କନକ ବ୍ୟୁରୋ: ଏବେ ହେବନି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଚର୍ଚ୍ଚାରେ ବିରାମ ଲଗାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମ୍ବଲପୁର ଗସ୍ତ ବେଳେ ମନମୋହନ କହିଲେ, ନିଗମ ବୋର୍ଡ ପାଇଁ ଚାଲିଛି ଯୋଜନା । 

Advertisment

ଏଚ୍-୧ ବି’ ଭିସାକୁ ନେଇ ସ୍ପଷ୍ଟ କଲା ଆମେରିକା । ପ୍ରତିବର୍ଷ ନୁହେଁ, ଥରେ ଦେବାକୁ ପଡ଼ିବ ଫି, କେବଳ ନୂଆ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନିୟମ । 

ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ । ଅଫିସରେ ପଶି ମାଡ଼ ମାରିଲେ, ଗାଡ଼ିରେ ବସାଇ ନେଇଗଲେ ୩ ପଞ୍ଜାବୀ ଯୁବକ । ସିସିଟିଭିରେ ଅପହରଣ ସମୟର ଫୁଟେଜ୍, ତଦନ୍ତ କରୁଛି ପୁଲିସ । 

ବାତିଲ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ । ପଛକୁ ପଛ ଲଘୁଚାପ ଥିବାରୁ ହୋଇପାରେ ବାତିଲ । ଗଞ୍ଜାମ ରଙ୍ଗେଇଲୁଣ୍ଡାରେ ଖୋଲାହେଲା ଟେଣ୍ଟ, ୨୭ରେ ବ୍ରହ୍ମପୁର ଯାଇଥାନ୍ତେ ମୋଦୀ । 

ଏଣିକି ସରକାରୀ ହଷ୍ଟେଲରେ ନିଯୁକ୍ତ ହେବେ ନର୍ସ । ପ୍ରତି ୩ଶହ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ନର୍ସ ଓ ANM ନିଯୁକ୍ତି ପାଇଁ ସରକାରଙ୍କ ନିର୍ଦ୍ଦେଶ, ନିୟମିତ ପିଲାଙ୍କ ସ୍ବାସ୍ଥ୍ୟ ତଦାରଖ ସହ କରିବେ କାଉନସେଲିଂ । 

କେନ୍ଦୁଝର ଚମ୍ପୁଆରେ ହାତୀ ନେଲା ଜୀବନ । ଶୌଚ ପାଇଁ ଯିବାବେଳେ ଦଳିଦେଲା ଦନ୍ତା, ବୃଦ୍ଧଙ୍କ ମୃତ୍ୟୁ । ସେପଟେ ନୀଳଗିରିରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ । 

ଭାରତ ଆକାଶରେ ଭାଙ୍ଗିଲା ବିରଳ ଉଲ୍‌କାପିଣ୍ଡ । ରାତି ଅଧରେ ଦିଲ୍ଲୀ ଓ ଗୁରୁଗ୍ରାମରେ ଆକାଶକୁ ଆଲୋକିତ କଲା, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ ଭିଡିଓ...

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଏଲଓସିରେ ୪୦ ମିନିଟ୍ ଧରି ଚାଲିଲା ଗୁଳିଚାଳନା, ପାକ୍ ସେନାକୁ ଭାରତୀୟ ସେନାର କଡ଼ା ଜବାବ । 

ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ କଟାକ୍ଷ । ମୋଦୀଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି କହିଲେ ରାହୁଲ, ଆମେରିକାର ଏଚ୍-୧-ବି ଭିସା ଟାରିଫ୍ ବୃଦ୍ଧି ନିଷ୍ପତ୍ତି ପରେ ମୋଦୀଙ୍କୁ କଲେ ଟାର୍ଗେଟ୍...

ଏସିଆ କପ୍‌ରେ ଆଜି ହାଇଭୋଲଟେଜ ମୁକାବିଲା । ସନ୍ଧ୍ୟାରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ସୁପର-୪ ଲଢ଼େଇରେ ପରସ୍ପରକୁ ଭେଟିବେ ପାରମ୍ପରିକ ପ୍ରତିଦ୍ବନ୍ଦୀ । ପ୍ରତିଶୋଧ ଲକ୍ଷ୍ୟରେ ପାକିସ୍ତାନ, ଧୂଳି ଚଟାଇବାକୁ ଭାରତର ରଣନୀତି ।