କନକ ବ୍ୟୁରୋ: କିଲର କନେଷ୍ଟବଳ ଦୀପକ ମାମଲାରେ ବିଧାନସଭାରେ ଆଇନମନ୍ତ୍ରୀଙ୍କ ବଡ଼ ଖୁଲାସା । ବୀମା ଟଙ୍କା ପାଇଁ ପ୍ରଥମ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ କରିଥିଲା ହତ୍ୟା, ଟ୍ରକ ଧକ୍କାରେ ହତ୍ୟା କରି ଦେଇଥିଲା ଦୁର୍ଘଟଣାର ରୂପ ।
ମହାନଦୀରେ ବନ୍ୟା । ୨୭ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ଲକ୍ଷ କ୍ୟୁସେକ ବନ୍ୟା ଜଳ, ଫୁଲିବ ଶାଖା ନଦୀ । ସମ୍ବଲପୁରରେ ସର୍ବାଧିକ ବର୍ଷା ରେକର୍ଡ, ହୀରାକୁଦ ଉପରମୁଣ୍ଡରେ ହୋଇଛି ୪୧ମିଲିମିଟର ବର୍ଷା ।
ଲଦାଖରେ ନେପାଳ ଭଳି ପରିସ୍ଥିତି । ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ର, ପୂର୍ଣ୍ଣ ରାଜ୍ୟ ଦାବିରେ ଜୋରଦାର ପ୍ରତିବାଦ । ଆନ୍ଦୋଳନରତ ଛାତ୍ର ଓ ପୁଲିସ ମୁହାଁମୁହିଁ, ଘର ସହ ଜାଳିଦେଲେ ଯବାନଙ୍କ ଗାଡ଼ି ।
କୋଲକାତାରେ ପ୍ରକୃତିର ତାଣ୍ଡବ । ଦୁର୍ଗାପୂଜା ପୂର୍ବରୁ ଲଗାଣ ବର୍ଷାରେ ବେହାଲ ସହର, ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୧୧ ଜଣଙ୍କ ମୃତ୍ୟୁ । ଦୁର୍ଗାପୂଜା ପେଣ୍ଡାଲରେ ପଶିଲା ପାଣି, ମୂର୍ତ୍ତି ଓ ତୋରଣ କ୍ଷତିଗ୍ରସ୍ତ ।
ଦିଲ୍ଲୀରେ ବାବାଙ୍କ ଡାର୍ଟି ପିକ୍ଚର । କଲେଜ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ । ବାବା ପାର୍ଥସାରଥିଙ୍କ କାରନାମା ଦେଖି ପୁଲିସ ବି ତାଜୁବ, ସଂସ୍ଥାରୁ ମିଳାଲାଣି ଦାମୀ କାର୍ ଓ ବାଇକ୍ ।
ଏମିତି ବି ଆସେ ମୃତ୍ୟୁ । ରାମଲୀଳା ବେଳେ ଚାଲିଗଲା ରାଜା ଦଶରଥଙ୍କ ଜୀବନ, ଷ୍ଟେଜ୍ ଉପରେ ଆସିଲା ହୃଦଘାତ । ଦର୍ଶକ ମହଲରେ ଛାଇଗଲା ଶୋକ ।
ଦକ୍ଷିଣ ପୂର୍ବ ଏସିଆରେ ଟାଇଫୁନ ‘ରାଗାସା’ର ତାଣ୍ଡବ ଜାରି । ଫିଲିପାଇନ୍ସ, ହଂକଂ ପରେ ତାଇୱାନରେ ଧ୍ବଂସଲୀଳା, ଭାଙ୍ଗିଲା ଡ୍ୟାମ୍, ଉଡ଼ିଲା ଘର । ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୧୪ ମୃତ ।
ଜାତିସଂଘକୁ କଡ଼ା ସମାଲୋଚନା କଲେ ଟ୍ରମ୍ପ । ଭାରତ-ପାକ୍ ଯୁଦ୍ଧ ସହ ୭ ଯୁଦ୍ଧ ରୋକିଥିବା କହି ନିଜକୁ କଲେ ପ୍ରସଂଶା । ନିଜ ପାଇଁ ଦାବି କଲେ ନୋବେଲ୍ ପୁରସ୍କାର, କହିଲେ ସେ କରୁଛନ୍ତି ଜାତିସଂଘର କାର୍ଯ୍ୟ ।
ନବରାତ୍ରର ଆଜି ତୃତୀୟ ଦିନ । ଆଜି ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’ ଜଗତଜନନୀ, ଦେଶର ବିଭିନ୍ନ ଶକ୍ତିପୀଠ ଓ ପୂଜା ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ଼ ।
ଆଜି ସୁପର-୪ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ରାତି-୮ଟାରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ ମ୍ୟାଚ୍ , ଗତ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ ।