କନକ ବ୍ୟୁରୋ: ଟାରିଫ୍‌ କମାଇପାରେ ଆମେରିକା । ୫୦ରୁ କମି ହୋଇପାରେ  ୨୫% । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନଙ୍କ ସୂଚନା, ସେହିପରି ଜବାବି ଶୁଳ୍କ କମି ୧୦ରୁ ୧୫% ହେବା  ସୂଚନା । 

Advertisment

ବିଜେପି ସରକାର ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । ୧୫ ବିଧାୟକଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବାଚସ୍ପତିଙ୍କୁ ଚିଠି । ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଥିବା କହିଲା କଂଗ୍ରେସ । ବିଜେପି କହିଲା ଅନାସ୍ଥା ପ୍ରସ୍ତାବ ଆଣି ଲୋକହସା ହେବ ଦଳ । 

ସାମ୍ନାକୁ ଆସିଲା ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ଶେଷ ପ୍ରେସକ୍ରିପସନ । ବିଭିନ୍ନ ସମସ୍ୟା ନେଇ ଯାଇଥିଲେ ଡାକ୍ତରଖାନା । ଡାକ୍ତର କହିଲେ, ତୁରନ୍ତ ବନ୍ଦ କର  ମେଡିସିନ, କନକ ନ୍ୟୁଜ ହାତରେ ଲାଗିଲା ଏକ୍ସକ୍ଲୁସିଭ ତଥ୍ୟ । 

ସାରର କଳାବଜାରୀ ନେଇ ମାନିଲେ ସରକାର । ଜାଣିଶୁଣି କିଛି ଲୋକ କଳାବଜାରୀ କରୁଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଆବଶ୍ୟକ ପରିମାଣର ସାର ଅଛି ଓ ଖୁବ ଶୀଘ୍ର ସମସ୍ୟାର ହେବ ସମାଧାନ । 

ନ୍ୟାୟ ପାଇଁ ୧୨ କିଲୋମିଟର ଚାଲି ଚାଲି ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପରିବାର । ଅନୁଗୁଳ ଶ୍ୟାମସୁନ୍ଦରପୁର ମୃତ ନାବାଳିକା ଜସ୍ମିନ ସେଠଙ୍କୁ ନ୍ୟାୟ ଦାବି, ଘଟଣାକୁ ୧୨ ଦିନ ବିତିଥିଲେ ବି ଖୋଲୁନି ମୃତ୍ୟୁ ରହସ୍ୟ । 

ଭୋଟ ଚୋରି ପ୍ରସଙ୍ଗରେ ଦ୍ବିତୀୟ ଥର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ରାହୁଲ ଗାନ୍ଧୀ । ତଥ୍ୟ ରଖି କହିଲେ ଜାଣିଶୁଣି କଂଗ୍ରେସ ଭୋଟରଙ୍କ ଭୋଟ୍ ଡିଲିଟ୍, ସପ୍ତାହେ ମଧ୍ୟରେ ଜବାବ ରଖିବାକୁ ଇସିଆଇଙ୍କୁ କହିଲେ । ନହେଲେ ହେବେ କୋର୍ଟଙ୍କ ଦ୍ବାରସ୍ଥ ।

ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ । ଦୁଇଟି ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି । ମାଟିରେ ମିଶିଲା ୩ଟି ଗାଁ, ୧୨ରୁ ଅଧିକ ନିଖୋଜ । ଏସଡିଆରଏଫ୍ ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି । 

ଆତଙ୍କୀ ଦେଶ ପାକିସ୍ତାନକୁ ପୁଣି ଲଜ୍ଜା । ଜାପାନରେ ଧରାପଡ଼ିଲା ପାକିସ୍ତାନର ଫେକ୍ ଫୁଟବଲ ଟିମ୍  । ମିଛ ପରିଚୟରେ ଯାତ୍ରା କରୁଥିବା ୨୨ଜଣ ଗିରଫ, ଫେକ୍ କ୍ଲବ୍ କରି କରୁଥିଲେ ବିଦେଶ ଭ୍ରମଣ ।

ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ- ପାକିସ୍ତାନ । ଆସନ୍ତା ୨୧ ତାରିଖରେ ଖେଳାଯିବ ମ୍ୟାଚ୍, ୟୁଆଇଏଇକୁ ହରାଇ ସୁପର ଫୋର୍‌ରେ ପହଞ୍ଚିଛି ପାକିସ୍ତାନ ଦଳ । 

ଭାରତ ପାଇଁ ଆଜି ଗୁରୁତ୍ୱପୂର୍ଣ ଦିନ । ୱାର୍ଲଡ ଆଥଲେଟିକ ଚାମ୍ପିଅନସିପର ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା । ଆଜି ହେବ ମେଡାଲ୍ ଟକ୍କର, ନୀରଜଙ୍କ ସହ ଭାରତର ସଚିନ ଯାଦବ ବି ଖେଳିବେ ଫାଇନାଲ୍ ।