କନକ ବ୍ୟୁରୋ: ରାଜ୍ୟରେ ସାର ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଲୋକସେବା ଭବନରେ ସାର ଅବଣ୍ଟନ ସମ୍ପର୍କରେ ସମୀକ୍ଷା । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଆସୁଛି ସାର ସମସ୍ୟାର ଚିତ୍ର, ଆଧାରକାର୍ଡ ରଖି ଧାଡ଼ି ଲଗାଉଛନ୍ତି ଚାଷୀ ।
ଦୁର୍ନୀତି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ନିର୍ଦ୍ଦେଶ । ଭିଜିଲାନ୍ସ ଧରିବା ପୂର୍ବରୁ ବିଭାଗର ବାବୁମାନେ ଧରନ୍ତୁ ଦୁର୍ନୀତି । ସମସ୍ତ ବିଭାଗ, ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି ଲେଖିଲେ ମୁଖ ଶାସନ ସଚିବ ।
କ୍ୟାବିନେଟ୍ରେ ବିଡିଓଙ୍କ ଆର୍ଥିକ କ୍ଷମତା ବୃଦ୍ଧିକୁ ନେଇ ତେଜିଲା ରାଜନୀତି । ବିଜେଡି କହିଲା, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ସରକାର । ମନ୍ତ୍ରୀଙ୍କ ଜବାବ, ଲୋକଙ୍କ ପାଇଁ ଯାହା ଆବଶ୍ୟକ ତାହା କରୁଛି ଆମ ସରକାର ।
ବାଣୀବିହାରରେ ଅପରେସନ୍ ଅଲ୍ଆଉଟ୍ । ହଷ୍ଟେଲ ପରେ ଆଜି କ୍ବାର୍ଟର୍ସ ପାଳି । ନୋଟିସ୍ ପରେ କ୍ବାର୍ଟର୍ସ ଖାଲି କରୁଛନ୍ତି ଲୋକ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ ।
ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରଣ । କହିଲେ, ଏବେ ଦଳରେ ଅଛି, ଠିକ୍ ନଚାଲିଲେ ଛାଡ଼ିବି ଦଳ, ବିରୋଧୀ ଦଳର ଭୂମିକା ସଠିକ୍ ଭାବେ ତୁଲାଉନି ବିଜେଡି ।
ଡିଲର ଚାଉଳ ନଦେବାରୁ ତାତିଲେ ଗ୍ରାମବାସୀ । ରାସ୍ତାରେ ବସି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ବହାଡ଼ାପାଳ ଗାଁ ଲୋକଙ୍କ ପ୍ରତିବାଦ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଚେତାବନୀ ।
ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ‘ସୁପ୍ରିମ୍’ ଶୁଣାଣି । ମ୍ୟାଚ୍ ବାତିଲ ପାଇଁ ରୁଜୁ ହୋଇଥିଲା ମାମଲା, ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ ଅଦାଲତ । କହିଲେ, ଏହା କେବଳ ଏକ ମ୍ୟାଚ୍, ଏହାକୁ ହେବାକୁ ଦିଅନ୍ତୁ ।
ନେପାଳରେ ଧୀରେଧୀରେ ସୁଧୁରୁଛି ସ୍ଥିତି । ମଧ୍ୟବର୍ତ୍ତୀ ସରକାର ଗଠନ ପାଇଁ ଉଦ୍ୟମ, ଜେନ-ଜିଙ୍କ ପ୍ରଥମ ପସନ୍ଦ ଜଷ୍ଟିସ ସୁଶୀଳା କାର୍କି । ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନଙ୍କ ସମର୍ଥନ, ସେନାମୁଖ୍ୟଙ୍କ ସହ ସୁଶୀଳାଙ୍କ ଆଲୋଚନା ।
ଉତ୍ତର ପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମରିସସ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ । ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ, ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ।
ଧନୀ ତାଲିକାରୁ ହଟିଲେ ଏଲନ ମସ୍କ । ଓରାକଲର ସହ-ପ୍ରତିଷ୍ଠାତା ଲାରି ଏଲିସନ୍ ହେଲେ ବିଶ୍ବର ଧନୀ, ଏଲିସନଙ୍କ ସମ୍ପତ୍ତି ୧୦୧ ବିଲିଅନ୍ ଡଲାର ବୃଦ୍ଧି, ଟେସଲା ସେୟାର ହ୍ରାସ ଯୋଗୁ ପଛରେ ପଡ଼ିଲେ ମସ୍କ ।