କନକ ବ୍ୟୁରୋ: ବିଧାନସଭା ଆରମ୍ଭରୁ କଂଗ୍ରେସର ମାଷ୍ଟରଷ୍ଟ୍ରୋକ୍ । ସରକାର ଯିବନି ଜାଣିବି ଆଣିଲା ଅନାସ୍ଥା ପ୍ରସ୍ତାବ, ୧୪ମାସର ସରକାର ବିରୋଧରେ ଆଲୋଚନା ପାଇଁ ମିଳିବ ସୁଯୋଗ । ଗ୍ରହଣୀୟତାର ପରୀକ୍ଷା ଦେବ ବିଜେପି, ଦୂରେଇ ରହିବ ନା ସମର୍ଥନ କରିବ, ବିଜେଡି ପାଇଁ ଅଗ୍ନିପରୀକ୍ଷା ।
ସୁନ୍ଦରଗଡ ଖଣିଚୋରିକୁ ମାନିଲେ ରାଜ୍ୟ ସରକାର । ଶହ ଶହ କୋଟି ଟଙ୍କାର ହୋଇଛି କୋଇଲା ଚୋରି, ବିଧାୟକ ତାରା ବାହିନିପତିଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୁତି ଜେନା । କହିଲେ, ଏସଆଇଟି ଦ୍ବାରା ଚାଲିଛି ତଦନ୍ତ ।
ଖୋଲିଛି ପୁଲିସ ବାବୁଙ୍କ ପାପପେଡ଼ି । ଶୁଭମିତ୍ରା ହତ୍ୟା ରହସ୍ୟ ଉନ୍ମୋଚନ ପରେ ସାମନାକୁ ଆସିଲେ ପୂର୍ବ ପତ୍ନୀଙ୍କ ପରିବାର । କହିଲେ, ଦୁର୍ଘଟଣା କଥା ମିଛ, ମୃତ୍ୟୁର ହେଉ ତଦନ୍ତ । ଥାନାର ଦ୍ବାରସ୍ଥ ହେଲେ ଭଉଣୀ, ଏପଟେ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ତିନି ଅଭିଯୁକ୍ତ ।
ଶ୍ୟାମସୁନ୍ଦରପୁର ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏକାଠି ଗାଁ । ନ୍ୟାୟ ଦେବାକୁ ଶତାଧିକ ମହିଳାଙ୍କ ପଦଯାତ୍ରା, ଅନୁଗୁଳ ଏସପି ଅଫିସ ଆଗରେ ଦେଲେ ଧାରଣା । ୧୨ ଦିନ ପରେ ବି ଧରାପଡିନି ଅଭିଯୁକ୍ତ, ପୁଲିସ ହାତ ଖାଲି ।
ଭୂସ୍ଖଳନ ପରେ କଳିଙ୍ଗାଘାଟିରେ ଏବେ ବି ଯାତାୟତ ଠପ୍ । କାରଣ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ପାହାଡ଼କୁ କାଟି ରାସ୍ତାକୁ କରାଯାଉଛି ଓସାରିଆ । ଦୁର୍ବଳ ହେଉଛି ମୂଳ, ପରିବେଶ ସନ୍ତୁଳନ ବିଗିଡ଼ିବା ଯୋଗୁଁ ବାରମ୍ୱାର ଖସୁଛି ପଥର ।
କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବି । ଆନ୍ଦୋଳନକୁ ଓହ୍ଲାଇଲେ ଲେବୁଲ 5 ‘A’ ବର୍ଗର ପ୍ରାଥମିକ ଶିକ୍ଷକ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ଯାଏଁ ପ୍ରତିବାଦ ଶୋଭାଯାତ୍ରା, ସାରା ରାଜ୍ୟର ହଜାର ହଜାର ଶିକ୍ଷକ ହେଲେ ସାମିଲ ।
ପୁଣି ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଇସିଆଇଙ୍କ ଜବାବ । ଅନଲାଇନ ହଟାଯାଇପାରିବନି ଭୋଟରଙ୍କ ନାଁ । କର୍ଣ୍ଣାଟକ ଅଳନ୍ଦ ଆସନରେ ୬ ହଜାର ୧୮ ଭୋଟର ବାଦ୍ ଦିଆଯାଇଥିବା କରିଥିଲେ ଅଭିଯୋଗ ।
ଇସ୍ତଫା ଦେଲେ ମିଳିବ ହେଲିକପ୍ଟର । ନେପାଳ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସର୍ତ୍ତ ରଖିଥିଲେ ସେନାମୁଖ୍ୟ । ଜେନ ଜି ବିକ୍ଷୋଭ ସମୟରେ ଜୀବନ ରକ୍ଷା ପାଇଁ କାନ୍ଦିଥିଲେ କେ.ପି ଶର୍ମା ଓଲି ।
ବାହାଘର ପାଇଁ ଆମେରିକାରୁ ପଞ୍ଜାବ ଆସିଥିଲେ ମହିଳା, ମିଳିଲା କଙ୍କାଳ । ନିଆଁ ଲଗାଇ ମାରିବା ପରେ ଶବକୁ ନାଳରେ ଫିଙ୍ଗିଥିଲେ ଅପରାଧୀ । ସମ୍ପତ୍ତି ଲୋଭରେ ହତ୍ୟା ଅଭିଯୋଗ ।
ଦାବି ମାନିଲେନି ପ୍ରଯୋଜକ, ସିନେମାରୁ ଓହରିଲେ ଦୀପିକା ପାଦୁକୋନ । କଳ୍କୀ ପାର୍ଟ-୨ରେ ଆସିବେନି ନଜର, ମାଗିଥିଲେ ଦିନକୁ ୮ ଘଣ୍ଟାର ସୁଟିଂ, ୨୫ ପ୍ରତିଶତ ଅଧିକ ପାରିଶ୍ରମିକ...