ଦେଇ ଚୁପ୍ ଏନ.ଏଚ୍. କର୍ତ୍ତୃପକ୍ଷ । 

ପଦ ହରାଇବେ ବିଜେଡି ବ୍ଲକ ଅଧ୍ୟକ୍ଷ । କନ୍ଧମାଳ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ବିପକ୍ଷରେ ପଡିଲା ଭୋଟ୍, ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଅଣାଯାଇଥିଲା ଅନାସ୍ଥା । 

କାଲି ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଗସ୍ତ ପୂର୍ବରୁ ହେଲା କାରକେଡ୍ ରିହର୍ସାଲ । ବିମାନବନ୍ଦରରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ ହେଲା ଅଢେଇ କିଲୋମିଟର କାରକେଡ୍‌, ଝାରସୁଗୁଡ଼ାରେ ଡେରା ପକାଇଛନ୍ତି ଅନେକ ମନ୍ତ୍ରୀ । 

ନକଲି ପୋଲିସକୁ କାବୁ କଲା ଅସଲି ପୁଲିସ । ଡିଏସପି ପରିଚୟ ଦେଇ ବିଭିନ୍ନ ରାଜ୍ୟକୁ ଯାଉଥିଲା ଝାଡ଼ଖଣ୍ଡର ରାହୁଲ ସିଂ । ହୋଟେଲରେ ଚଢାଉ କରି ଧରିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ । ନକଲି ବନ୍ଧୁକ, ପୋଲିସ ଡ୍ରେସ୍ ଜବତ । 

ଭାରତୀୟ ବାୟୁସେନାରୁ ଅବସର ନେଲା ଆକାଶର ଫୋନିକ୍ସ । ୬୨ ବର୍ଷର ସେବା ପରେ ବିଦାୟ ନେଲା ଲଢୁଆ ବିମାନ ମିଗ୍ 21 । ବହୁ ଯୁଦ୍ଧରେ ସାଜିଥିଲା ସେନାର ଅମୋଘ ଅସ୍ତ୍ର, ଚଣ୍ଡିଗଡ଼ରେ ସ୍ବତନ୍ତ୍ର ଉତ୍ସବ । 

ନିର୍ବାଚନ ପୂର୍ବରୁ ସରଗରମ ବିହାର ରାଜନୀତି । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଭେଟି ଦେଲେ ମୋଦୀ ଓ ନୀତୀଶ । ମହିଳାଙ୍କ ଆକାଉଣ୍ଟକୁ ଗଲା ୧୦ ହଜାର ଲେଖାଏଁ ଟଙ୍କା, ଉପକୃତ ହେବେ ୭୫ ଲକ୍ଷ ମହିଳା । 

ପୁଣି ଧରାହେଲା ଦେଶର ଶତ୍ରୁ । ସେନାର ତଥ୍ୟ ଲିକ୍ ଅଭିଯୋଗରେ ରାଜସ୍ଥାନରେ ଗୁପ୍ତଚର ଗିରଫ । ପାକ୍ ଆଇଏସଆଇ ସହ ଥିଲା ଲିଙ୍କ୍ । ଗୁରୁତ୍ବପୂର୍ଣ୍ଣ ତଥ୍ୟ କରୁଥିଲା ବିକ୍ରି, ୬ ମାସରେ ଧରାପଡ଼ିଲେଣି ୪ ଜଣ । 

ପୁଣି ନୂଆ ଶୁଳ୍କ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ବିଦେଶୀ ଔଷଧ ସାମଗ୍ରୀ ଉପରେ ଶହେ ପ୍ରତିଶତ ଟାରିଫ୍‌, ଅକ୍ଟୋବର ୧ରୁ ହେବ ଲାଗୁ ।  ପ୍ରଭାବିତ ହୋଇପାରନ୍ତି ଭାରତୀୟ ଔଷଧ କମ୍ପାନି ।